ETV Bharat / state

16 ଦଫା ଦାବି ନେଇ ଖୋର୍ଦ୍ଧାରେ କୃଷକ ସଭା - farmers protest in khurda

ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସହ 16 ଦଫା ଦାବି ନେଇ କୃଷକ ସଂଗଠନର ଏକ ସଭା ଅନୁଷ୍ଠିତ ହୋଇଛି । ଶନିବାର ବୋଲଗଡ ବ୍ଲକ ଅସରଳାଠାରେ ଏହି କୃଷକ ସଭା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

_krushak sabha organised in khurda
ଖୋର୍ଦ୍ଧାରେ କୃଷକ ସଭା
author img

By

Published : Jan 19, 2020, 3:08 AM IST

ଖୋର୍ଦ୍ଧା: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ସହ 16 ଦଫା ଦାବି ନେଇ କୃଷକ ସଂଗଠନର ଏକ ସଭା ଅନୁଷ୍ଠିତ ହୋଇଛି । ଶନିବାର ବୋଲଗଡ ବ୍ଲକ ଅସରଳାଠାରେ ଏହି କୃଷକ ସଭା ଅନୁଷ୍ଠିତ ହୋଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ 7 ଲକ୍ଷ କୃଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଗଠକ ଅକ୍ଷୟ କୁମାର ।

ଖୋର୍ଦ୍ଧାରେ କୃଷକ ସଭା

ଏହି ସଭାରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କାଳିଆ ଯୋଜନାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ସାମିଲକୁ ବିରୋଧ କରିଥିଲେ । ଜିଲ୍ଲା ସଂଯୋଜକ ସୁରେଶ ମାନସିଂହ ଓ ସ୍ଥାନୀୟ ସରପଞ୍ଚ ଫକୀର ଚରଣ ସ୍ବାଇଁଙ୍କ ସମେତ ଅଞ୍ଚଳର ବହୁ କୃଷକ ଏହି ସଭାରେ ଯୋଗ ଦେଇଥିଲେ । ବୈଠକର ଶେଷରେ ନବନିର୍ମାଣ ସଂଗଠନର କର୍ମକର୍ତ୍ତାମାନେ ରାତିରେ ଗ୍ରାମ ପରିକ୍ରମା କରି ପାଣ୍ଠି ସଂଗ୍ରହ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

Intro:ରାତିରେ ଗାଁ ବୁଲିଲେ ଓ କୃଷକସଭାରେ ଯୋଗଦେଲେ କୃଷକ ନେତା ଅକ୍ଷୟ କୁମାର

Body:ଖୋର୍ଦ୍ଧା : କୃଷି ଉପରେ ନିର୍ଭର କରୁଥିବା ପରିବାର ମାନଙ୍କ ପାଇଁ ସରକାର ପ୍ରାଇସ ପ୍ରେଷ୍ଟିଜ ଏବଂ ପେନସନ ସହିତ ୧୬ ଦଫା ଦାବି ନେଇ ଶନିବାର ବୋଲଗଡ ବ୍ଳକ ଅସରଳା ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ କୃଷକ ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଦାବୀ ଗୁଡିକ ପୂରଣ ପାଇଁ ସରକାର ଆଗାମୀ ମାର୍ଚ ମାସ ରେ ବଜେଟରେ ବ୍ୟୟ ବରାଦ ନକଲେ ସଂଗଠନ ୭ ଲକ୍ଷ କୃଷକ ମାନଙ୍କୁ ନେଇ ଦାବୀ ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଗଠକ ଅକ୍ଷୟ କୁମାର କହିଥିଲେ । ଉକ୍ତ ସଭାରେ ସଂଗଠନ ର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏହି ବୈଠକରେ କାଳିଆ ଯୋଜନା କୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ରେ ସାମିଲ କରିଥିବାକୁ ନେଇ ବିରୋଧ କରିଥିଲେ ।ଏହି ବୈଠକରେ ଜିଲ୍ଳା ସଂଯୋଜକ ସୁରେଶ ମାନସିଂହ ସରପଞ୍ଚ ଫକୀର ଚରଣ ସ୍ଵାଇଁ ସ୍ଥାନୀୟ ଅଞ୍ଚଳ ବହୁ ସଂଖ୍ୟାରେ କୃଷକ ମାନେ ଯୋଗ ଦେଇଥିଲେ ।ବୈଠକ ଶେଷରେ ନବନିର୍ମାଣ ସଂଗଠନର କର୍ମକର୍ତ୍ତା ଗ୍ରାମ ପରିକ୍ରମା କରି ପାଣ୍ଠି ସଂଗ୍ରହ କରିଥିଲେ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.