ETV Bharat / state

ମେଡ଼ିସିନ ଦୋକାନରେ ଚଢ଼ାଉ; ଲକ୍ଷାଧିକ ଟଙ୍କାର ଔଷଧ ଜବତ - ବିନା ଲାଇସେନ୍ସରେ କାରବାର

ଚାଲିଥିଲା ବିନା ଲାଇସେନ୍ସରେ ଔଷଧ ବିକ୍ରି । ଖବର ପାଇଁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରିବା ସହିତ ଦୋକାନକୁ ସିଲ କରିଛି ଖୋର୍ଦ୍ଧା ଜିଲ୍ଲା ଡ୍ରଗ୍ସ ଇନସପେକ୍ଟର । ଅଧୁକ ପଢନ୍ତୁ...

ଲକ୍ଷାଧିକ ଟଙ୍କାର ଔଷଧ ଜବତ
ଲକ୍ଷାଧିକ ଟଙ୍କାର ଔଷଧ ଜବତ
author img

By

Published : Jul 9, 2021, 7:46 AM IST

ଖୋର୍ଦ୍ଧା: ଜିଲ୍ଲା ଡ୍ରଗ୍ସ ଇନସପେକ୍ଟରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ବେଆଇନ ଖୁଚୁରା ମେଡିସିନ ଦୋକାନ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର ନିମ୍ନମାନର ଔଷଧ ଜବତ କରିଛି । ଏହା ସହିତ ଦୋକାନକୁ ସିଲ କରିଛି ଟିମ ।

ସୂଚନା ମୁତାବକ ଖୋର୍ଦ୍ଧା ବଜାରରେ ଅବସ୍ଥିତ ଥିବା ମହାବୀର ମେଡ଼ିସିନ ଷ୍ଟୋର ନାମକ ଏକ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିଥିଲା । ଏହା ସହିତ ସେଠାରେ ନିମ୍ନ ମାନର ଔଷଧ ବିକ୍ରି ହେଉଥିବାର ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଏହା ବିଷୟରେ ଜାଣିପାରି ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରିଥିଲେ । ବିନା ଲାଇସେନ୍ସ ସହ ନିମ୍ନମାନର ଔଷଧ ବିକ୍ରି କରିବା ବେଆଇନ ହୋଇଥିବାରୁ ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା ।

ଡ୍ରଗ୍ସ ବିଭାଗ ଇନସପେକ୍ଟର ଉକ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରି ଦୋକାନକୁ ସିଲ କରିଛନ୍ତି । ସେହିପରି କିଛି ଔଷଧର ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଦୋକାନୀ ବିରୋଧରେ ଖୋର୍ଦ୍ଧା କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜ୍ଜୁ କରାଯାଇଥିବା ନେଇ ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.