ETV Bharat / state

ତଦନ୍ତ ବେଳେ ପୋଲିସକୁ ଆକ୍ରମଣ, ୨ କର୍ମଚାରୀ ଆହତ

author img

By

Published : Nov 21, 2021, 10:45 AM IST

ଗିରଫଦାରୀକୁ ବିରୋଧ କରି ପୋଲିସ ଉପରେ ଆକ୍ରମଣ । ଏହି ଆକ୍ରମଣରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ବୋଲଗଡ ପଞ୍ଚାୟତର ମରଦାବାଡି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଅଧିକ ପଢନ୍ତୁ

ତଦନ୍ତ ବେଳେ ପୋଲିସକୁ ଆକ୍ରମଣ, ୨ କର୍ମଚାରୀ ଆହତ
ତଦନ୍ତ ବେଳେ ପୋଲିସକୁ ଆକ୍ରମଣ, ୨ କର୍ମଚାରୀ ଆହତ

ଖୋର୍ଦ୍ଧ: ଗିରଫଦାରୀକୁ ବିରୋଧ କରି ପୋଲିସ ଉପରେ ଆକ୍ରମଣ । ଏହି ଆକ୍ରମଣରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ବୋଲଗଡ ପଞ୍ଚାୟତର ମରଦାବାଡି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା। ତେବେ ମରଦାବାଡି ଗ୍ରାମରେ ଏକ ଚୋରି ମାମଲାରେ ପୋଲିସ ଦୁଇଦିନ ତଳେ ୩ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଗତକାଲି ରାତିରେ ତଦନ୍ତ ପାଇଁ ପୋଲିସ ସେହି ଗ୍ରାମକୁ ଯାଇଥିଲା । କିନ୍ତୁ ଗ୍ରାମବାସୀ ଉତ୍ତେଜିତ ହୋଇ ପୋଲିସ ଗାଡିକୁ ଅଟକ ରଖିବା ସହ ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିଥିଲେ । ଯାହା ଫଳରେ ଗ୍ରାମବାସୀମାନଙ୍କ ଠେଲାପେଲାରେ ଦୁଇ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ପରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ହସ୍ତକ୍ଷେପରେ ଗ୍ରାମବାସୀ ଅଟକ ରଖିଥିବା ପୋଲିସ କର୍ମଚାରୀଙ୍କୁ ଛାଡିଥିଲେ । ଏପଟେ ବୋଲଗଡ଼ ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ଏପରି କିଛି ହୋଇନାହିଁ କହି କଥାକୁ ଏଡାଇ ଦେଉଥିବା ଜଣାପଡ଼ିଛି । ତେବେ ଆଇଆଇସିଙ୍କ ଏପରି ନିରବତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.