ETV Bharat / state

Train tragedy: ଓଡ଼ିଶାର ମୃତକଙ୍କ ପରିବାରକୁ KIIT ବଢାଇଲା ସହାୟତାର ହାତ - KIIT and KISS institution

ବାହାନଗା ରେଳ ଦୁର୍ଘଟଣାରେ ଓଡ଼ିଶାରେ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି KIITର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ପ୍ରାଣ ହରାଇଥିବା ବ୍ୟକ୍ତି ପିଲାଙ୍କୁ KIIT ଓ KISS ଅନୁଷ୍ଠାନରେ ମାଗଣା ଶିକ୍ଷା ପ୍ରଦାନ ସହ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

ସହାୟତା ଘୋଷଣା କଲା KIIT
ସହାୟତା ଘୋଷଣା କଲା KIIT
author img

By

Published : Jun 7, 2023, 7:54 PM IST

ସହାୟତା ଘୋଷଣା କଲା KIIT

ଭୁବନେଶ୍ବର: ବାଲେଶ୍ବର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ଓଡ଼ିଶାରୁ ୩୯ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପରିବାରର ଜଣେ ହିତାଧିକାରୀ ଓ ତାଙ୍କ ପରିବାରର ପିଲାଙ୍କୁ KIITରେ ମାଗଣା ଶିକ୍ଷା ଦାନ କରିବାକୁ KIIT ପକ୍ଷରୁ ଘୋଷଣା କରାଯାଇଛି । ଏ ସମ୍ପର୍କରେ KIIT ଓ KISSର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣା ଏକ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଦୁଃଖଦ ରେଳ ଦୁର୍ଘଟଣା ହୋଇଥିବାବେଳେ ସରକାରୀ ରିପୋର୍ଟ ଅନୁଯାୟୀ, ମୋଟ ୨୮୮ଜଣ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଓଡ଼ିଶାର ମୃତକଙ୍କ ସଂଖ୍ୟା ୩୯ ବୋଲି ଘୋଷଣା ହୋଇଛି। ଏହି ସଂଖ୍ୟା ଆଧାରରେ ମୃତକଙ୍କ ପରିବାରକୁ ସମବେଦନା ସ୍ୱରୂପ ଏଭଳି ଘୋଷଣା କରିଛନ୍ତି KIITର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

ସାମ୍ୱାଦିକ ସମ୍ମିଳନୀରେ ଅଚ୍ୟୁତ କହିଛନ୍ତି ଯେ, ଏତେ ବଡ଼ ରେଳ ଦୁର୍ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାରର ଦୁଃଖ ଲାଘବ କରି ନ ପାରିଲେ ମଧ୍ୟ ସେମାନଙ୍କୁ କିଛି ସାହାଯ୍ୟ କରିପାରିଲେ ଆମେ ନିଜକୁ ଧନ୍ୟ ମନେ କରିବୁ । ଓଡ଼ିଶାର ମୃତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିର୍ତ୍ତିରେ KIIT ଓ KISSରେ ନିଯୁକ୍ତି ପ୍ରଦାନ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ସେହିପରି ରେଳ ଦୁର୍ଘଟଣାରେ ଅଭିଭାବକଙ୍କୁ ହରାଇଥିବା ପିଲାମାନେ ଶିକ୍ଷାଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କଲେ KIIT ଓ KIIS ଅନୁଷ୍ଠାନରେ ସେମାନଙ୍କୁ ପ୍ରଥମ ଶ୍ରେଣୀରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ଆବେଦନ ପ୍ରକ୍ରିୟା ବାବଦରେ KIIT ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ।

ଏହାସହ ରେଳ ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ତୁରନ୍ତ ସାହାଯ୍ୟ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ ଅକୁଣ୍ଠ ସହଯୋଗକୁ ସେ ପ୍ରଶଂସା କରିଛନ୍ତି । ଏପରି ମିଳିତ ଉଦ୍ୟମ ବଳରେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିପାରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ସାଂସଦ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପୂର୍ବରୁ ବିଭିନ୍ନ ଦୁର୍ବିପାକ ସମୟରେ KIIT ଓ KISS ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛି । ସେହିପରି କୋଭିଡ଼ ସମୟରେ ମଧ୍ୟ ଶତାଧିକ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ସହ ଲକ୍ଷାଧିକ ଲୋକଙ୍କୁ ସାହାଯ୍ୟ କରିପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.