ETV Bharat / state

କ୍ଷତିପୂରଣ ଦାବିରେ ଫାଣ୍ଡି ଘେରିଲା ଡ୍ରାଇଭର ସଂଘ - ଫାଣ୍ଡି ଘେରିଲେ ଡ୍ରାଇଭର ସଂଘ

କ୍ଷତିପୂରଣ ଦାବିରେ ଖୋର୍ଦ୍ଧା ବାଙ୍କୋଇ ଫାଣ୍ଡି ଘେରିଲେ ବୋଲଗଡ଼ ଡ୍ରାଇଭର ସଂଘ । ଅଧିକ ପଢନ୍ତୁ

କ୍ଷତିପୂରଣ ଦାବିରେ ଫାଣ୍ଡି ଘେରିଲା ଡ୍ରାଇଭର ସଂଘ

author img

By

Published : Jul 10, 2022, 5:50 PM IST

ଖୋର୍ଦ୍ଧା: ଦୁର୍ଘଟଣାରେ ଗଲା ଗାଈର ଜୀବନ । ଏଥିପାଇଁ ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ କୋଡିଏ ହଜାର ଟଙ୍କା କ୍ଷତିପୂରଣ ମଧ୍ୟ ଦେଲେ । କିନ୍ତୁ କ୍ଷତିପୂରଣ ଅର୍ଥ ଗାଈ ମାଲିକଙ୍କୁ ନ ଦେଇ ଜଣେ ଦଲାଲ ଓ ଫାଣ୍ଡି ବାବୁ ଚଳୁ କରିଦେଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋଲଗଡ଼ ଡ୍ରାଇଭର ମହାସଂଘର କର୍ମକର୍ତ୍ତା । ତୁରନ୍ତ କ୍ଷତିପୂରଣ ରାଶିକୁ ଗାଈର ମାଲିକକୁ ଦେବାକୁ ଆଜି(ରବିବାର) ଡ୍ରାଇଭରମାନେ ବାଙ୍କୋଇ ଫାଣ୍ଡି ଆଗରେ ପ୍ରତିବାଦ କରିଛନ୍ତି ।

କ୍ଷତିପୂରଣ ଦାବିରେ ଫାଣ୍ଡି ଘେରିଲା ଡ୍ରାଇଭର ସଂଘ

ସୂଚନାଥାଉ କି, ଜୁଲାଇ 4 ତାରିଖ ସନ୍ଧ୍ୟାରେ କୋଲକାତାରୁ ଦଶପଲ୍ଲା ଯାଉଥିବା ଏକ କଣ୍ଟେନର ରାଜସୁନାଖଳା ବଜାରରେ ଏକ ଗାଈକୁ ଧକ୍କା ଦେଇଥିଲା । ଦମକଳ ବାହିନୀ ସହ ସମାଜସେବୀ ଆହତ ଗାଈକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । କିନ୍ତୁ ଗାଈଟିର 5 ତାରିଖରେ ମୃତ୍ୟୁ ହୋଇଥିଲା । ଫଳରେ ଫାଣ୍ଡିରେ ଅଟକ ଥିବା ଡ୍ରାଇଭର ମାଲିକ ସହ ଯୋଗାଯୋଗ କରି ବୋଲଗଡ ଡ୍ରାଇଭର ସଂଘ ମାଧ୍ୟମରେ 20 ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲା ।

କିନ୍ତୁ କ୍ଷତିପୂରଣ ପାଇଥିବା ଗାଈ ମାଲିକ ପ୍ରକୃତ ମାଲିକ ନୁହେଁ ଏବଂ ସେ ଜଣେ ଦଲାଲ ବୋଲି ଜାଣିବାକୁ ପାଇବା ପରେ କ୍ଷତିପୂରଣ ଅର୍ଥ ଗାଈ ମାଲିକଙ୍କୁ ଦାବି କରି ଫାଣ୍ଡି ଘେରାଉ କରିଛନ୍ତି ଡ୍ରାଇଭର ସଂଘ । ସେପଟେ ଏନେଇ ବାଙ୍କୋଇ ଫାଣ୍ଡି ଅଧିକାରୀ କହିଛନ୍ତି, ''ଘଟଣା ସମ୍ପର୍କରେ ସମ୍ପୃକ୍ତ ଡ୍ରାଇଭର, ଗାଡି ମାଲିକ କିମ୍ବା ଗାଈର ପକୃତ ମାଲିକଙ୍କ ନିକଟରୁ କିଛି ଅଭିଯୋଗ ଆସିନି । ଯଦି ଅଭିଯୋଗ ଆସେ ତେବେ ତଦନ୍ତ କରାଯିବ ।''

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.