ETV Bharat / state

ଦୁର୍ଗା ପୂଜା-ଲକ୍ଷ୍ମୀ ପୂଜା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କଟକଣା

ଖୋର୍ଦ୍ଧା ସହରରେ ପ୍ରତିବର୍ଷ 10ରୁ ଊର୍ଦ୍ଧ୍ବ ପେଣ୍ଡାଲରେ ଶାରଦୀୟ ଦୁର୍ଗାପୂଜା ହେଉଥିଲା । ମାତ୍ର ଚଳିତ ବର୍ଷ କିନ୍ତୁ ବିନା ଭକ୍ତରେ ପୂଜା କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ ।

Khordha district administration setup guideline for Durga Puja and Lakshmi Puja
ଦୁର୍ଗା ପୂଜା-ଲକ୍ଷ୍ମୀ ପୂଜା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କଟକଣା
author img

By

Published : Sep 10, 2020, 9:11 PM IST

ଖୋର୍ଦ୍ଧା: ଆସିଛି ପାର୍ବଣ ଋତୁ କିନ୍ତୁ ଆଗଭଳି ଚଳଚଞ୍ଚଳ ହୋଇନି ପୂଜା ମଣ୍ଡପ ଓ ବଜାର । କୋରୋନା କଟକଣାର କଡାକଡି ପାଳନ ସହ ପୂଜା କରିବାକୁ ରାଜ୍ୟସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଦୁର୍ଗା ପୂଜା-ଲକ୍ଷ୍ମୀ ପୂଜା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କଟକଣା

ଖୋର୍ଦ୍ଧା ସହରରେ ପ୍ରତିବର୍ଷ 10ରୁ ଊର୍ଦ୍ଧ୍ବ ପେଣ୍ଡାଲରେ ଶାରଦୀୟ ଦୁର୍ଗାପୂଜା ହେଉଥିଲା । ମାତ୍ର ଚଳିତ ବର୍ଷ କିନ୍ତୁ ବିନା ଭକ୍ତରେ ପୂଜା କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ । ସେହିପରି ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ୍, ପୂଜା ମଣ୍ଡପର ୩ ପାର୍ଶ୍ବ ବନ୍ଦ ରହିବା ସହ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ, ପୂଜା ମଣ୍ଡପରେ କର୍ତ୍ତାଙ୍କ ସମେତ ୭ଜଣରୁ ଅଧିକ ଲୋକଙ୍କୁ ବାରଣ କରାଯାଇଛି । ଏଥିସହିତ କୋଭିଡ ନିୟମ ପାଳନ ସହ ମଣ୍ଡପରେ ମାକ୍ସ ପିନ୍ଧି ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ । ଏହିସହିତ କୌଣସି ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ତୋରଣସଜ୍ଜାକୁ ମଧ୍ୟ ବାରଣ କରାଯାଇଛି ।

ଅନ୍ୟପଟେ ପୂଜା କରିବା ପାଇଁ ପୂଜା କମିଟି ଗୁଡିକୁ ଜିଲ୍ଲା ପ୍ରଶାସନର ଅନୁମତି ନେବା ଜରୁରୀ ବୋଲି ବୈଠକରେ ସ୍ଥିର ହୋଇଛି । ଆଜିର ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.