ଖୋର୍ଦ୍ଧା: ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡା ଚକ ନିକଟରେ ଥିବା ଏକ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ଖୋର୍ଦ୍ଧା ପୋଲିସ ।

ଏକ ବିଶ୍ୱସ୍ତ ସୁତ୍ରରୁ ଖୋର୍ଦ୍ଧା ଏସପି ଖବର ପାଇବା ପରେ ସଦଳବଳେ ତୋଟାପଡା ଛକ ନିକଟରେ ଥିବା ଏକ ଘରେ ପହଞ୍ଚି ବିପୁଳ ପରିମାଣର ବିଦେଶୀ ମଦ ମହଜୁଦ ଥିବା ଦେଖିଥିଲେ । ଏହାପରେ ଖୋର୍ଦ୍ଧା ଅବକାରୀ ଅଧିକାରୀ, ଏସଡିପିଓ ଓ ମାଜିଷ୍ଟ୍ରେଙ୍କ ଉପସ୍ଥିତରେ ମଦକୁ ଜବତ କରାଯାଇଛି ।

ତେବେ ଲକଡାଉନ ଚାଲିଥିବା ବେଳେ ଏତେ ପରିମାଣର ବିଦେଶୀ ମଦ କିିପରି ଏଠାକୁ ଆସିଲା ତାହା ତଦନ୍ତ ସାପେକ୍ଷ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ