ETV Bharat / state

'ଗଣମାଧ୍ୟମ ଜଗତର ଜଣେ ଉଜ୍ବଳ ତାରକାଙ୍କୁ ହରାଇଲା ଓଡିଶା'

author img

By

Published : Nov 6, 2020, 3:38 AM IST

ଖୋର୍ଦ୍ଧା ସ୍ଥିତ ସାମ୍ବାଦିକ ଭବନରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା । ଅଧିକ ପଢନ୍ତୁ...

Khordha journalist union pays tribute to journalist Prabir pradhan's demise
'ଗଣମାଧ୍ୟମ ଜଗତର ଜଣେ ଉଜ୍ବଳ ତାରକାଙ୍କୁ ହରାଇଲା ଓଡିଶା'

ଖୋର୍ଦ୍ଧା: ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଖୋର୍ଦ୍ଧା ସ୍ଥିତ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଛି । ଏଥିରେ ୫୦ରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ସ୍ବର୍ଗତ ପ୍ରବୀର ପ୍ରଧାନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ ।

ବୈଦ୍ୟୁତିକ ଗଣମାଧ୍ୟମ ଜଗତରେ ଜଣେ ଉଜ୍ବଳ ତାରକା ଆଜି ଓଡ଼ିଶା ହରାଇଲା ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ । ଜଣେ ସଫଳ କ୍ରାଇମ ରିପୋର୍ଟର ଭାବେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିସାରିଥିଲେ ପ୍ରବୀର ।

ପ୍ରବୀରଙ୍କ ଭଳି ଜଣେ ପ୍ରତିଭାବାନ ସାମ୍ବାଦିକଙ୍କ ଅକାଳ ବିୟୋଗ ଓଡ଼ିଶା ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ । ତେବେ ତାଙ୍କ ପରିବାରକୁ ସରକାର ଯଥାଶୀଘ୍ର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ସାମ୍ବାଦିକ ମାନେ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.