ETV Bharat / state

'କେତେ ଲୋକଙ୍କୁ ଦଳରୁ ବାହାର କରିବେ, ଆଗାମୀ ଦିନରେ ଜଣାପଡ଼ିବ' - ଜୟ ନାରାୟଣ ମିଶ୍ର

ବିଜେଡି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କୃତ କରିବା ପରେ ପ୍ରତିକ୍ରିୟା ରଖିଲା ବିଜେପି । ଅଧିକ ପଢନ୍ତୁ

BJP reaction on Soumya patanikmissue
BJP reaction on Soumya patanik issue
author img

By ETV Bharat Odisha Team

Published : Sep 21, 2023, 6:18 PM IST

Updated : Sep 21, 2023, 6:25 PM IST

'କେତେ ଲୋକଙ୍କୁ ଦଳରୁ ବାହାର କରିବେ, ଆଗାମୀ ଦିନରେ ଜଣାପଡ଼ିବ'

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କୃତ କରିବା ପରେ ପ୍ରତିକ୍ରିୟା ରଖିଛି ବିଜେପି । ଏନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ବିଜେଡ଼ିରେ ଭିତିରି ଗଣତନ୍ତ୍ର ବ୍ୟବସ୍ଥା ନାହିଁ । ସୌମ୍ୟ ପଟ୍ଟନାୟକ ପାର୍ଟିକୁ ସଚେତନ କରିବା ପାଇଁ ଯାହା କହିଛନ୍ତି । ସଚେତନ କରିବା କୌଣସି ବିଶୃଙ୍ଖଳା କାର୍ଯ୍ୟ ନୁହେଁ । କିନ୍ତୁ ତଥାପି ସୌମ୍ୟଙ୍କୁ ବହିଷ୍କାର କରାଯିବା, ଏଥିରୁ ବିଜେଡ଼ିର ଆଭ୍ୟନ୍ତରୀଣ ଗଣତନ୍ତ୍ର ବିଷୟରେ ଜଣାପଡୁଛି ।

ଏନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ କିଛି ଜାଣନ୍ତିନି ବୋଲି କୁହନ୍ତି । କିନ୍ତୁ ତାଙ୍କ ଗୋଚରରେ ସବୁକିଛି ହୁଏ ଏବଂ ତାଙ୍କ ଗୋଚରରେ ସବୁ କିଛି ହେଉଛି ଏହା ସ୍ପଷ୍ଟ । ସଚିବଙ୍କ ଗସ୍ତ ବାବଦରେ ଚନ୍ଦ୍ରଯାନରୁ ଅଧିକ ଖର୍ଚ୍ଚ ହୋଇଛି । ଏହାସହ ଅନେକ ଖର୍ଚ୍ଚ ସରକାରୀ ହିସାବରେ ଆସିପାରୁ ନାହିଁ । ଟଙ୍କା ବାଣ୍ଟିବା, ଅନୈତିକ କାମ କରିବା ସେ ସବୁ ବିଷୟରେ ଉଲ୍ଲେଖ କରାଯାଉ ନାହିଁ । ହେଲିକପ୍ଟର ଗସ୍ତ ଏବଂ ଅନ୍ୟାନ୍ୟ କଥା ଅଛି । ତାଙ୍କ ଦଳର ଲୋକମାନେ ଜଣେ ସଚିବ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ । ଏହା ସବୁଠୁ ଆଶ୍ଚର୍ଯ୍ୟ କଥା ।"

ଏହା ବି ପଢନ୍ତୁ- ସରକାର କଣ କାହାକୁ ଠକି ନାହାନ୍ତି, ଖାଲି ସୌମ୍ୟ ଠକିଲେ ପଚାରିଲେ ସୁର; ନିରଞ୍ଜନ କହିଲେ ବିଚାର କରିବେ ସାଧାରଣ ଜନତା

ସେ ଆହୁରି କହିଛନ୍ତି, "ଇଓଡବ୍ଲ୍ୟୁ ରେଡ କରି ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ଯେଉଁ ଦଳ ବି ଏଭଳି କାର୍ଯ୍ୟ କରିଛି, ସେମାନଙ୍କୁ ଲୋକମାନେ ଉଚିତ ସମୟରେ ଜବାବ ଦେଇଛନ୍ତି । ବିଜେଡିକୁ ବି ତାର ଉଚିତ ଜବାବ ମିଳିବ । ବିଜେଡି ଭିତରେ ଥିବା ଅସନ୍ତୋଷର ଏହା ଏକ ନମୁନା । କେତେ ଲୋକଙ୍କୁ ଦଳରୁ ବାହାର କରିବେ, ଆଗାମୀ ଦିନରେ ଜଣାପଡ଼ିବ । ସତ୍ୟ ସବୁ ବେଳେ ବାଧିଥାଏ । ସଚିବ ବଡ ନା ମନ୍ତ୍ରୀ ବଡ ଆଲେଖ୍ୟ ବିଜେଡ଼ିକୁ ବେଶି ବାଧିଛି । ରାଜ୍ୟ ସରକାରଙ୍କ ଦୁର୍ନୀତି ଯେତେବେଳେ ସ୍ପଷ୍ଟ ହୋଇଗଲା, ତାକୁ ସହଜରେ ଶାସକ ଦଳ ଗ୍ରହଣ କରିପାରିଲାନି ।"

ଏହା ବି ପଢନ୍ତୁ- ବିଜେଡିରୁ ସୌମ୍ୟ-ସୁଧାଂଶୁ ବହିଷ୍କୃତ; ସୂଚନା ଦେଲେ ନବୀନ

ସୂଚନା ଥାଉ କି ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବିଦା କରାଯାଇଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କୁ ବହିଷ୍କାର କରାଯାଇଛି। ତେବେ ଗତ ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2023, 6:25 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.