ETV Bharat / state

କୃଷି ଉଡାଣ ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟ ସାମିଲ - ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର

krishi Udan Scheme 2.0: କୃଷି ଉଡାଣ ଯୋଜନାରେ ୫୮ଟି ବିମାନବନ୍ଦର ସାମିଲ ହୋଇଥିବା ବେଳେ ସେଥିରେ ଓଡ଼ିଶାରୁ ଏକମାତ୍ର ଝାରସୁଗୁଡ଼ା ବିମାନ ବନ୍ଦରକୁ ସାମିଲ କରାଯାଇଛି । ଅଧିକ ପଢନ୍ତୁ

krishi Udan Scheme 2.0
କୃଷି ଉଡାଣ ଯୋଜନାରେ ସାମିଲ ହେଲା ଝାରସୁଗୁଡ଼ା ବିମାନବନ୍ଦର
author img

By ETV Bharat Odisha Team

Published : Dec 12, 2023, 10:13 AM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ଉଡାଣ ଯୋଜନା (Krishi Udan Scheme)ରେ ସାମିଲ ହେଲା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ଯୋଜନାରେ ଦେଶର ୫୮ଟି ବିମାନ ବନ୍ଦର ସାମିଲ ହୋଇଥିବା ବେଳେ ଓଡ଼ିଶାରୁ କେବଳ ଝାରସୁଗୁଡ଼ା ବିମାନ ବନ୍ଦର ସାମିଲ ହୋଇଛି । ଏହାରି ମଧ୍ୟରୁ ୨୫ ବିମାନ ବନ୍ଦର ଫୋକସରେ ଉତ୍ତର ପୂର୍ବାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ରହିଥିବା ବେଳେ ବାକି ୩୩ଟି ବିମାନ ବନ୍ଦର ଅନ୍ୟାନ୍ୟ ଅଞ୍ଚଳକୁ ଫୋକସ କରିବ ।

କୃଷିଜାତ ଦ୍ରବ୍ୟର ଗତିବିଧିକୁ ସୁଗମ ତଥା ଉତ୍ସାହିତ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ (AAI) ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ଵାରା ଭାରତୀୟ ପରିବହନକାରୀଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି । କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟ ପରିବହନରେ ସେମାନଙ୍କର ମୂଲ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା 2020 ଅଗଷ୍ଟ ମାସରେ ଏହି କୃଷି ଉଡାଣ ଯୋଜନାର ଆରମ୍ଭ କରାଯାଇଥିଲା । ଆନ୍ତର୍ଜାତିକ ତଥା ଜାତୀୟ ମାର୍ଗରେ ଉଡାଣ ଭରିବ ଏହି ବିମାନ ।

ଏହାମଧ୍ୟ ପଢନ୍ତୁ.. 6ରୁ ରାଜଧାନୀରୁ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ, ସପ୍ତାହକୁ ଦୁଇଥର ଉଡାଣ

ପ୍ରଥମ ପର୍ଯ୍ୟାୟ ପରେ 27 ଅକ୍ଟୋବର 2021ରେ କୃଷି ଉଡାଣ ଯୋଜନା 2.0 ଘୋଷଣା କରାଯାଇଥିଲା । ଯାହା ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳ, ଉତ୍ତର ପୂର୍ବ ରାଜ୍ୟ ତଥା ଆଦିବାସୀ ଅଞ୍ଚଳରୁ ଖାଦ୍ୟ ତଥା କୃଷି ଜାତୀୟ ପଦାର୍ଥ ପରିବହନ ଉପରେ ଗୁରୁତ୍ବ ଦିଆଯାଇଥିଲା । ତେବେ ଏହି ଯୋଜନା ହେଉଛି ଏକ ସମ୍ମିଶ୍ରଣ ଯୋଜନା ଯେଉଁଠାରେ 8ଟି ମନ୍ତ୍ରଣାଳୟ ବା ବିଭାଗ ଯଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ, ମତ୍ସ୍ୟ ବିଭାଗ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ, ବାଣିଜ୍ୟ ବିଭାଗ, ଆଦିବାସୀ ମନ୍ତ୍ରଣାଳୟ ବ୍ୟାପାର, ଉତ୍ତର-ପୂର୍ବାଞ୍ଚଳର ବିକାଶ ମନ୍ତ୍ରଣାଳୟ ଆଦି ଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ।

ଏହି ଯୋଜନା ଅଧୀନରେ ଥିବା 58ଟି ବିମାନବନ୍ଦର ମଧ୍ୟରେ ଓଡ଼ିଶାରୁ ଝାରସୁଗୁଡ଼ା ବିମାନ ବନ୍ଦର ରହିଥିବା ବେଳେ ଉତ୍ତର ପ୍ରଦେଶରୁ ୭ଟି ବିମାନ ବନ୍ଦର ରହିଛି । ସେହିପରି ଭାବରେ ଆସାମରୁ ୬ଟି ବିମାନ ବନ୍ଦର, ବିହାର, ଜମୁ କାଶ୍ମୀର, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗରୁ ୨ଟି ଲେଖାଏଁ ବିମାନ ବନ୍ଦର, ଗୁଜରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡରୁ ୩ଟି ଲେଖାଏଁ ବିମାନ ବନ୍ଦର ସାମିଲ ହୋଇଥିବା ବେଳେ ଆଣ୍ଡମାନ ନିକୋବର, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୋଆ, ଚଣ୍ଡିଗଡ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ଲଦାଖ, ଲାକ୍ଷାଦ୍ଵୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା ସମେତ ଓଡ଼ିଶାରେ ଗୋଟିଏ ଲେଖାଏଁ ବିମାନ ବନ୍ଦର ଏହି ଯୋଜନାରେ ସାମିଲ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.