ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ରଖି ସାବିତ୍ରୀ ବ୍ରତ ପାଳନ ଉପରେ ରୋକ ଲଗାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଘରେ ରହି ସାବିତ୍ରୀ ପାଳିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ଖୋର୍ଦ୍ଧା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥର ମଧ୍ୟ ମନ୍ଦିରରେ ସାବିତ୍ରୀ ବ୍ରତ ପାଳନକୁ ନିଷିଦ୍ଧ କରିଛନ୍ତି ଜିଲ୍ଲା ପ୍ରଶାସନ । ମନ୍ଦିରଗୁଡିକରେ ସମୁଦାୟ ୫ ଜଣ ସେବାୟତ ସେବା କାର୍ଯ୍ୟ ବିଧିବିଧାନରେ କରିବାକୁ ନିର୍ଦ୍ଦେଶ ନାମାରେ ଜାରି କରାଯାଇଛି । ତେବେ ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ