ETV Bharat / state

5କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍ ସୁଗାର ଓ ଗଞ୍ଜେଇକୁ ପୋଡ଼ିଲା STF - ଖୋର୍ଦ୍ଧା ଖବର

ଜଳିଲା ବିପୁଳ ପରିମାଣର ବ୍ରାଉନସୁଗାର ଓ ଗଞ୍ଜେଇ । ୨୫କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇକୁ ପୋଡ଼ି ନଷ୍ଟ କରିଲା ଏସଟିଏଫ ଟିମ୍ । ଅଧିକ ପଢ଼ନ୍ତୁ

Brown sugar and cannabis burnt
ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡ଼ି
author img

By

Published : Jan 27, 2023, 5:26 PM IST

Brown sugar and cannabis burnt

ଖୋର୍ଦ୍ଧା: ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା ଏସଟିଏଫ୍ । ବ୍ରାଉନ ସୁଗାର ଏବଂ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଖୋର୍ଦ୍ଧା ଏସଟିଏଫ ଟିମ୍। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଟାଙ୍ଗିଆପଡା ସାନି କ୍ଲିନ ପ୍ରାଇଭେଟ କମ୍ପାନୀ ପରିସରରେ ଆଜି ଏସଟିଏଫ ଟିମ୍ ଆଦର୍ଶ ଥାନା ଅଧୀନରେ ୫୨୫୭ କିଲୋଗ୍ରାମ ଗଞ୍ଜେଇ ଏବଂ ୧କେଜି ୪୨ଗ୍ରାମ ବ୍ରାଉନସୁଗରକୁ ପୋଡି ନଷ୍ଟ କରିଛି । ଏଠାରେ ବିପୁଳ ପରିମାଣର ଗଞ୍ଜେଇ ଏବଂ ବ୍ରାଉନସୁଗର ରହିଥିବା ଏସଟିଏଫ ଟିମ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆଇଜି ଜେ.ଏନ୍ ପଙ୍କଜ, ଏସପି କେ.କେ.ପାଣିଗ୍ରାହୀ, ଖୋର୍ଦ୍ଧା ଡେପୁଟି କଲେକ୍ଟର, ସାଇଣ୍ଟିଫିକ ଟିମଙ୍କ ସମେତ ଏସଟିଏଫର ଏକ ୧୦ଜଣିଆ ଟିମର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଜବତ ନିଶା ସାମଗ୍ରୀକୁ ପୋଡ଼ି ନଷ୍ଟ କରାଯାଇଛି । ଆଇଜିଙ୍କ ସୂଚନା ଅନୁସାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୁଦ୍ଧା ୨୫କେଜି ୫୩୮ ଗ୍ରାମ ବ୍ରାଉନସୁଗାର ଓ ୧୧୫ କ୍ୟୁଣ୍ଟାଲ ୯୭ କେଜି ଗଞ୍ଜେଇ ନଷ୍ଟ କରାଯାଇଛି । ଜବତ ନିଶା ସାମଗ୍ରୀରର ଏଭଳି ନଷ୍ଟ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଏହାସହିତ ଅବକାରୀ ବିଭାଗ, ପୋଲିସ ବିଭାଗ ଓ ଏସଟିଏଫର ମିଳିତ ଚଢ଼ଉ ଆଗକୁ ଜାରି ରହୁ ବୋଲି ସାଧାରଣ ଲୋକେ ମତ ଦେଇଛନ୍ତି।

ଏ ସମ୍ପର୍କରେ ଏସଟିଏଫ ଆଇଜି ଜେ.ଏନ ପଙ୍କଜ କହିଛନ୍ତି, ''ଆଜି ଏସଟିଏଫ ୩ ଟି କେସର ୧ କେଜିରୁ ଊର୍ଦ୍ଧ୍ବ ବ୍ରାଉନ ସୁଗାର ଏବଂ ୫୨୫୭ କେଜି ଗଞ୍ଜେଇ ନଷ୍ଟ କରିଛନ୍ତି । କୋର୍ଟର ନିର୍ଦ୍ଦେଶ ଅନୁସାରେ ଏହାକୁ ନଷ୍ଟ କରାଯାଇଛି । ସମସ୍ତ ସରକାରୀ ନିୟମ ଅନୁସାରେ ଏସଟିଏଫ ଏଭଳି ପଦକ୍ଷେପ ନେଇଛି । ତେବେ ଏହି ଡ୍ରାଇଭ ଏବେ ଆରମ୍ଭ ହୋଇ ନାହିଁ । ୩-୪ ମାସ ଆଗରୁ ଏହି ନିଶା ସାମଗ୍ରୀକୁ ଜଗତ କରାଯାଇ ତାକୁ ପୋଡ଼ି ନଷ୍ଟ କରାଯାଉଛି । ଏଥିରେ ପାଖାପାଖି ୮୭୦ କୁଇଣ୍ଟାଲ ଗଞ୍ଜେଇ ନଷ୍ଟ କରାଯାଇଛି । ସେହିପରି ୩୦ କେଜି ବ୍ରାଉନ ସୁଗାରକୁ ମଧ୍ୟ ନଷ୍ଟ କରାଯାଇଛି ।''

ଏହାମଧ୍ୟ ପଢ଼ନ୍ତୁ. ବିଆରଏସରେ ମିଶିବେ ଗିରିଧର ଗମାଙ୍ଗ, ସମର୍ଥକଙ୍କ ସହ ଗଲେ ହାଇଦ୍ରାବାଦ

ଖୋର୍ଦ୍ଧା ଜିଲ୍ଲାରେ ବଢ଼ିବାରେ ଲାଗିଛି ଧଳା ଜହର ଓ ଗଞ୍ଜେଇ ବେପାର । ପ୍ରତିଦିନ ଛୋଟବଡ଼ ବ୍ରାଉନ ସୁଗାର ବେପାରୀକୁ ଧରୁଛି ଅବକାରୀ ବିଭଗ ଓ ଜିଲ୍ଲା ପୋଲିସ । ଖୋର୍ଦ୍ଧା ଧଳା ଜହରର ହବ୍‌ ପାଲଟି ଥିବାବେଳେ ଏଠାରୁ ପ୍ରତିଦିନ ଛୋଟ ବଡ଼ ବ୍ରାଉନ ସୁଗାର ବେପାରୀଙ୍କୁ ଧରୁଛି ଅବକାରୀ ବିଭଗ ଓ ଜିଲ୍ଲା ପୋଲିସ । ବିଶେଷକରି ବ୍ରାଉନସୁଗାର କାରବାରରେ ଉଚ୍ଚ ଶିକ୍ଷିତ ଯୁବକମାନେ ସାମିଲ ହେଉଥିବା ନଜରକୁ ଆସୁଛି । ସେହିପରି ପୂର୍ବରୁ ଖୋର୍ଦ୍ଧା ସହରରେ ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ଘରକୁ ପ୍ରଶାସନ ଭାଙ୍ଗିଥିବା ବେଳେ ଗତକାଲି ଧରା ହୋଇଛି । ଏଠାରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ବ୍ୟବସାୟ ହେଉଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.