ETV Bharat / state

Budget Session: ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ଜୟନାରାୟଣ

author img

By

Published : Mar 24, 2023, 1:23 PM IST

Updated : Mar 24, 2023, 2:00 PM IST

ବିଧାନସଭା ଶୂନ୍ୟକାଳରେ ଉଠିଲା ଅପପୁଷ୍ଟି ପ୍ରସଙ୍ଗ । ଓଡିଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନର ଜନ୍ମ ହେଉଛନ୍ତି । ଏଇଟା କ'ଣ ବିକାଶ ବୋଲି ପ୍ରଶ୍ନ କରି ସରକାରଙ୍କୁ ସମାଲୋଚନା କଲେ ଜୟନାରାୟଣ ମିଶ୍ର । ଅଧିକ ପଢନ୍ତୁ

ବିଧାନସଭାରେ ଅପପୃଷ୍ଟ ପ୍ରସଙ୍ଗ
ବିଧାନସଭାରେ ଅପପୃଷ୍ଟ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା ଅପପୁଷ୍ଟି ପ୍ରସଙ୍ଗ । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ବିଧାନସଭା ଶୂନ୍ୟକାଳରେ ଅପପୁଷ୍ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଓଡି଼ଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତା ଏବଂ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କ'ଣ ଓଡି଼ଶାର ବିକାଶ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

ବିରୋଧୀ ଦଳ ନେତା ଅପପୁଷ୍ଟି ପ୍ରସଙ୍ଗ ଉଠାଉ କହିଛନ୍ତି, ''ନଗଡ଼ା ଠାରୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି । କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡି଼ଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତା ଓ ୬୪ ପ୍ରତିଶତ ଶିକାର ହେଉଛନ୍ତି । ସେହିଭଳି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତା ଦେଖାଯାଉଛି । ଏଇଟା କ'ଣ ମୋ ସରକାର ? ଏଇଟା କ'ଣ 5-T ? ଏହା କ'ଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତ୍ତି ରଖନ୍ତୁ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଯାଜପୁରରୁ ପୁଣି ଆସିଲା ବିକାଶର ନଗ୍ନ ଚିତ୍ର, ଅପପୁଷ୍ଟିର ଶିକାର କୁନିଶିଶୁ

ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ୭ ବର୍ଷ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଶିଶୁ ଅପପୁଷ୍ଟିରେ ଶିକାର ହୋଇଥିବା ଚିତ୍ର ସାମ୍ନାକୁ ଆସିଛି । ଖାଦ୍ୟ ନପାଇ ଅନାହାରରେ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରୁ ପଡୁଛନ୍ତି ଶିଶୁ । ଦାନଗଦି ବ୍ଲକ ରାଣାଗୁଣ୍ଡି ପଞ୍ଚାୟତ ଘାଟିସାହି ଗାଁର ବାଙ୍କୁ ହେମ୍ବ୍ରମଙ୍କ ଗୋଟିଏ ପୁଅ ଅପପୁଷ୍ଟିର ଶିକାର ହୋଇ କିଛି ଦିନ ପୂର୍ବେ ଆଖି ବୁଜିଥିଲା । ଏବେ ତାଙ୍କର ଝିଅ ମଧ୍ୟ ଅପପୁଷ୍ଟିରେ ବିଛଣାରେ ପଡିଛି । ଏହି ପରିବାରକୁ ରାସନ କାର୍ଡ ମିଳିଥିଲେ ହେଁ କୌଣସି ରାସନ ସାମଗ୍ରୀ ମିଳୁନଥିବା ଅଭିଯୋଗ ହୋଇଛି । ବାଙ୍କୁ ମୂଲମଜୁରୀ ଲାଗୁଥିବାବେଳେ ପରିବାର ପେଟରେ ଦୁଇ ମୁଠା ଦାନା ଦେବାକୁ ଅସମର୍ଥ ହେଉଛନ୍ତି । ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହାମଧ୍ୟ ପଢନ୍ତୁ: Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ଇଟିଭି ଭାରତ, ଯାଜପୁର

Last Updated : Mar 24, 2023, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.