ETV Bharat / state

ସରିଲା ଖଣ୍ଡଗିରି ମେଳା, ବିଦାୟ ନେଲେ ସାଧୁସନ୍ଥ - ଶେଷ ହେଲା ଖଣ୍ଡଗିରି ମେଳା

ନଅ ଦିନ ପରେ ଶେଷ ହେଲା ଖଣ୍ଡଗିରି ମେଳା । ବିଦାୟ ନେଲେ ବିଭିନ୍ନ ରାଜ୍ୟରୁ ଆସିଥିବା ସାଧୁସନ୍ଥ । ଅଧିକ ପଢନ୍ତୁ

Khandagiri mela over in bhubaneswar
Khandagiri mela over in bhubaneswar
author img

By

Published : Feb 6, 2023, 1:52 PM IST

khandagiri Mela kicks off

ଭୁବନେଶ୍ବର: ରାଜଧାନୀରେ ଶେଷ ହେଲା ଖଣ୍ଡଗିରି ମେଳା । 9ଦିନ ଦିନ ଧରି ଚାଲିଥିବା ଏହି ମେଳା ରବିବାର ଶେଷ ହୋଇଛି । ଶେଷ ଦିନରେ ବି ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗିଥିଲା ଭକ୍ତଙ୍କ ଭିଡ । ନିଜ ମନ କଥା କହିବା ସହ ବିଭୂତି ନେଇ ଫେରିଛନ୍ତି ଶ୍ରଦ୍ଧାଳୁ । ନଅ ଦିନ ଧରି ଚାଲିଥିବା ବେଳେ ବହୁ ବାବାଙ୍କ ସମାଗମ ହୋଇଥିଲା । ସନ୍ଧ୍ୟା ସମୟରେ ଲୋକଙ୍କ ଗହଳିରେ ଫାଟି ପଡୁଥିଲା ଖଣ୍ଡଗିରି । ଆଉ ରାତିରେ ଅପେରାର ମଜା ଉଠାଉଥିଲେ ଦର୍ଶକ ।

ଖଣ୍ଡଗିରି ମେଳା ଶେଷ ହୋଇଥିଲେ ବି ଏବେବି ଦୁଲୁକୁଛି ଖଣ୍ଡଗିରି ଅପେରା ମଞ୍ଚ । ଚିକମିକ ଆଲୁଅ ସାଙ୍ଗକୁ ଦମଦାର ଡ଼ାଇଲଗରେ କମ୍ପୁଛି ଯାତ୍ରା ପେଣ୍ଡାଲ । ୨୮ ତାରିଖରୁ ଆରମ୍ଭ ହୋଇଥିବା ମାଘ ମେଳାରେ ରାଜ୍ୟର ଦୂରଦୂରାନ୍ତରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ପହଞ୍ଚିଥିଲେ । ବିଭିନ୍ନ ମୁଦ୍ରା​ରେ ସେମାନେ ଧ୍ୟାନ କରିବା ସହ ଧ୍ୱନି ସ୍ଥାପନ କରି, ଦୀପ ଜଳାଇ ଧ୍ୟାନ ମଗ୍ନ ହୋଇଥିଲେ । ଆଉ ବାବାଙ୍କ ନିକଟକୁ ଛୁଟିଥିଲା ଲୋକଙ୍କ ସୁଅ ।

ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ବାବାଙ୍କ ପାଖରେ ଜମୁଥିଲା ଭକ୍ତଙ୍କ ଭିଡ । ଦୁଇ ବର୍ଷ କୋଭିଡ ପରେ ଏହି ବାବା ମାନେ ଖଣ୍ଡଗିରି ତପ ଭୂମିକୁ ଆସିଥିବାରୁ ବେଶ୍ ଖୁସି ଥିବା ବେଳେ ଭକ୍ତ ମାନେ ବିଭୂତି ଲଗାଇ ନେଇଥିଲେ ଆଶୀର୍ବାଦ । ଚଳିତବର୍ଷ ବେଶ ଧୁମ୍ ଧାମରେ ଖଣ୍ଡଗିରି ମେଳା ଶେଷ ହୋଇଥିବା ବେଳେ ଏଥର ଖଣ୍ଡଗିରି ଉଦୟଗିରି ମହୋତ୍ସବର ଆୟୋଜନ ହୋଇଥିଲା ।

ଅନ୍ୟପଟେ ମେଳା ଶେଷ ହେବାପରେ ଖଣ୍ଡଗିରିରୁ ବିଦାୟ ନେଇଛନ୍ତି ସାଧୁସନ୍ଥ । ନଅ ଦିନ ଧରି ବାବାଙ୍କ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରି ଉଠିଥିଲା ଖଣ୍ଡଗିରି ପାହାଡ଼ । ଇନ୍ଦ୍ର ଦେବ ଓ ଅଗ୍ନି ଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାଧୁସନ୍ଥ ଯଜ୍ଞରେ ଘୃତ ନୈବେଦ୍ୟ ଆହୁତି ଦେଇ ପୂଜାର୍ଚ୍ଚନା କରିଥିଲେ । ବିଶ୍ୱର କଲ୍ୟାଣ ପାଇଁ ପୂର୍ଣ୍ଣାହୂତି ଦେଇ ବିଦାୟ ନେଇଛନ୍ତି ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବାବା । ଶେଷ ଦିନରେ ଦିନ ତମାମ ଭାଗବତ ପାଠ କରାଯାଇଥିଲା । ମନ୍ତ୍ର ଧ୍ବନି ଓ ନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା । ଯଜ୍ଞକୁଣ୍ଡମାନଙ୍କରୁ ନିଃସୃତ ହୋମ ଧୂଆଁର ମହକରେ ପୂରା ଖଣ୍ଡଗିରି ମହକି ଉଠିଥିଲା।

ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ଆଶୀର୍ବାଦ ପାଇଁ ପହଞ୍ଚିଥିଲେ । ସ୍ଥାନୀୟ ମଠମାନଙ୍କରେ ଅନ୍ନ ପ୍ରସାଦ ଓ ଖିରି ଭୋଗ ଲାଗି କରାଯାଇଥିଲା । ସୂର୍ଯ୍ୟାସ୍ତ ପରେ ହୋଇଥିଲା ପୂର୍ଣ୍ଣାହୁତି ପର୍ବ । ଭାବବିହ୍ବଳ ପରିବେଶରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥମାନଙ୍କୁ ବିଦାୟ ଦେଇଥିଲେ । ମା’ ବାରଭୁଜାଙ୍କ ପୀଠରେ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ସହ ସବୁ ଯଜ୍ଞକୁଣ୍ଡରେ ଏହି ପର୍ବ ସମାହିତ ହୋଇଥିଲା । ପୂର୍ଣ୍ଣାହୁତି ବେଳେ ପୁରା ପରିବେଶ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା । ସପ୍ତମୀରେ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ମାଘ ପୂର୍ଣ୍ଣମୀରେ ଶେଷ ହୋଇଛି । ଶେଷ ଦିନରେ ବି ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା ।

ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ ବେଶ ଜାକଜକମରେ ମେଳା ହେଇଥିବାରୁ ରାଜଧାନୀବାସୀ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଭକ୍ତ ଖୁସି ପ୍ରକଟ କରିଥିଲେ । ଏହି ମହାକୁମ୍ଭରେ ହେଉଥିବା ପ୍ରତିଟି ଧର୍ମକାର୍ଯ୍ୟ ବିଶ୍ୱର କଲ୍ୟାଣ ସହ ମଣିଷର ଅନେକ ଉପକାର କରିଥାଏ ବୋଲି ସାଧୁ ମାନେ ମତ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.