ETV Bharat / state

Jharsuguda Bypoll: ବଢିଲା ବିଜେପି-ବିଜେଡି ଭୋଟ ସେୟାର, ଅମାନତ ହରାଇଲା କଂଗ୍ରେସ - ବିଜେପି ବିଜେଡି ଭୋଟ ପରିମାଣ ବୃଦ୍ଧି

ଉପନିର୍ବାଚନରେ ବଢିଲା ବିଜେପି ଓ ବିଜେଡି ଭୋଟ ସେୟାର । ଗତ ନିର୍ବାଚନ ଅପେକ୍ଷା ୧୪ ହଜାରରୁ ଅଧିକ ଭୋଟ ହରାଇଲା କଂଗ୍ରେସ । ଅଧିକ ପଢନ୍ତୁ

Increase In BJD-BJP Vote Share
Increase In BJD-BJP Vote Share
author img

By

Published : May 13, 2023, 4:34 PM IST

ଭୁବନେଶ୍ବର: ଝାରସୁଗୁଡାରେ ବଡ ବିଜୟ ରେକର୍ଡ କରିଛି ବିଜେଡି । ଦୀପାଳି ଦାସ ୪୮ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଟଙ୍କଧରଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଯଦିଓ ବିଜେପି ଉପନିର୍ବାଚନ ହାରି ଯାଇଛି, ହେଲେ ଚଳିତ ନିର୍ବାଚନରେ ଦଳର ଭୋଟ ପରିମାଣ ବଢିଛି । କେବଳ ବିଜେପି କାହିଁକି, ବିଜେଡି ମଧ୍ୟ ଗତ ନିର୍ବାଚନ ଅପେକ୍ଷା ଏଥର ୮,୫୭୮ ଖଣ୍ଡ ଅଧିକ ଭୋଟ ପାଇଛି । କିନ୍ତୁ କଂଗ୍ରେସର ଭୋଟ ତଳକୁ ଖସିଛି । ଏକଦା କଂଗ୍ରେସର ଗଡ ବୋଲାଉଥିବା ଝାରସୁଗୁଡାରେ ୫ ହଜାରରୁ କମ୍ ଭୋଟରେ ନିର୍ବାଚନ ହାରି ଅମାନତ ହରାଇଛି ଦଳ ।

Increase In BJD-BJP Vote Share
Increase In BJD-BJP Vote Share

ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳ ଦାସ ଯିଏକି ବିଜେଡିରୁ ପ୍ରତିଦ୍ବନ୍ଦିତା କରୁଥିଲେ, ସେ ନିଜ ବାପାଙ୍କ ଅପେକ୍ଷା ପ୍ରାୟ ୫ ପ୍ରତିଶତ ଅଧିକ ଭୋଟ ପଇଛନ୍ତି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଥିବା ନବଙ୍କୁ ୯୮,୬୨୦ ଖଣ୍ଡ ଭୋଟ ମିଳିଥିଲା । ମାତ୍ର ଦୀପାଳ ନିଜର ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି । ତାଙ୍କୁ ୧,୦୭,୧୯୮ ଭୋଟ ମିଳିଛି । ତେଣୁ ଗତ ନିର୍ବାଚନକୁ ତୁଳନା କଲେ, ବିଜେଡି ଏଥର ୮,୫୭୮ ଅଧିକ ଭୋଟ ପାଇଛି ।

ସେହିପରି ୨୦୧୯ ନିର୍ବାଚନ ଅପେକ୍ଷା ଚଳିତ ଥର ବିଜେପି ଭୋଟବ୍ୟାଙ୍କରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି । ଗତ ନିର୍ବାଚନ ତୁଳନାରେ ଏଥର ଦଳକୁ ୫,୫୫୬ ଅଧିକ ଭୋଟ ମିଳିଛି । ପୂର୍ବ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଦିନେଶ ଜୈନଙ୍କୁ ୫୨,୯୨୧ ଭୋଟ ମିଳିଥିବା ବେଳେ ଚଳିତ ଉପନିର୍ବାଚନରେ ଟଙ୍କଧର ୫୮,୪୭୭ ଭୋଟ ସହ ଦ୍ବିତୀୟରେ ରହିଛନ୍ତି । ୨୦୧୯ ତୁଳନାରେ ଟଙ୍କଧର ୩.୨ ପ୍ରତିଶତ ଅଧିକ ଭୋଟ ପାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: BJD Wins Bypoll: ଦୀପାଳିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଲେ ନବୀନ

ହେଲେ ଚଳିତ ଉପନିର୍ବାଚନ କଂଗ୍ରେସ ଭୋଟରେ ମାତ୍ରାଧିକ ହ୍ରାସ ଆସିଛି । ଗତ ନିର୍ବାଚନ ଅପେକ୍ଷା ଏଥର ୧୪ ହଜାରରୁ ଅଧିକ ଭୋଟ ହରାଇଛି କଂଗ୍ରେସ । ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକଙ୍କ ଠାରୁ ଏଥରର ପ୍ରାର୍ଥୀ ତରୁଣ ପାଣ୍ଡେ ୧୪,୩୫୦ କମ୍ ଭୋଟ ପାଇଛନ୍ତି । ଯେତେବେଳେକି ମହେନ୍ଦ୍ରଙ୍କୁ ୧୮,୮୨୩ ଭୋଟ ମିଳିଛି । ଝାରସୁଗୁଡା ଉପନିର୍ବାଚରେ କଂଗ୍ରେସ ମାତ୍ର ୪,୪୪୯୬ ଭୋଟ ଶୋଚନୀୟ ପରାଜୟ ହୋଇଛି । ମେ' ୧୦ରେ ରେକର୍ଡ ହୋଇଥିବା ଭୋଟିଂରୁ ବିଜେଡି ସପକ୍ଷରେ ୬୦.୯୩ ପ୍ରତିଶତ ଭୋଟ ଯାଇଥିବା ବେଳେ ବିଜେପି ୩୩.୨୫ ପ୍ରତିଶତ ଓ କଂଗ୍ରେସକୁ ୨.୫୫ ପ୍ରତିଶତ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.