ETV Bharat / state

ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ କାଶ୍ମୀର ପଣ୍ଡିତ - ଏକାମ୍ର କ୍ଷେତ୍ର ପ୍ରକଳ୍ପ ଶିଳାନ୍ୟାସରେ ଆସିବେ ୨୩ ପଣ୍ଡିତ

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମ । ଏହି ଅବସରରେ କାଶ୍ମୀର ଓ ଋଷିକେଶ ପଣ୍ଡିତ ସମେତ ଦେଶର ୨୩ ପଣ୍ଡିତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

foundation ceremony of ekamra project
ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ
author img

By

Published : Jun 24, 2023, 10:48 PM IST

ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ

ଭୁବନେଶ୍ବର: ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ଏକାମ୍ର କ୍ଷେତ୍ରର ଗୌରବମୟ ଐତିହ୍ୟର ସଂରକ୍ଷଣ ପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା । ଲିଙ୍ଗରାଜ ମନ୍ଦିର ସମ୍ମଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପକୁ ଆରମ୍ଭ କରିବାକୁ ଯାଇ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ୩ ଦିନ ଧରି କରାଯିବ । ଏଥିପାଇଁ ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନର ଆୟୋଜନ କରାଯାଇଛି ।

ଆସନ୍ତା ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହେବ । ୨୮ ଗୋଟି କଳସରେ ପାଣି ତୋଳାଯାଇ ପ୍ରଥମ ଦିନରେ ଯଜ୍ଞ ଆରମ୍ଭ ହେବ । ଏନେଇ ସେବାୟତ କହିଛନ୍ତି, "ପଦ୍ମପାଖୁଡ଼ା ପଥରରେ ପ୍ରକଳ୍ପର ଶିଳାନ୍ୟାସ ହେବ। ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀ ଓ ସଙ୍କୀର୍ତ୍ତନରେ ଯୋଗ ଦେବେ ରାଜ୍ୟ ବାହାରର ୨୩ ଜଣ ପଣ୍ଡିତ । କାଶ୍ମୀର ଓ ଋଷିକେଶରୁ ଏହି ପଣ୍ଡିତ ମାନେ ଆସି ଶିଳାନ୍ୟାସର ଏହି ମହାଯଜ୍ଞ ମହୋତ୍ସବରେ ସାମିଲ ହେବେ । ଲିଙ୍ଗରାଜ ମହାପ୍ରଭୁଙ୍କୁ ଆରାଧନା କରି ଶିଳାନ୍ୟାସ କରିବାକୁ ଥିବା ଶୁଭ ପର୍ବରେ ଅନେକ ଦିବ୍ୟ ଚେତନଧାରୀ ପଣ୍ଡିତ ମାନଙ୍କର ହୋମଯଜ୍ଞ, ବେଦପାଠ, ମନ୍ତ୍ରଧ୍ବନୀରେ ପୁରା ପରିବେଶ ଭକ୍ତିମୟ ହୋଇଉଠିବ । ଜୁନ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଅର୍ଥାତ ପୂର୍ଣ୍ଣାହୁତିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଭବ୍ୟ ସମାରୋହରେ ପୁରୀର ଗଜପତି ମହାରାଜ ମଧ୍ୟ ଯୋଗ ଦେବେ ।" ତେଣୁ ତାଙ୍କର ଉପସ୍ଥିତିକୁ ନେଇ ଖୁସି ଥିବା କହିଛନ୍ତି ସେବାୟତ । ଅନ୍ୟପଟେ ତିନିଦିନ ପୂଜାକୁ ନେଇ ପୁରା ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ମନ୍ଦିର ପରିସରରେ ସଫେଇ କାର୍ଯ୍ୟ ଚାଲିଛି ।

ତେବେ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସରେ ପ୍ରଦର୍ଶନୀ ଲାଗିବା ସହ ପ୍ରୋଜେକସନ ମ୍ୟାପିଂ କରାଯିବ । ଭଜନ ସମାରୋହରେ ଦେଶର ନାମୀଦାମୀ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରକଳ୍ପ ଜରିଆରେ ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଭଜନ ମଣ୍ଡପ, ହେରିଟେଜ୍ ପାର୍କ, କେଦାର ଗୌରୀ ପ୍ଲାଜା, ବିନ୍ଦୁ ସାଗର କଡ଼ରେ ପଦଚାରୀଙ୍କ ପାଇଁ ରାସ୍ତା କାମ, ପୁଷ୍ପରିଣୀ ଗୁଡ଼ିକର ନବୀକରଣ, କେଦାର ଗୌରୀ ଓ ମୁକ୍ତେଶ୍ବର ମନ୍ଦିରର ପରିସରର ବିକାଶ, ଇ-ଅଟୋ ସର୍ଭିସ୍ ଓ ଟ୍ରାଫିକ ପରିଚାଳନା କାମ କରାଯିବ । ସେହିପରି ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକରୁ ବଢେଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା, ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ ଲାଗି ପରିକଳ୍ପନା କରାଯାଇ ଯୋଜନା ପ୍ରସ୍ତୁତ କରାଯାଇଛି । ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.