ETV Bharat / state

ଫେବୃଆରୀ ୧୬ରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

author img

By ETV Bharat Odisha Team

Published : Jan 14, 2024, 9:35 PM IST

Khandagiri Mela 2024: ହୋମଯଜ୍ଞରେ ପ୍ରକମ୍ପିତ ହେବ ଖଣ୍ଡଗିରି ପାହାଡ଼ । କୁମ୍ଭମେଳା ପାଇଁ ସରକାରୀ ସହାୟତା ଲୋଡିଲେ ସାଧୁସନ୍ଥ । ଏହା ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଆୟୋଜିତ ହୋଇଥାଏ । ଅଧିକ ପଢନ୍ତୁ

ଫେବୃଆରୀ ୧୬ରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା
ଫେବୃଆରୀ ୧୬ରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା
ଫେବୃଆରୀ ୧୬ରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର: ଫେବୃଆରୀ ୧୬ରୁ ଆରମ୍ଭ ହେବ ପ୍ରସିଦ୍ଧ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ରାତିଦିନ ଚାଲିବ ଅଖଣ୍ଡ ଜପ, ସାଧୁସନ୍ଥଙ୍କ ମନ୍ତ୍ରପାଠ । ଆଉ ବେଦ ମନ୍ତ୍ରରେ ପ୍ରକମ୍ପିତ ହେବ ସାରା ପରିବେଶ । ପ୍ରତି ବର୍ଷ ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଏହି ମେଳା ଖଣ୍ଡଗିରିରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ହରିହର ଟ୍ରଷ୍ଟର ପରିଚାଳକ ହରି ଓମ୍ ବାବା ।

ତେବେ ଏହି ଐତିହାସିକ କୁମ୍ଭମେଳା ଉତ୍କଳୀୟ ପଞ୍ଚସଖା ଭଗବତ ଆଖଡ଼ା ଓ ହରି ଓମ ବାବା ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବେଳେ ଖଣ୍ଡଗିରି ପାଦ ଦେଶରେ ଆୟୋଜିତ ହେବ । ଯଜ୍ଞ ହୋମ ସାଂସ୍କୃତିକ କାର୍ଯ୍ୟକ୍ରମ ସାଧୁସନ୍ଥ ମାନଙ୍କ ଦ୍ଵାରା ଆଧ୍ୟାତ୍ମିକ ପଞ୍ଚସଖା ମାଳିକା ପ୍ରବଚନ ଆଦି ସହ ରାଜ୍ୟର ଓ ରାଜ୍ୟ ବାହାରର ଶହ ଶହ ସାଧୁ ସନ୍ଥଙ୍କର ସମାଗମ ହେବ । ଯେଉଁଠି ଆଧ୍ୟାତ୍ମିକ ଚେତନାର ସାନିଧ୍ୟ ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କର ଭିଡ଼ ଜମିବ । ଏଠାରେ ଆସ୍ଥା ଓ ବିଶ୍ୱାସର ମିଳନ ହେବ ।

ଏହା ମଧ୍ୟ ପଢନ୍ତୁ......ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ, ଆସନ୍ତାକାଲିଠୁ କମ୍ପିବ ମଥୁରା

ଏହା ମଧ୍ୟ ପଢନ୍ତୁ....ପରିକ୍ରମା ପ୍ରକଳ୍ପ ଉତ୍ସବରେ ଭକ୍ତ ପାଇବେ ନୂଆ ଅନୁଭୂତି, ପ୍ରଦର୍ଶିତ ହେବ ମହାପ୍ରଭୁଙ୍କ ୨୪ ବେଶ

ସୂଚନାଯୋଗ୍ୟ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁସନ୍ଥଙ୍କ ଆଗମନ ହୋଇଥାଏ । ଖଣ୍ଡଗିରିରେ ଥିବା ବହୁ ପୁରାତନ ଗୁମ୍ପାଗୁଡିକରେ ସାଧୁସନ୍ଥମାନେ ତପସ୍ୟା କରିଥାନ୍ତି । ଏହି କୁମ୍ଭମେଳା ବା ଖଣ୍ଡଗିରି ମେଳା ୧୯୯୩ ମସିହାରୁ ହରିଓମ୍ ବାବା ମଠ ଏହି ମେଳାକୁ ପରିଚାଳିତ କରିଆସୁଛି । ତେବେ ଗତ ବର୍ଷ ମେଳାକୁ ଆସିଥିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ୭୫୭ ସାଧୁସନ୍ଥ । ଚଳିତବର୍ଷ ଆହୁରି ଅଧିକ ସାଧୁସନ୍ଥଙ୍କ ସମାଗମ ହେବ ବୋଲି ଆଶା କରାଯାଇଛି ।

ଅନ୍ୟପଟେ ଆୟୋଜକମାନେ ଓଡିଶା ପ୍ରଶାସନ ପକ୍ଷରୁ ସମସ୍ତ ମଠ ଓ ମନ୍ଦିରକୁ ସହାୟତା କରୁଥିବା ବେଳେ ଏହି ଐତିହାସିକ ମେଳା ପାଇଁ କୌଣସି ସହାୟତା ତଥା ଲାଇଟ, ପାଣି, ଶୌଚ ପାଇଁ ବ୍ୟବସ୍ଥା ଯୋଗାଇ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ଏନେଇ କ୍ଷୋଭ ପ୍ରକାଶ କରିବା ସହ ଚଳିତବର୍ଷ ସମସ୍ତ ସୁବିଧା ପ୍ରଶାସନ ପକ୍ଷରୁ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ହରିଓଁ ବାବା ।

ଇଟିଭି ଭାରତ , ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.