ଖୋର୍ଦ୍ଧା: ବେଗୁନିଆ କଂଗ୍ରେସ ମଙ୍ଗ ସମ୍ଭାଳିବେ ଜାନକୀ ନନ୍ଦନ । ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ହେଲେଣି ପୃଥ୍ଵୀବଲଭ ପଟ୍ଟନାୟକ । କିଛି ଦିନ ତଳେ ବେଗୁନିଆ କଂଗ୍ରେସର ନେତୃତ୍ବ ନେଉଥିବା ପ୍ରଦୀପ ସାହୁ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଏବେ ମୁଖିଆ ବିହୀନ ହୋଇପଡିଛି ଏଠି ଦଳ ।
ଫଳରେ ପଞ୍ଚାୟତ ନିର୍ବାଚନ କେମିତି ଦଳ ଲଢିବ ସେନେଇ କର୍ମୀ ମାମେ ଚିନ୍ତାରେ ଅଛନ୍ତି । ଏପରି ସ୍ଥଳେ ଦଳକୁ ଶକ୍ତିଶାଳୀ କରିବା ପାଇଁ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲଭ ପଟ୍ଟନାୟକ ।
କହିଛନ୍ତି ପୁଣିଥରେ କଂଗ୍ରେସ ତାର ଦବଦବା ଜାହିର କରିବ ବେଗୁନିଆ ବୋଲଗଡ ଅଞ୍ଚଳରେ । କଂଗ୍ରେସ କର୍ମୀଙ୍କୁ ଏକାଠି କରି ପଞ୍ଚାୟତ ନିର୍ବାଚନ ଲଢେଇ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଖାଲି ପଡିଥିବା ପଦ ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ପୃଥ୍ଵୀବଲଭ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ