ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲୁଟେରାଙ୍କ ରାଜ । ସିରିଜ୍ ଲୁଟ ହୋଇଥିବା ନେଇ ଅଭିଯୋଗ ପରେ ୫ଲୁଟେରାଙ୍କୁ ଗିରଫ କଲା ଜଟଣୀ ପୋଲିସ । କିଛିଦିନ ତଳେ ଡେଲାଙ୍ଗ ଅଞ୍ଚଳର ଫକୀର ଚରଣ ସାହୁ ଓ ତାଙ୍କ ପତ୍ନୀ ବାଇକରେ ଯାଉଥିବା ସମୟରେ ଚେନ ଲୁଟେରାଙ୍କ ଶିକାର ହୋଇଥିବା ବେଳେ ଜଟଣୀ ଆନ୍ଧ୍ର ବ୍ୟାଙ୍କ ଗଳିରେ ଗୀତାଞ୍ଜଳି ସାହୁ ନାମକ ଜଣେ ମହିଳା ମଧ୍ୟ ଏହି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଥିଲେ । ଏନେଇ ଜଟଣୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ତିନିଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।
ସେହିପରି ଗତ କିଛିଦିନ ତଳେ ଡେଲାଙ୍ଗରୁ ଖୋର୍ଦ୍ଧା ଯାଉଥିବା ଭାରତୀ ନାୟକ ନାମକ ଜଣେ ଟ୍ରକ ଡ୍ରାଇଭରଙ୍କ ଠାରୁ ନଗଦ ଟଙ୍କା ଓ ମୋବାଇଲ ଲୁଟ କରିଥିଲେ ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ଜଟଣୀ ପୋଲିସ ଦୁଇଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଲୁଟ ଜିନିଷ ଜବତ କରିବା ସଙ୍ଗେ ସଙ୍ଗେ ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ