ETV Bharat / state

ଚାଲି ଚାଲି ଘରକୁ ଫେରୁଥିବା ଶ୍ରମିକଙ୍କୁ ବସରେ ପଠାଇଲା ଖୋର୍ଦ୍ଧା ପୋଲିସ

author img

By

Published : May 18, 2020, 3:57 PM IST

ଚାଲି ଚାଲି ଘରକୁ ଫେରୁଥିଲେ ଶ୍ରମିକ । ଏମାନଙ୍କୁ ଦେଖିବା ପରେ ସୁରକ୍ଷିତ ଭାବେ ନିଜ ରାଜ୍ୟରେ ପହଞ୍ଚିବାକୁ ବ୍ୟବସ୍ଥା କରି ପଠାଇଲେ ଖୋର୍ଦ୍ଧା ପୋଲିସ । ଅଧିକ ପଢନ୍ତୁ...

khurdha police
ରାଜ୍ୟକୁ ପଠାଇଲା ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା: ଜାତୀୟ ରାଜପଥ 16ରେ ଚାଲି ଚାଲି ନିଜ ଘରକୁ ଫେରୁଥିବା ପ୍ରବାସୀ ମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ନିଜ ରାଜ୍ୟକୁ ପଠାଇଛି ଖୋର୍ଦ୍ଧା ପୋଲିସ । ସୂଚନା ଅନୁଯାୟୀ ସୁଦୂର ଆନ୍ଧ୍ରପ୍ରଦେଶ ପ୍ରଦେଶରୁ 51 ଜଣ ପ୍ରବାସୀ ଶ୍ରମିକ ନିଜ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଅଭିମୁଖେ ଚାଲି ଚାଲି ଆସୁଥିବା ବେଳେ ବାଲୁଗାଁ ନାଭାଲ ଫାଣ୍ଡି ସେମାନଙ୍କୁ ଅଟକାଇ ବସ ଯୋଗେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆଣିଥିଲେ ।

ଖୋର୍ଦ୍ଧା ଏସପିଙ୍କ ନିର୍ଦେଶରେ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଇ ଏକ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ନିଜ ରାଜ୍ୟର ସୀମା ନିକଟରେ ଛାଡିବା ପାଇଁ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ନେଇ ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.