ETV Bharat / state

ଜିଆରଏସଙ୍କ ବଦଳି ବାତିଲ ଦାବି; ଧାରଣାରେ ସରପଞ୍ଚ ଓ ଜବକାର୍ଡଧାରୀ

ବୋଲଗଡ ବ୍ଳକ ଅସରଳାଦଳ ପଞ୍ଚାୟତ ଜିଆରଏସଙ୍କ ବଦଳି ବାତିଲ ଦାବି କରି ଧାରଣାରେ ସରପଞ୍ଚ ଓ ଜବକାର୍ଡଧାରୀ । ଅଧିକ ପଢନ୍ତୁ...

ଜିଆରଏସଙ୍କ ବଦଳି ବାତିଲ ଦାବି
ଜିଆରଏସଙ୍କ ବଦଳି ବାତିଲ ଦାବି
author img

By

Published : Jan 8, 2021, 8:08 AM IST

ଖୋର୍ଦ୍ଧା: ବୋଲଗଡ ବ୍ଳକ ଅସରଳାଦଳ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଗ୍ରାମରୋଜଗାର ସାଥୀ (ଜିଆରଏସ୍)ଙ୍କର ବଦଳି ବାତିଲ ଦାବିରେ ଧାରଣା । ବ୍ଳକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଅସରଳା ପଞ୍ଚାୟତର ସରପଞ୍ଚ ଫକୀର ଚରଣ ସ୍ଵାଇଁଙ୍କ ସମେତ କେତେକ ଜବକାର୍ଡଧାରୀ । ବଦଳି ବାତିଲର ପ୍ରତିଶ୍ରୁତି ପାଇବା ପରେ ହଟିଲା ଧାରଣା ।

ଜିଆରଏସଙ୍କ ବଦଳି ବାତିଲ ଦାବି

ଅସରଳାଦଳ ଗ୍ରାମ ପଞ୍ଚାୟତର କାର୍ଯ୍ୟରତ ଜିଆରଏସ୍ ଯଶୋଦା ଦେଇଙ୍କୁ ଦଳେଇ ସାହି ପଞ୍ଚାୟତକୁ ବଦଳି କରାଯାଇଥିଲା । ହେଲେ ବଦଳି ବାତିଲ ସହ ତାଙ୍କୁ ପୁନଃ ଅବସ୍ଥାପିତ କରିବା ଦାବିରେ ସ୍ଥାନୀୟ ସରପଞ୍ଚଙ୍କ ସହ ଜବକାର୍ଡ ହିତାଧିକାରୀ ମାନେ ଧାରଣା ଦେଇଥିଲେ । ପରେ ବିଡିଓ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ।

ଏହାସହ ବଦଳି ବାତିଲ କରିବାକୁ ନେଇ ପ୍ରତିଶ୍ରୁତି ଦେଇଥିଲେ । ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.