ETV Bharat / state

ଏନଏଚ-55କୁ ନେଇ ରୋହିତ-ଜୟ ମୁହାଁମୁହିଁ; ବ୍ୟକ୍ତିଗତ ସ୍ତରକୁ ଗଲା ଆରୋପ-ପ୍ରତ୍ୟାରୋପ - ରୋହିତ ପୂଜାରୀ

ଏନଏଚ-55କୁ ନେଇ ମୁହାଁମୁହିଁ ରୋହିତ ପୂଜାରୀ ଓ ଜୟ ନାରାୟଣ ମିଶ୍ର । ଝାରସୁଗୁଡ଼ାରେ କୋଇଲା ପିସି କେମିତି ମିଳିବ ତା'ର ଚିନ୍ତା କରନ୍ତୁ କହି ରୋହିତଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା । ଅଧିକ ପଢନ୍ତୁ

ଏନଏଚ-55କୁ ନେଇ ରୋହିତ-ଜୟନାରାୟଣ ମୁହାଁମୁହିଁ
ଏନଏଚ-55କୁ ନେଇ ରୋହିତ-ଜୟନାରାୟଣ ମୁହାଁମୁହିଁ
author img

By ETV Bharat Odisha Team

Published : Oct 4, 2023, 6:56 AM IST

Updated : Oct 4, 2023, 12:46 PM IST

ଏନଏଚ-55କୁ ନେଇ ରୋହିତ-ଜୟ ମୁହାଁମୁହିଁ

ଭୁବନେଶ୍ବର: ଜାତୀୟ ରାଜପଥ 55 ନିର୍ମାଣ ଯେତେ ବିଳମ୍ବିତ ହେଉଛି, ଏହାକୁ ନେଇ ରାଜନୀତି ସେତେ ଆଗକୁ ବଢିବରେ ଲାଗିଛି । ଜାତୀୟ ରାଜପଥକୁ ନେଇ ରାଜନୈତିକ ଆରୋପ ଏବଂ ପ୍ରତ୍ୟାରୋପ ବ୍ୟକ୍ତିଗତ ସ୍ତରକୁ ଗଲାଣି । ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ବିଜେଡି ବିଧାୟକ ରୋହିତ ପୂଜାରୀ । ରୋହିତ ଜୟଙ୍କ ବ୍ୟକ୍ତିଗତ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପାଲଟା ଜବାବ ଦେଇଛନ୍ତି ବିରୋଧୀ ଦଳ ନେତା । ରେଢ଼ାଖୋଲର ବିଜେଡି ବିଧାୟକ ରୋହିତ ପୂଜାରୀ କହିଛନ୍ତି ଯେ, କଟକ-ସମ୍ବଲପୁର ଜାତୀୟ ରାଜପଥ-55ର ଅବସ୍ଥା କେମିତି ରହିଛି ତାହା ସମସ୍ତେ ଜାଣିଛନ୍ତି । ଗତ 9 ବର୍ଷ ହେଲା ସେହି ଜାତୀୟ ରାଜପଥ କାମ ଚାଲିଛି । ହେଲେ କେବେ ସରିବ ଏ ପର୍ଯ୍ୟନ୍ତ ଜଣାପଡ଼ୁନି । ସେ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । ରାସ୍ତାରେ 400ରୁ ଅଧିକ ଲୋକ ଜୀବନ ହରେଇଲେଣି ।

ଜାତୀୟ ରାଜପଥର 70 କିଲୋମିଟର ରାସ୍ତା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ରହିଛି । ଗ୍ରାମାଞ୍ଚଳର ଲୋକ ନିଜ ପିଲାଙ୍କ ପାଠପଢା, ଚିକିତ୍ସା କ୍ଷେତ୍ରରେ ଏହି ଏନଏଚ-55 ପାଇଁ ହଇରାଣ ହେଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ସମ୍ବଲପୁର ମାଟିର ହୋଇକି ଚୁପ ରହିଛନ୍ତି । ସେହି ରାସ୍ତାକୁ ସେ ସବୁବେଳେ ବ୍ୟବହାର କରୁଥିଲେ ବି ଗତ 9 ବର୍ଷ ହେଲା ଏ କଥା ଉଠାଇ ନାହାନ୍ତି । କେମିତି ରାସ୍ତା ନିର୍ମାଣ ସରିବ, ସ୍ଥାନୀୟ ଲୋକଙ୍କ ଦୁଃଖ ଦୂର ହେବ ସେ କଥାରେ ସେ ହସ୍ତକ୍ଷେପ କରନ୍ତୁ । ତାଙ୍କର କେନ୍ଦ୍ରମନ୍ତ୍ରୀଙ୍କ ସହିତ କଥା ହୋଇ କେବେ ରାସ୍ତା ନିର୍ମାଣ ସରିବ ଜବାବ ରଖନ୍ତୁ । ସମ୍ବଲପୁର ଓ ରାଜ୍ୟବାସୀ ତାଙ୍କୁ କେବେ କ୍ଷମା ଦେବେନାହିଁ ।

ଏହାମଧ୍ୟ ପଢନ୍ତୁ: ବିଜେଡିର ଜନ ସମ୍ପର୍କ ଅଭିଯାନ ନୁହେଁ, ଏହା ଜନ ପ୍ରତାରଣା ଅଭିଯାନ: ବିଜେପି

ରେଢ଼ାଖୋଲ ବିଧାୟକ ଜାତୀୟ ରାଜପଥ 55ର କାମକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଥିବା ବେଳେ କଡ଼ା କାଉଣ୍ଟର କରିଛନ୍ତି ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ରୋହିତ ତ ବଡ଼ ଜ୍ଞାନୀ ଲୋକଟେ । ଝାରସୁଗୁଡ଼ାରେ କୋଇଲା ପିସି କେମିତି ମିଳିବ ତା'ର ଚିନ୍ତା କରନ୍ତୁ । ସେ, ସୁଶାନ୍ତ ସିଂ, ନବ ଦାସ ଓ ପାଣ୍ଡିଆନ 4 ଜଣ ପର୍ସେଣ୍ଟେଜ୍‌ ଭାଗ କରିବା ପାଇଁ ହତ୍ୟାକାଣ୍ଡ କରୁଥିଲେ । ବିଧାୟକ ସମୀକ୍ଷା ବୈଠକରେ ରୋହିତ ଥିଲେ । ଏମପି ସମୀକ୍ଷା ବୈଠକରେ ଥିଲେ । ସେ ବୈଠକକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବି ଆସିଥିଲେ । କେତେ ଦିନ ମଧ୍ୟରେ ରାସ୍ତା କରିବ ବୋଲି ମୁଁ ପ୍ରଶ୍ନ କରିଥିଲି । ସେମାନେ କହିଥିଲେ ଆସନ୍ତା ନଭେମ୍ବର ସୁଦ୍ଧା ଗୋଟେ ପାଖ ରାସ୍ତା ନିର୍ମାଣ ଶେଷ କରିବୁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ ପ୍ରାଧିକାରଣ ଅଧିକାରୀ ଓ ଦୁଇ ଜଣ ଠିକାଦାରଙ୍କୁ ଡାକି ଏହାର ସମାଧାନ କରିବା ଲାଗି ବ୍ୟବସ୍ଥା କରିଥିଲେ । ପୁରୁଣା ଠିକାଦାର କହିଲେ ମୁଁ ପାରିବି ନାହିଁ । ନୂଆ ଠିକାଦାରକୁ କେମିତି କାମ ମିଳିବ, ତାହାର ବ୍ୟବସ୍ଥା ସେ କରିଥିଲେ । ଆମେ ତାଙ୍କ(ରୋହିତ ପୂଜାରୀ) ପରି କଥା କହୁନା । କାମରେ କରି ଦେଖାଇ ଦେଉ । ତାଙ୍କୁ ତ ମନ୍ତ୍ରୀମଣ୍ଡଳୀରୁ ବିଦା କରାଗଲା । ଏବେ ଜିଲ୍ଲା ସଭାପତି ଭାବେ ଲଲିପପ୍‌ ଧରାଗଲା । ସେ ତ ବେପାରୀ ଲୋକ । ସବୁ ମେସିନ୍‌କୁ ସ୍କ୍ରାପ୍‌ କରି ତାଙ୍କ ବାପା ରାଉଲକେଲା ଷ୍ଟିଲ୍‌ ପ୍ଲାଣ୍ଟକୁ ବିକ୍ରି କରିଦେଲେ । ଏବେ ଓଡ଼ିଶାକୁ ବିକିବା ପାଇଁ ଚାହୁଁଛନ୍ତି । ସେଥିରେ କ'ଣ ଅଛି ବୋଲି ଜୟ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 4, 2023, 12:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.