ETV Bharat / state

ହୋଲି ପାଇଁ ଚଳଚଞ୍ଚଳ ଜଟଣୀ - jatani market rush for holi

ରଙ୍ଗ ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ହୋଲି ପାଇଁ ଚଳଚଞ୍ଚଳ ହୋଇଉଠିଛି ।

jatani market rush for holi
ହୋଲି ପାଇଁ ଚଳଚଞ୍ଚଳ ଜଟଣୀ
author img

By

Published : Mar 6, 2020, 12:32 PM IST

ଖୋର୍ଦ୍ଧା: ଆସୁଛି ରଙ୍ଗର ପର୍ବ ହୋଲି । ହୋଲିକୁ କିଏ କେମିତି ପାଳିବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେହିପରି ରଙ୍ଗ ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ହୋଲି ପାଇଁ ଚଳଚଞ୍ଚଳ ହୋଇଉଠିଛି ।

ହୋଲି ପାଇଁ ଚଳଚଞ୍ଚଳ ଜଟଣୀ

ଚଳିତବର୍ଷ ହର୍ବାଲ ରଙ୍ଗର ଚାହିଦା ରହିଥିବାରୁ ବିଭିନ୍ନ ପ୍ରକାରର ରଙ୍ଗ ପସରା ଖୋଲିଛନ୍ତି ବ୍ୟବସାୟୀ । ବିଭିନ୍ନ ରଙ୍ଗ ସହ ଅବିର, ପିଚକାରୀ ଏବଂ ରଙ୍ଗ ବେରଙ୍ଗର ଟୋପି କିଣିବାକୁ ଗ୍ରାହକଙ୍କର ଭିଡ଼ ଲାଗୁଛି ଜଟଣୀରେ । ସେହିପରି କେମିକାଲ ରଙ୍ଗ ମୁହଁ ପାଇଁ କ୍ଷତିକାରକ ହୋଇଥିବାରୁ ତା ପ୍ରତିବଦଳରେ ହର୍ବାଲ ରଙ୍ଗର ବେଶି ଚାହିଦା ରହିଛି ।

ଜଟଣୀ ସହର ରଙ୍ଗ ବ୍ୟବସାୟର ପେଣ୍ଠସ୍ଥଳୀ ହୋଇଥିବାରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଆଦି ଅଞ୍ଚଳରୁ ଖୁଚୁରା ବ୍ୟବସାୟୀମାନେ ଆସି ହୋଲସେଲ ଦରରେ ରଙ୍ଗ କିଣୁଥିବା ଦେଖିବାକୁ ମିଳୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.