ଖୋର୍ଦ୍ଧା: ଆକ୍ସନ ମୁଡରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ । ଶନିବାର ଅଚାନକ ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିଛନ୍ତି ଜିଲ୍ଲାପାଳ । ସେଠାରେ ପହଞ୍ଚି ମେଡ଼ିସିନ ୱାର୍ଡ, ମାତୃ ଶିଶୁ ଭବନ, ଔଷଧ ବିତରଣ କେନ୍ଦ୍ର, ବର୍ହି ବିଭାଗ ଆଦି ସ୍ଥାନ ବୁଲି ଦେଖିଥିବା ସହ ବିଭିନ୍ନ ୱାର୍ଡରେ ଥିବା ରୋଗୀଙ୍କ ସହ ଚିକିତ୍ସା ସମ୍ପର୍କରେ ଟିକନିଖି ପଚାରି ବୁଝିଥିଲେ ।
ହଠାତ ଜିଲ୍ଲାପାଳଙ୍କୁ ଚିକିତ୍ସାଳୟରେ ଦେଖି ମେଡିକାଲ କର୍ମଚାରୀମାନେ ହଡ଼ବଡେଇ ଯାଇଥିଲେ ଏବଂ ଜିଲ୍ଲାପାଳଙ୍କ ଅଚାନକ ଏହି ଗସ୍ତକୁ ନେଇ ସାଧାରଣରେ ଚର୍ଚ୍ଚା ମଧ୍ୟ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ