ETV Bharat / state

ଖୋଲିବ ଅର୍ଚ୍ଚନାର କଳା ଟଙ୍କା ଗୁମର, EDରେ ହାଜର ହେଲେ ଖଗେଶ୍ବରର ସହଯୋଗୀ ଚନ୍ଦନ - ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆଜି ଇଡିରେ ହାଜର ହେଲେ ଖଗେଶ୍ବରଙ୍କ ବ୍ୟବସାୟୀ ସହଯୋଗୀ ଅଭିଳାସ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଅଧିକ ପଢନ୍ତୁ

ଚନ୍ଦନ
ଚନ୍ଦନଖଗେଶ୍ବରର ସହଯୋଗୀ ଚନ୍ଦନ
author img

By

Published : Nov 30, 2022, 11:58 AM IST

ଭୁବନେଶ୍ବର: ଖୁବଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଇଡିରେ ହାଜର ହୋଇଛନ୍ତି ଖଗେଶ୍ବରଙ୍କ ବ୍ୟବସାୟୀ ସହଯୋଗୀ ଅଭିଳାସ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଆଜି ହାଜର ହେବା ପାଇଁ ଅଭିଳାସକୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଖଗେଶ୍ବରର ସହଯୋଗୀ ଚନ୍ଦନ

ଅର୍ଚ୍ଚନା କଳାଧନକୁ ଧଳା କରୁଥିବା ବେଳେ ଏଥିରେ ମିଡିଲମ୍ୟାନ ସାଜି ସହଯୋଗ କରୁଥିଲା ଖଗେଶ୍ବର । ସୁପ୍ରିମ ମୋଟର୍ସ ଥିଲା ଏହାର ମାଧ୍ୟମ । ପୂର୍ବରୁ ଅର୍ଚ୍ଚନା, ଖଗେଶ୍ବର ଏବଂ ଜଗବନ୍ଧୁଙ୍କ ମଧ୍ୟରେ ୩୫ ଲକ୍ଷର କାରବାର ସାମ୍ନାକୁ ଆସିଥିଲା । ତେବେ ସୁପ୍ରିମ ମୋଟର୍ସ ସାହାଯ୍ୟରେ ଅର୍ଥ କାରବାର କରୁଥିବା ନେଇ ସନ୍ଦେହ କରିଥିଲା ଇଡି । ଏନେଇ ପ୍ରଥମେ ଖଗେଶ୍ବରକୁ ପଚରାଉଚରା କରିହା ସମୟରେ ସତ ମାନିନଥିଲା ।

ଏହା ମଧ୍ୟ ପଢନ୍ତୁ: Archana Nag Case: EDରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ, ୨ୟ ଥର‌ ପାଇଁ ହେଲେ ହାଜର

ତେଣୁ ସହଯୋଗୀ ଚନ୍ଦନକୁ ଏହି ବାବଦରେ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି । ଇଡି ଏହି ଆର୍ଥିକ କାରବାରର କଳା କହାଣୀ ଖଗେଶ୍ବର ଚିଠା କାଢ଼ିବାକୁ ପ୍ରସ୍ତୁତ ହୋଇଛି ଇଡି । ଏନେଇ କେଉଁମାନେ ଏଠାରେ ଟଙ୍କା ଡିପୋଜିଟ କରୁଥିଲା ? କିଏ କିଏ ଏଠାକୁ ଟଙ୍କା ପକାଉଥିଲା ? କିପରି ଖଗେଶ୍ବର ସମ୍ପର୍କରେ ଆସିଥିଲେ ଅର୍ଚ୍ଚନା ? ଏନେଇ ତଦନ୍ତ କରୁଛି ଇଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.