ETV Bharat / state

କୋରୋନା ପ୍ରଭାବ: ଲକଡାଉନକୁ ଖୋର୍ଦ୍ଧାରେ ସମର୍ଥନ

author img

By

Published : Mar 25, 2020, 10:11 PM IST

ଖୋର୍ଦ୍ଧାରେ କେବଳ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଇଥିବା ଲକଡାଉନ ନିର୍ଦ୍ଦେଶକୁ ଜନସାଧାରଣ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ଲକଡାଉନକୁ ଖୋର୍ଦ୍ଧାବାସୀଙ୍କ ସମର୍ଥନ

ଖୋର୍ଦ୍ଧା: କୋରୋନା ମହାମାରୀ କବଳରେ ବିଶ୍ବର ପ୍ରାୟ ସମସ୍ତ ଦେଶ କବଳିତ । ଆମ ଦେଶ ଭାରତରେ ଭୂତାଣୁକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଘୋଷଣା କରିଛନ୍ତି । ଖୋର୍ଦ୍ଧାବାସୀ ଏହି ନିର୍ଦ୍ଦେଶକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରେ କେବଳ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଇଥିବା ଲକଡାଉନ ନିର୍ଦ୍ଦେଶକୁ ଜନସାଧାରଣ ସମର୍ଥନ କରିଛନ୍ତି । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଲୋକଙ୍କୁ ସଚେତନ କରାଯାଉଛି ।

ଏହାସତ୍ତ୍ବେ କିଛି ଲୋକ ନିର୍ଦ୍ଦେଶ ନମାନି ବିନା କାରଣରେ ବଜାରରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ଏମାନଙ୍କ ବିରୋଧରେ ଖୋର୍ଦ୍ଧା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିନା କାରଣରେ ବୁଲାବୁଲି କରୁଥିବା ଲୋକଙ୍କ ଗାଡିକୁ ପୋଲିସ ଜବତ କରିଛି । ଏହାସହ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.