ETV Bharat / state

ଔଷଧ ଦାବିରେ ଆନ୍ଦୋଳନ, ରାଜଧାନୀରେ ରାସ୍ତା ଅବରୋଧ କଲେ କିଡନୀ ରୋଗୀ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଉନ୍ନତ ମାନର ଔଷଧ ଦାବିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଗୃହ ସମ୍ମୁଖରେ କିଡନୀ ରୋଗୀଙ୍କ ଧାରଣା ୧୩ ଦିନରେ ପହଞ୍ଚିଛି । ଆଜି ରାଜଭବନ- ଏଜି ରାସ୍ତା ଅବରୋଧ କରିଛନ୍ତି କିଡନୀ ରୋଗୀ । ଅଧିକ ପଢ଼ନ୍ତୁ

ଔଷଧ ଦାବିରେ ରୋଗୀଙ୍କ ଆନ୍ଦୋଳନ, ରାଜଧାନୀରେ ରାସ୍ତା ଅବରୋଧ କଲେ କିଡନୀ ରୋଗୀ

author img

By

Published : Nov 19, 2022, 5:30 PM IST

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଗୃହ ସମ୍ମୁଖରେ କିଡନୀ ରୋଗୀଙ୍କ ଧାରଣା ୧୩ ଦିନରେ ପହଞ୍ଚିଛି । ଧାରଣା ୧୩ ଦିନରେ ପହଞ୍ଚିବା ସତ୍ତ୍ବେ ସେମାନଙ୍କ ଦାବି ପୂରଣ ନହେବାରୁ ରାଜଭବନ-ଏଜି ରାସ୍ତା ଅବରୋଧ କରିଛନ୍ତି କିଡନୀ ରୋଗୀ । ଉଭୟ ପାର୍ଶ୍ଵ ରାସ୍ତା ଅବରୋଧ ହେବା ଫଳରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉନ୍ନତ ମାନର ଔଷଧ ଦାବିରେ ୧୩ ଦିନ ଧାରଣାରେ ବସିଛନ୍ତି କିଡନୀ ରୋଗୀ ।

ଔଷଧ ଦାବିରେ ରୋଗୀଙ୍କ ଆନ୍ଦୋଳନ, ରାଜଧାନୀରେ ରାସ୍ତା ଅବରୋଧ କଲେ କିଡନୀ ରୋଗୀ

ଉନ୍ନତ ମାନର ଔଷଧ ଯୋଗାଣ ଦାବିରେ ଧାରଣାରେ କିଡନୀ ରୋଗୀ । ସମସ୍ୟାର ସମାଧାନ ପାଇଁ କେତେବେଳେ ମନ୍ତ୍ରୀ ତ କେତେବେଳେ ବିଭାଗୀୟ ସଚିବ କିଡନୀ ରୋଗୀଙ୍କ ସହ ଆଲୋଚନା କରୁଥିଲେ ବି ବାହାରି ପାରିନି ସମାଧାନର ବାଟ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଧାରଣା ଦେବା ସହ ରୋଷେଇ କରି ଖାଉଛନ୍ତି କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ସେମାନଙ୍କ ଅଭିଯୋଗ ଅନୁସାରେ, ଲୋୟର ପିଏମଜିରେ ୯୮ ଦିନ ଧାରଣାରେ ବସିବା ପରେ ସରକାର ସେମାନଙ୍କୁ ମାଗଣାରେ ଉନ୍ନତ ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅକ୍ଟୋବର ମାସରେ ଗୋଟିଏ ଥର SCB ମେଡିକାଲ କଲେଜ ପକ୍ଷରୁ ଔଷଧ ଯୋଗାଇ ଦିଆଗଲା ।

କିନ୍ତୁ ଚଳିତ ମାସରେ ଔଷଧ ପାଇଁ ଯିବାରୁ ଉକ୍ତ ଔଷଧ ମିଳିବନି ବୋଲି SCB କର୍ତ୍ତୃପକ୍ଷ ରୋକଠୋକ ଶୁଣାଇଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ବ୍ୟାନ୍‌ ହୋଇଥିବା ଔଷଧ ମିଳିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ତେଣୁ ବାଧ୍ୟହୋଇ ଏବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଉନ୍ନତ ମାନର ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ନମିଳିବା ଯାଏଁ ଧାରଣାରେ ବସିବେ ବୋଲି କହିଛନ୍ତି କିଡନୀ ପ୍ରତିରୋପଣ କରିଥିବା ରୋଗୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.