ETV Bharat / state

ପୌର ନିର୍ବାଚନ: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Mar 14, 2022, 10:40 PM IST

ପୌର ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଖୋର୍ଦ୍ଧା, ଜଟଣୀ ମ୍ୟୁନିସିପାଲିଟି ଏବଂ ବାଲୁଗାଁ ଓ ବାଣପୁର ଏନ୍ଏସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ବୈଠକ ଆଜି(ସୋମବାର) ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପୋୖର ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
http://ପୋୖର ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ10.10.50.80:6060/finalout3/odisha-nle/thumbnail/14-March-2022/14732380_thumbnail_3x2_op.jpg

ଖୋର୍ଦ୍ଧା : ପୌର ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଖୋର୍ଦ୍ଧା, ଜଟଣୀ ମ୍ୟୁନିସିପାଲିଟି ଏବଂ ବାଲୁଗାଁ ଓ ବାଣପୁର ଏନ୍ଏସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ବୈଠକ ଆଜି(ସୋମବାର) ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌରାଧ୍ୟକ୍ଷ ଓ କାଉନସିଲର ମତଦାନ ପାଇଁ 2ଟି ଲେଖାଏଁ ଅଲଗା ଅଲଗା ଇଭିଏମ ବ୍ୟବହାର ହେବ ।

ଖୋର୍ଦ୍ଧା ପୌରପାଳିକା ପାଇଁ 22ଟି ୱାର୍ଡର 44ଟି ମତଦାନ କେନ୍ଦ୍ରରେ 110ଟି ଇଭିଏମ୍ ବ୍ୟବହାର ହେବ । ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ଅରିରିକ୍ତ 25 ପ୍ରତିଶତ ଲେଖାଏଁ ଇଭିଏମ ଜରୁରୀ ସେବା ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଜଟଣୀ ମ୍ୟୁନିସିପାଲିଟି ନିମନ୍ତେ 23ଟି ୱାର୍ଡରେ 54ଟି ବୁଥ ନିମନ୍ତେ 135 ଟି ଇଭିଏମ୍, ବାଲୁଗାଁ ଏନ୍ଏସିର 11ଟି ୱାର୍ଡର 16ଟି ବୁଥ ପାଇଁ 40ଟି ଇଭିଏମ ଓ ବାଣପୁର ଏନଏସିର 15ଟି ୱାର୍ଡର 17ଟି ବୁଥ ପାଇଁ 43ଟି ଇଭିଏମ୍ ବ୍ୟବହାର କରାଯିବ ।

ଏହାବି ପଢନ୍ତୁ : Municipal Election: ମତଦାନର 48ଘଣ୍ଟା ପୂର୍ବରୁ ପ୍ରଚାର ମନା

ପ୍ରତ୍ୟକ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସେହିପରି ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀମାନଙ୍କର ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଉପଖଣ୍ଡର ପୌରାଞ୍ଚଳରେ ନିର୍ବାଚନ ପାଇଁ 165ଟି ଯାନ ବ୍ୟବହାର କରାଯିବାକୁ ଥିବା ବେଳେ 155 ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । ସେହିପରି ଭୁବନେଶ୍ବର ମହାନଗର ନିଗମର 705ଟି ବୁଥ ନିମନ୍ତେ 1763ଟି ଇଭିଏମ୍, 306ଟି ଯାନ ଏବଂ 774 ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.