ETV Bharat / state

ଆସିଗଲା ସ୍ୱଦେଶୀ ଅପରେଟିଂ ସିଷ୍ଟମ BharOS, ଏହା କିଭଳି କାମ କରିବ ଜାଣନ୍ତୁ - ଆଇଆଇଟି ମାଡ୍ରାସ ବିକଶିତ କରିଛି ଭରୋସ

ସ୍ବଦେଶୀ ଜ୍ଞାନକୌଶଳରେ ଆଇଆଇଟି ମାଡ୍ରାସ ବିକଶିତ କରିଛି ଭରୋସ 'BharOS' ସିଷ୍ଟମ । ଏହା ଏକ ନୂଆ ଓପନ ସୋର୍ସ ଅପରେଟିଂ ସିଷ୍ଟମ । ଏହା ଉପଭୋକ୍ତାଙ୍କ ଗୋପନୀୟତା ବଜାୟ ରଖିବାରେ ସହାୟକ ହେବ । ସରକାର ବ୍ୟବହାର କରୁଥିବା ବିଭିନ୍ନ ଡିଭାଇସରେ ଏହାକୁ ବିଦେଶୀ ଅପରେଟିଂ ସିଷ୍ଟମ ବଦଳରେ ବ୍ୟବହାର କରାଯିବ । ଅଧିକ ପଢ଼ନ୍ତୁ

ସ୍ବଦେଶୀ ଅପରେଟିଂ ସିଷ୍ଟମ BharOSର ଶୁଭାରମ୍ଭ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

author img

By

Published : Jan 24, 2023, 9:06 PM IST

ସ୍ବଦେଶୀ ଅପରେଟିଂ ସିଷ୍ଟମ BharOSର ଶୁଭାରମ୍ଭ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସର ଇନକ୍ୟୁବେଡ୍ ସେଣ୍ଟର (Incubed Learning Center of IIT Madras) ଏକ ସ୍ବଦେଶୀ ମୋବାଇଲ୍ ଅପରେଟିଂ ସିଷ୍ଟମ ବିକଶିତ କରିଛି । ଏହା ଏକ ନୂଆ ଓପନ ସୋର୍ସ ଅପରେଟିଂ ସିଷ୍ଟମ । ଯାହା ଦ୍ବାରା ଭାରତର ୧୦୦ କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀ ଉପକୃତ ହୋଇପାରିବେ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସିଷ୍ଟମର ନାମ 'BharOS' ରଖାଯାଇଛି ।

ଏହା ସଫ୍ଟୱେର୍‌କୁ କମର୍ସିଆଲ୍ ଅଫ୍-ଦି-ସେଲ୍ ହ୍ୟାଣ୍ଡସେଟରେ ସଂସ୍ଥାପିତ ହୋଇପାରିବ । ଏହା ଉପଭୋକ୍ତାଙ୍କ ଗୋପନୀୟତା ବଜାୟ ରଖିବାରେ ସହାୟକ ହେବ । ସରକାର ବ୍ୟବହାର କରୁଥିବା ବିଭିନ୍ନ ଡିଭାଇସରେ ଏହାକୁ ବିଦେଶୀ ଅପରେଟିଂ ସିଷ୍ଟମ ବଦଳରେ ବ୍ୟବହାର କରାଯିବ । ବିଶେଷ କରି ବୈଦେଶିକ ଜ୍ଞାନ କୌଶଳ ଉପରେ ଅଧିକ ନିର୍ଭର ନକରି ଏହି ଅପରେଟିଂ ସିଷ୍ଟମକୁ ବ୍ୟବହାର କରାଯାଇପାରିବ । ଗୁଗୁଲ ଥିବା ଆଣ୍ଡ୍ରଏଡ ସିଷ୍ଟମ ଆଉ ଦରକାର ପଡିବନାହିଁ ।

ତେବେ ଏହି ଅପରେଟିଂ ସିଷ୍ଟମ BharOS ବିଭିନ୍ନ ଭାରତୀୟ ଭାଷାରେ କାମ କରିବ । ଏହା ଦ୍ବାରା ବିଭିନ୍ନ ଭାଷାଭାଷିର ସରକାରୀ କର୍ମଚାରୀ ଏହାର ଉପଯୋଗ କରିପାରିବେ । ଅଧିକ ଲୋକଙ୍କ ପାଖରେ ଏହା ଆଦୃତ ହୋଇପାରିବ । ଏହାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଉଚ୍ଚକୋଟୀର । ଏକାଧିକ ସ୍ତରରେ ଏହାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସରକାରୀ ଡାଟାକୁ ଅଧିକ ସୁରକ୍ଷିତ କରିବା ପାଇଁ ଏନକ୍ରିପ୍‌ସନ ଉପରେ ଗୁରୁତ୍ବ ଦିଆଯାଇଛି । ଏହାକୁ ଅଧିକ ବ୍ୟବହାର ଉପଯୋଗୀ କରାଯାଇଛି । ଯାହା ଦ୍ବାରା ସରକାରୀ କର୍ମଚାରୀମାନେ ଆବଶ୍ୟକତା ଅନୁସାରେ ଏହାର ବ୍ୟବହାର କରିପାରିବେ । ଏଥିରେ ଫିଚରକୁ ଆଡ କିମ୍ବା ରିମୁଭ କରିହେବ । ସରକାରୀ ସ୍ବୀକୃତି ପ୍ରାପ୍ତ ସଫ୍ଟୱୟାର ଏବଂ ଆପ୍ଲିକେସନ ସହିତ ଏହାକୁ ଇଣ୍ଟିଗ୍ରେଟ କରିହେବ । ଭାରତରେ ଏପର୍ଯ୍ୟନ୍ତ ଭରୋସ କେବଳ ସରକାରୀ ଏଜେନ୍ସିରେ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଛି । ତେବେ ଭବିଷ୍ୟତରେ ବ୍ୟବସାୟୀକ ଦିଗରେ ଏହାର ବ୍ୟବହାର ପାଇଁ ସରକାର କାମ କରୁଛନ୍ତି । ଏହାର ବ୍ୟବହାର ପାଇଁ ଭାରତୀୟ କମ୍ପାନୀ ଗୁଡ଼କୁ ଲାଇସେନ୍ସ ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.