ETV Bharat / state

ପଞ୍ଚ ପାଇକ ସ୍ମାରକୀ ନିକଟରୁ ଶ୍ମଶାନ ସ୍ଥାନାନ୍ତର ଦାବି କଲା ଖୋର୍ଦ୍ଧା ବିକାଶ ମଞ୍ଚ

Khordha Vikas Manch protest: ପଞ୍ଚ ପାଇକ ସ୍ମାରକୀ ନିକଟରୁ ଶ୍ମଶାନ ସ୍ଥାନାନ୍ତର ଦାବି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ଖୋର୍ଦ୍ଧା ବିକାଶ ମଞ୍ଚ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 17, 2024, 9:28 AM IST

ପଞ୍ଚ ପାଇକଙ୍କ ସ୍ମାରକୀ ନିକଟରୁ ଶ୍ମଶାନ ସ୍ଥାନାନ୍ତର ଦାବି

ଖୋର୍ଦ୍ଧା: ଜିଲ୍ଲାର ପଞ୍ଚ ପାଇକ ପୀଠ ନିକଟରୁ ଶ୍ମଶାନ ସ୍ଥାନାନ୍ତର କରିବାକୁ ତେଜିଲା ଦାବି । ପଞ୍ଚ ପାଇକ ପୀଠ ନିକଟରେ ଶ୍ମଶାନ ରହିବା ଫଳରେ ତାହା ପାଇକ ବିଦ୍ରୋହର ବୀରପୁରୁଷଙ୍କ ପାଇଁ ଅସମ୍ମାନ କରୁଥିବା କହିବା ସହ ଏହାକୁ ହଟାଇବାକୁ ଖୋର୍ଦ୍ଧା ବିକାଶ ମଞ୍ଚ ଦାବି କରାଯାଇଛି । ମଙ୍ଗଳବାର ଦିନ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଖୋର୍ଦ୍ଧା ବିକାଶ ମଞ୍ଚ । ସେହିପରି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପୂର୍ବରୁ ଶ୍ମଶାନ ପାଇଁ ନୂତନ ଜାଗା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାନଗଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..କେବେ ଗଡ଼ିବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ? ବୌଦ୍ଧରେ ରେଳପଥ ନିର୍ମାଣ ଶେଷ ହେବାକୁ ଲାଗିପାରେ 3 ବର୍ଷ

ତେବେ ଖୋର୍ଦ୍ଧା ହେଉଛି ଭାରତର ଶେଷ ସ୍ଵାଧୀନ ଦୁର୍ଗ । ଏହିଠାରୁ ଆରମ୍ଭ ହୋଇଥିଲା ଭାରତ ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ପାଇକ ବିଦ୍ରୋହ । ଏହାର ନେତୃତ୍ବ ନେଇଥିଲେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ସମେତ ଜୟୀରାଜଗୁରୁ, କୃତିବାସ ପାଟ୍ଟଶାଣୀ, ତାପଙ୍ଗ ଦଳ ବେହେରା ଓ ପିଣ୍ଡିକି ବାହୁବଳେନ୍ଦ୍ର । ଏହି ପଞ୍ଚ ପାଇକମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧାର ୧୬ନଂ ଜାତୀୟ ରାଜପଥ କଡ଼ରେ ଥିବା ପଞ୍ଚ ପାଇକ ପୀଠରେ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । କିନ୍ତୁ ଏହି ପଞ୍ଚ ପାଇକ ପୀଠକୁ ଲାଗି ଏକ ଶ୍ମଶାନ ରହିଛି । ଏହା ପଞ୍ଚ ପାଇକମାନଙ୍କ ପାଇଁ ଅସମ୍ମାନର ବିଷୟ ବୋଲି ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ପାଇକ ଏକାଡେମୀକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ଏହି ଶ୍ମଶାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉନଥିବା ଜିଲ୍ଲା ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଶ୍ମଶାନକୁ ପ୍ରତିମୂର୍ତ୍ତି ନିକଟରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମଙ୍ଗଳବାର ଦିନ ପାଇକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ବିକାଶ ମଞ୍ଚ । ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ପୂର୍ବରୁ ଶ୍ମଶାନ ହଟାଇବାକୁ ଦାବି କରାଯାଇଛି । ନଚେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଶୋଭାଯାତ୍ରାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିକାଶ ମଞ୍ଚ ସଭାପତି ନରେନ୍ଦ୍ର ପୃଷ୍ଟି, ସମାଜସେବୀ ରାମ ନାରାୟଣ ଦାଶଙ୍କ ସମେତ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.