ETV Bharat / state

OHRCରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ - ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ

ଓଡ଼ିଶା ମାନବ ଅଧିକାର ଆୟୋଗ (OHRC)ରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ । ରାଜ୍ୟପାଳଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଅଧିକ ପଢନ୍ତୁ

Justice Raghubir Dash
Justice Raghubir Dash
author img

By

Published : Feb 12, 2023, 6:12 PM IST

ଭୁବନେଶ୍ବର: ଓଡ଼ିଶା ମାନବ ଅଧିକାର ଆୟୋଗ (OHRC)ରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାଶ । ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ଜଷ୍ଟିସ ରଘୁବୀର ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।

ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି । OHRCର ନୂଆ ଅଧ୍ୟକ୍ଷ ଭାବେ ଯିଏ ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ଜଷ୍ଟିସ ରଘୁବୀର ଦାଶଙ୍କ ଜୁନିଅର ଥିଲେ । ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କୁ ତାଙ୍କ ବିବେକ ବାଧା ଦେଇଛି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ OHRCର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ ରଘୁବୀର ଦାଶ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।

ଏହା ବି ପଢନ୍ତୁ- ଆଜିଠୁ ସ୍ପେସ୍ ଅନ୍ ହୁଇଲ ପ୍ରଦର୍ଶନୀ, ମହାକାଶର ଜ୍ଞାନ ନେବେ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ରାଜ୍ୟ ମନବାଧିକାର କମିଶନକୁ ଦୈନିକ ଶହଶହ ଲୋକମାନେ ନିଜର ଅଭିଯୋଗ ନେଇ ଆସିଥାନ୍ତି । ହେଲେ କିଛି ନ୍ୟାୟ ପାଇବାରେ ସଫଳ ହେଉଥିବା ବେଳେ ଅନେକ ବିଫଳ ମଧ୍ୟ ହୁଅନ୍ତି । ତେବେ ରାଜ୍ୟ ମାନବାଧିକାର କମିଶନର ପୋର୍ଟାଲରେ ତଥ୍ୟ ଦେଖିଲେ ଜାନୁଆରୀ ୨୦୨୨ ମସିହାରେ ମୋଟ ସମାଧାନ ହୋଇଛି ୧୭୨ଟି କେସ । ଜାନୁଆରୀରେ କେବଳ ୩୯ଟି କେସ ରେଜିଷ୍ଟ୍ରେସନ ହୋଇଛି । ସେହିପରି ଫେବୃଆରୀ ମାସରେ ୨୦୭ଟି କେସ ରେଜିଷ୍ଟ୍ରେସନ ହୋଇଥିବା ବେଳେ ୨୯୩ଟି କେସ ସମାଧାନ ହୋଇଛି ।

ମାର୍ଚ୍ଚ ମାସରେ ୩୦୦ଟି କେସ ରେଜିଷ୍ଟ୍ରେସନ ହୋଇଥିବା ବେଳେ ୩୨୧ଟି ମାମଲା ସମାଧାନ ହୋଇଛି । ସେହିପରି ଭାବରେ ଏପ୍ରିଲରେ ୨୪୦ଟି ମାମଲା ରୁଜୁ ହୋଇଥିବା ବେଳେ ୭୩୮ଟି ମାମଲା ସମାଧାନ ହେଉଛି । ତେବେ ୨୦୨୨ ମସିହାରେ ସର୍ବାଧିକ ଡିସେମ୍ବର ମାସରେ ୪୮୮ଟି ମାମଲା ପଞ୍ଜୀକୃତ ହୋଇଥିଲା । ଏହାସହ ୨୦୨୨ ଅଗଷ୍ଟ ମାସରେ ସର୍ବାଧିକ ୨୧୯୭ ମାମଲା ସମାଧାନ ହୋଇଥିଲା । ତେବେ ଜାନୁଆରୀ ୨୦୨୩ ମାସରେ ୧୬୦ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ମାସରେ ୧୨୭ଟି ମାମଲା ସମାଧାନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.