ETV Bharat / state

ମାରଣାସ୍ତ୍ର ଦେଖାଇ ଗାଡି ଚାଳକଙ୍କୁ ଲୁଟୁଥିଲେ, 3 ଲୁଟେରାଙ୍କୁ ଧରିଲା ପୋଲିସ - khordha police arrest 3 lootera

୧୬ ନମ୍ବର ଜାତୀୟ ରାଜପଥରେ ମାରଣାସ୍ତ୍ର ଦେଖାଇ ଗାଡି ଚାଳକଙ୍କୁ ଲୁଟୁଥିବା ୩ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

୩ ଲୁଟେରା ଗିରଫ
୩ ଲୁଟେରା ଗିରଫ
author img

By

Published : Mar 30, 2022, 11:13 AM IST

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥରେ ମାରଣାସ୍ତ୍ର ଦେଖାଇ ଗାଡି ଚାଳକଙ୍କୁ ଲୁଟୁଥିବା ୩ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗତ ୨୪ ତାରିଖରେ ମୁକୁନ୍ଦପ୍ରସାଦ ଓଭରବ୍ରିଜ୍ ନିକଟରେ ଏକ ଲୁଟ ଘଟଣାରେ ଲୁଟେରା ଗ୍ୟାଙ୍ଗର ୩ଜଣଙ୍କୁ ଧରିବାରେ ଖୋର୍ଦ୍ଧା ଟାଉନ ପୋଲିସ ସକ୍ଷମ ହୋଇଛି । ଗତ ୨୪ ତାରିଖ ରାତି ପ୍ରାୟ ୭ଟା ବେଳେ ବିବେକ ପ୍ରସାଦ ଡୁମୁରି ଓ ବିକ୍ରମ ଚୌଧୁରୀ ଦୁଇଜଣ ଏକ ପିକ୍ଅପ୍ ଭ୍ୟାନ୍‌ରେ ଯାଉଥିଲେ । ମୁକୁନ୍ଦପ୍ରଶାଦ ନିକଟ ଓଭରବ୍ରିଜ ଠାରେ ତିନିଜଣ ଦୁର୍ବୃତ୍ତ ଗାଡ଼ି ସମ୍ମୁଖକୁ ଆସି ଅଟକାଇବା ସହ ବେକରେ ଛୁରୀ ଲଗାଇ ସେମାନଙ୍କ ନିକଟରେ ଥିବା ୩୮ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଫୋନ ଲୁଟି ନେଇଥିଲେ ।

୩ ଲୁଟେରା ଗିରଫ

ଅଭିଯୋଗ ପାଇ ଖୋର୍ଦ୍ଧା ଟାଉନ ପୋଲିସ ତଦନ୍ତ କରି ବାଣପୁର ଦତ୍ତପୁରର ଚିତ୍ତ ରଞ୍ଜନ ହରିଚନ୍ଦନ ଓରଫ ତପୁ, ଟାଙ୍ଗୀସାହି ତରତୁଆର ଅମିର ଖାଁ, ଶରଧାପୁରର ଜାଭେଦ୍ ମହମ୍ମଦକୁ ଧରିଥିଲା । ସେମାନଙ୍କ ନିକଟରୁ ଲୁଟ ୨୪ ହଜାର ଟଙ୍କା, ୧୦ଟି ମୋବାଇଲ ଫୋନ, ଦୁଇଟି ମୋଟର ସାଇକଲ ଜବତ କରାଯାଇଛି । ଅଭିଯୁକ୍ତମାନେ ଏକାଧିକ ଲୁଟ ଓ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.