ETV Bharat / state

ରିଲିଫ ବଣ୍ଟନକୁ ନେଇ ତୁମ୍ବିତୋଫାନ - ରିଲିଫ ବଣ୍ଟନ

ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ୱାଇଲ୍ଡ ଭିଜନ ସଂସ୍ଥା ପକ୍ଷରୁ ରିଲିଫ ବଣ୍ଟନ ନେଇ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଦାୟିତ୍ବ ଦିଆଯାଇଥିଲା।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 28, 2019, 4:52 AM IST

ଖୋର୍ଦ୍ଧା : ରିଲିଫ ବଣ୍ଟନକୁ ନେଇ ଗ୍ରାମପଞ୍ଚାୟତରେ ଦେଖାଦେଇଛି ଉତ୍ତେଜନା । ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ୱାଇଲଡ଼ ଭିଜନ ସଂସ୍ଥା ପକ୍ଷରୁ ରିଲିଫ ବଣ୍ଟନ ନେଇ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଦାୟୀତ୍ବ ଦିଆଯାଇଥିଲା । ମାତ୍ର ଖୋର୍ଦ୍ଧା ଟାଙ୍ଗି ବ୍ଲକ ଲେଣ୍ଡୋ ଗ୍ରାମପଞ୍ଚାୟତ ଲୋକେ ରିଲିଫ ବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ରିଲିଫ ବଣ୍ଟନ ପାଇଁ ଟୋକନ ବ୍ୟବସ୍ଥା ହୋଇଥିଲା । ମାତ୍ର ଏଥିପାଇଁ ଟଙ୍କା ନେଉଥିବାବେଳେ ଯେଉଁମାନେ ଟଙ୍କା ଦେଇ ନଥିଲେ ସେମାନଙ୍କୁ ଟୋକନ ଦିଆଯାଇ ନଥିଲା । ମଙ୍ଗଳବାର ଲେଣ୍ଡୋ ଗ୍ରାମପଞ୍ଚାୟତରେ ଉକ୍ତ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ଧରି ପହଞ୍ଚିବା ପରେ ଟୋକନ ପାଇଥିବା ଲୋକେ ରିଲିଫ ସାମଗ୍ରୀ ପାଇଥିଲେ । ଅନ୍ୟମାନେ ଘଟଣା ସଂପର୍କରେ ଉକ୍ତ ସଂସ୍ଥାର କର୍ମଚାରୀଙ୍କୁ ପଚାରିବାରୁ ସେମାନଙ୍କଠୁ ସନ୍ତୋଷଜନକ ଉତ୍ତର ମିଳିନଥିଲା ।

ଯାହାକୁନେଇ ଉତ୍ୟକ୍ତ ଲୋକେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରିଲିଫ ଆସିଥିବା ଦୁଇଟି ଟ୍ରକ ଓ ଗ୍ରାମପଞ୍ଚାୟତ ସରପଞ୍ଚ ସମିତିସଭ୍ୟା ସମସ୍ତଙ୍କୁ ଏକ ଘରେ ଚାବି ପକାଇ ବିକ୍ଷୋଭ କରିଥିଲେ । ଖବରପାଇ ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଓ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ରିଲିଫ ବଣ୍ଟନକୁ ନେଇ ଗ୍ରାମପଞ୍ଚାୟତ ରେ ଉତ୍ତେଜନା

ଖୋର୍ଦ୍ଧା : ଟାଙ୍ଗି ବ୍ଲକ ଲେଣ୍ଡୋ ଗ୍ରାମପଞ୍ଚାୟତ ବାତ୍ୟା ଫନିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପରିବାରକୁ ୱାଇଲଡ଼ ଭିଜନ ସଂସ୍ଥା ପକ୍ଷରୁ କିଟ ବଣ୍ଟନ କରାଯିବାକୁ ନିଷ୍ପତ୍ତି ନିଆଯାଇ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲା । Body:ମାତ୍ର ସେମାନେ ଲୋକମାନଙ୍କ ଠାରୁ ଟଙ୍କା ଆଦାୟ କରି ଟୋକନ ଦେଇଥିଲେ । ଯେଉଁ ମାନେ ଟଙ୍କା ନଦେଲେ ସେମାନଙ୍କୁ ଟୋକନ ଦିଆଯାଇନଥିଲେ । ତେବେ ଆଜି ସକାଳୁ ଲେଣ୍ଡୋ ଗ୍ରାମପଞ୍ଚାୟତରେ ଉକ୍ତ ସଂସ୍ଥା ପକ୍ଷରୁ ରିଲିଫ ସାମଗ୍ରୀ ଧରି ପହଞ୍ଚିବା ପରେ ଟୋକନ ପାଇଥିବା ଲୋକ ଟୋକନ ଧରି ରିଲିଫ ସାମଗ୍ରୀ ନେଉଥିବା ବେଳେ ଅନ୍ୟମାନେ ଘଟଣା ସଂପର୍କରେ ଉକ୍ତ ସଂସ୍ଥାର କର୍ମଚାରୀ ମାନଙ୍କୁ ପଚାରିବାରେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଏହି କଥା ପ୍ରଘଟ ହେଲାପରେ ଲୋକମାନେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରିଲିଫ ଆସିଥିବା ଦୁଇଟି ଟ୍ରକ ଓ ଗ୍ରାମପଞ୍ଚାୟତ ସରପଞ୍ଚ ସମିତିସଭ୍ୟା ସମସ୍ତଙ୍କୁ ଏକ ଘରେ ଚାବି ପକାଇ ବିକ୍ଷୋଭ କରିଥିଲେ । Conclusion:ଖବର ପାଇ ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଓ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.