ଭୁବନେଶ୍ବର: ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଜୟନାରାୟଣ ମଶ୍ରଙ୍କୁ ଟାର୍ଗେଟ କରି ଆମଦାନୀ ନେତା କହିଥିଲେ ବିଜେଡି ବିଧାୟକ ରୋହିତ ପୂଜାରୀ । ଯାହାର କଡ଼ା ଜାବାବ ଦେଇଛନ୍ତି ଜୟନାରାୟଣ ମିଶ୍ର । କିଏ ଆମଦାନୀ ନେତା ନାଁ ନେଇ କୁହନ୍ତୁ ବୋଲି ରୋହିତଙ୍କୁ କହିଛନ୍ତି ଜୟନାରାୟଣ । ଏଥିସହ ରୋହିତ ପୂଜାରୀ ଆମଦାନୀ ନେତା ବୋଲି କହିଛନ୍ତି ବିରୋଧି ଦଳ ନେତା ।
ଜୟନାରାୟଣ କଟାକ୍ଷ କରି କହିଛନ୍ତି ଯେ, କିଏ ଆମଦାନୀ ନେତା ? ନାଉରୀ ନାୟକ, ରବି ନାୟକ, ମୁଁ , ନୀତିଶ ଗଙ୍ଗଦେଵ ସମସ୍ତେ ତ ସମ୍ବଲପୁର ଲୋକ । କିଏ ଆମଦାନୀ ନେତା ସେ ନାଁ ନେଇ କୁହନ୍ତୁ । ରୋହିତ ପୂଜାରୀ କେଉଁଠି ଆସୁଛନ୍ତି ଆମେ ଜାଣିନୁ ? ସେ ପୂର୍ବରୁ ରାଉରକେଲାରେ ରହୁଥିଲେ ବୋଲି ଶୁଣିଛୁ । ତେବେ ଆମଦାନୀ କିଏ । ଆମଦାନୀ ନେତା ସେ ନିଜେ । ଯିଏ 25 ବର୍ଷରେ ଓଡିଆ କହି ପାରିନି । ଓଡ଼ିଆ ସାହିତ୍ୟ ସଂସ୍କୃତି ଜାଣନ୍ତିନି । ଓଡ଼ିଆ ଶିଖିବାକୁ ମଧ୍ୟ ଇଚ୍ଛା ନାହିଁ । ସେ ବାହାରିଆ ନୁହଁନ୍ତି । ରୋହିତ ପୂଜାରୀଙ୍କୁ କିଛି ଲୋକ ଶିଖାଇଛନ୍ତି । ତାଙ୍କ ପରିସ୍ଥିତି ଦଳରେ ଠିକ୍ ନାହିଁ । ତେଣୁ ଏମିତି କହିଲେ କେହି ଜଣେ ଆଇଏଏସ ଅଫିସରଙ୍କ ନିକଟତର ହୋଇ ପାରିବେ ବୋଲି ସେ ଭାବୁଛନ୍ତି । ରୋହିତ ପୂଜାରୀ ମନ୍ତ୍ରୀ ମଣ୍ଡଳରୁ ବାହାର କରିବା ପରେ ସେ ମୋତେ ଫୋନ୍ କରିଥିଲେ । ସେତେବେଳେ ଦଳରେ ତାଙ୍କର ପରିସ୍ଥିତି ଠିକ୍ ନାହିଁ ବୋଲି କହିଥିଲେ । ତାଙ୍କୁ ଟିକେ ବିଜେପି ନେତୃତ୍ୱଙ୍କ ସହ କଥା ହେବାକୁ କହିଥିଲେ । ଏହାସହ ବିଜେପିକୁ ଆସିବାକୁ ଚେଷ୍ଟା କରିଥିଲେ ବିଧାୟକ ରୋହିତ ପୂଜାରୀ ।"
ଏହା ମଧ୍ୟ ପଢନ୍ତୁ-ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି: ବିଜେଡି
ରୋହିତଙ୍କ ବାହାରୁ ପ୍ରାର୍ଥୀ ଆମଦାନୀ ଅଭିଯୋଗର ବି ଜବାବ ରଖିଛନ୍ତି ବିରୋଧୀ ଦଳ ନେତା । ନିଜେ ରୋହିତ କେଉଁ ଅଞ୍ଚଳର କି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର । ଓଡ଼ିଆ କହୁନଥିବା ମୁଖ୍ୟମନ୍ତ୍ରୀ ବି ବାହାରିଆ ଲୋକ 23 ବର୍ଷ ହେଲା ଶାସନ କରୁଛନ୍ତି । ସମ୍ବଲପୁର ବିକାଶର ବାଧକ ହେଉଛନ୍ତି ନବୀନ ପଟ୍ଟନାୟକ । ଯିଏ ମୁଖ୍ୟମନ୍ତ୍ରୀ ସିଏ ହିଁ ଉତ୍ତରଦାୟୀ, ବିଧାୟକ ନୁହେଁ । ଦଳୀୟ ନେତୃତ୍ୱଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ରୋହିତ ପୂଜାରୀ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ବୋଲି କହିଛନ୍ତି ଜୟନାରାୟଣ ।
ସେହିପରି ବିଧାୟକ ରୋହିତ ପୂଜାରୀ ସମ୍ବଲପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାବେଳେ ଜିଲ୍ଲାପାଳ ଚେୟାରରେ ବସିଥିବା ଫୋଟକୁ ନେଇ ବିଧାୟକଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା। ''ଏମିତି ବିଧାୟକଙ୍କ ଷ୍ଟାଣ୍ଡାଡ କଣ। ତାଙ୍କ ପାଖରେ କଣ ସ୍ୱାଭିମାନ ଅଛି। କିଛି ଲଜ୍ୟା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର । ଏ ଫଟୋରୁ ସ୍ପଷ୍ଟ ଯେ ଜିଲ୍ଲା ପ୍ରଶାସନ ତାଙ୍କୁ କେତେ ଗୁରୁତ୍ୱ ଦେଉଛନ୍ତି ।
ସମ୍ବଲପୁର ରାଜନୀତିରେ ଦୁଇ ବଡ଼ ନେତା ରୋହିତ ପୂଜାରୀ ଓ ଜୟନାରାୟଣ ମିଶ୍ର ପରସ୍ପରକୁ ଟାର୍ଗେଟ କରିବାରେ ଲାଗି ପଡ଼ିଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ରୋହିତ ପୂଜାରୀ । ଏବେ ଜୟନାରାୟଣ ମିଶ୍ର, ରୋହିତ ପୂଜାରୀଙ୍କୁ ସମାଲୋଚନା କରି ତାଙ୍କର ଅନେକ ଭିତିରି କଥାକୁ ପଦାରେ ପକାଇ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର