ETV Bharat / state

୧୧ ମାସ ହେଲା ମିଳୁନି ଭତ୍ତା: ଚିନ୍ତାରେ ଅସହାୟ ବୃଦ୍ଧା ହରସମଣି - ବେଗୁନିଆର ହରସମଣିଙ୍କୁ ମିଳିନି ୧୧ମାସର ଭତ୍ତା

ଦୀର୍ଘ ୧୧ ମାସ ହେଲାଣି ମିଳୁନି ଭତ୍ତା ଟଙ୍କା । ଚିନ୍ତାରେ ବାଘମାରି ପଞ୍ଚାୟତର ୭୦ ବର୍ଷିୟ ଅସହାୟ ବୃଦ୍ଧା ହରସମଣି ମଲ । ସେପଟେ କ୍ୟାମେରା ସାମ୍ନାରେ କିଛି କହି ନ ଥିଲେ ମଧ୍ୟ ଯାହା ତ୍ରୁଟି ରହିଛି । ତାହା ଖୁବଶୀଘ୍ର ସମାଧାନ କରାଯାଇ ଭତ୍ତା ଯୋଗାଇ ଦେବାକୁ କହିଛନ୍ତି ବେଗୁନିଆ ବିଡ଼ିଓ । ଅଧିକ ପଢନ୍ତୁ

୧୧ ମାସ ହେଲା ମିଳୁନି ଭତ୍ତା: ଚିନ୍ତାରେ ଅସହାୟ ବୃଦ୍ଧା ହରସ

author img

By

Published : Aug 5, 2022, 4:03 PM IST

ଖୋର୍ଦ୍ଧା : ୭୦ ବର୍ଷିୟ ଅସହାୟ ବୃଦ୍ଧା ହରସ ମଣି ମଲ । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତରେ । ଭତ୍ତା ମିଳିଲେ ଘର ଚଳେ ଆଉ ଔଷଧ ପାଣିର ଖର୍ଚ୍ଚ ମଧ୍ୟ ଉଠିଯାଏ । ହେଲେ ଦୀର୍ଘ 11ମାସ ହେବ ତାଙ୍କୁ ଭତ୍ତା ଟଙ୍କା ମିଳୁନଥିବା ଅଭିଯୋଗ ହୋଇଛି ।

୧୧ ମାସ ହେଲା ମିଳୁନି ଭତ୍ତା: ଚିନ୍ତାରେ ଅସହାୟ ବୃଦ୍ଧା ହରସ

ହରସମଣି 2017 ସେପ୍ଟେମ୍ବର ମାସରୁ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇ ଭତ୍ତା ପାଉଥିଲେ । ହେଲେ କୌଣସି କାରଣରୁ ଗତ 11ମାସ ଧରି ତାଙ୍କର ଏହି ଭତ୍ତା ଆସିବା ବନ୍ଦ ହୋଇଯାଇଛି । ଫଳରେ ହରସମଣି ଭତ୍ତା ଟଙ୍କା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । ହେଲେ କୈଣସି ସୁଫଳ ମିଳି ନଥିବା କହିଛନ୍ତି ହରସମଣି ।

ଭତ୍ତା ମିଳୁନଥିବାରୁ ହରସମଣିଙ୍କର ଚଳିବାରେ ସମସ୍ୟା ହେଉଥିବା କହିଛନ୍ତି । ସେପଟେ ବାଘମାରି ସରପଞ୍ଚ ଏନେଇ ବ୍ଲକ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେଉଁଠି ତୃଟି ରହିଛି ତାହା ଜଣାପଡୁନଥିବା କହିଛନ୍ତି । ସେପଟେ କ୍ୟାମେରା ସାମ୍ନାରେ କିଛି କହି ନ ଥିଲେ ମଧ୍ୟ ଖୁବଶୀଘ୍ର ଏହାର ସମାଧାନ କରାଯାଇ ଭତ୍ତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବେଗୁନିଆ ବିଡ଼ିଓ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.