ETV Bharat / state

ଶ୍ରୀମନ୍ଦିର ଫାଇଲ ହଜିନାହିଁ, ଫାଇଲ ଲୁଚାଇବାକୁ ଚେଷ୍ଟା କରାଯାଉଛି: ବିଜୟ ମହାପାତ୍ର - ଫାଇଲ

ବିଜୟ କହିଛନ୍ତି, ‘‘ଶ୍ରୀମନ୍ଦିର ମନ୍ଦିର ସମ୍ପର୍କିତ ଫାଇଲ ହଜିବା ଅତ୍ୟନ୍ତ ଚିନ୍ତାଜନକ ଉଦବେଗ ଜନକ ଘଟଣା । କିନ୍ତୁ ଫାଇଲ ହଜି ନାହିଁ । ଫାଇଲ ଲୁଚାଇ ରଖାଯାଇଛି । ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏଭଳି ତଥ୍ୟ ଫାଇଲ ଭିତରେ ଥିବ, ଯାହାକୁ ବୋଧେ ଲୋକଲୋଚନକୁ ଆଣିବା ପାଇଁ ସେମାନେ ଚାହାଁନ୍ତି ନାହିଁ ।" ଅଧିକ ପଢନ୍ତୁ

ବିଜୟ ମହାପାତ୍ର
ବିଜୟ ମହାପାତ୍ର
author img

By

Published : Apr 19, 2023, 9:19 PM IST

ଶ୍ରୀମନ୍ଦିର ଫାଇଲ ହଜିନାହିଁ, ଫାଇଲ ଲୁଚାଇବାକୁ ଚେଷ୍ଟା କରାଯାଉଛି: ବିଜୟ ମହାପାତ୍ର

ଭୁବନେଶ୍ବର: ଶ୍ରୀମନ୍ଦିର ଫାଇଲ ହଜିନାହିଁ । ଫାଇଲ ଲୁଚାଇବାକୁ ଚେଷ୍ଟା କରାଯାଉଛି । ଯଦି ଫାଇଲ ହଜିଛି ଥାନାରେ ଆଇନ ବିଭାଗ ଏତଲା ଦେଉ । କିଛି ଲୁଚାଇବାକୁ ଚାହୁଁଛନ୍ତି ସରକାର । ବୋଧହୁଏ ଫାଇଲ ହଜି ଯିବାର ପନ୍ଥା ଆପଣାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଦୁଇଟି ଫାଇଲ ଆଇନ ବିଭାଗ ହଜାଇ ଦେବା ପ୍ରସଙ୍ଗରେ ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ।

ଆଜି ପ୍ରେସମିଟ କରି ବିଜୟ କହିଛନ୍ତି, ‘‘ଶ୍ରୀମନ୍ଦିର ମନ୍ଦିର ସମ୍ପର୍କିତ ଫାଇଲ ହଜିବା ଅତ୍ୟନ୍ତ ଚିନ୍ତାଜନକ ଉଦବେଗ ଜନକ ଘଟଣା । କିନ୍ତୁ ଫାଇଲ ହଜି ନାହିଁ । ଫାଇଲ ଲୁଚାଇ ରଖାଯାଇଛି । ଜଗନ୍ନାଥ ମନ୍ଦିର ସମ୍ପର୍କରେ ଏଭଳି ତଥ୍ୟ ଫାଇଲ ଭିତରେ ଥିବ, ଯାହାକୁ ବୋଧେ ଲୋକଲୋଚନକୁ ଆଣିବା ପାଇଁ ସେମାନେ ଚାହାଁନ୍ତି ନାହିଁ । ସେଥିପାଇଁ ହଜିଯିବା ପନ୍ଥାର ଆଶ୍ରୟ ନିଆଯାଇଛି । ଯଦି ଜଗନ୍ନାଥ ମନ୍ଦିର ଫାଇଲ ହଜିଯିବ, ତେବେ ଓଡିଶାରେ ଶାସନ ରହିବା ଉଚିତ ନୁହେଁ । ରାଜ୍ୟ ସରକାର ଜାଣିଶୁଣି ମନ୍ଦିରକୁ ବିପଦ ନିମନ୍ତ୍ରଣ କରୁଛନ୍ତି ।’’ ବିଜୟ କହିଛନ୍ତି ଯେ ସବୁବେଳେ ସମସ୍ତେ କହୁଛନ୍ତି, ସେ ଆମର ଆରାଧ୍ୟ ଦେବତା । ଯେତେ ପ୍ରକାର ଅବହେଳା କରାଯାଇପାରିବ ଜଗନ୍ନାଥ ମନ୍ଦିର ପାଇଁ, ବିଧି ବିଭାଗ ଓ ମନ୍ଦିର ପ୍ରଶାସନ ଏବଂ ସରକାର ସମସ୍ତେ ମିଳିମିଶି କରୁଛନ୍ତି । ଖାଲି ଉପରକୁ ଦେଖାଇବା ପାଇଁ ପରିକ୍ରମା ପ୍ରକଳ୍ପ ବାହାନା କରୁଛନ୍ତି ।

ଏହାବି ପଢନ୍ତୁ- File Missing: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ ବିଭାଗ !

ବିଜୟ ମହାପାତ୍ର ଆହୁରି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଧ୍ୟ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ପାଇଁ କହିସାରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର କରୁନାହାଁନ୍ତି । ଏବେ ଯିଏ ପ୍ରଶାସକ ଅଛନ୍ତି, ସେ ନିଯୁକ୍ତ ହେବା ଦିନ ଠାରୁ ମାତ୍ର ଦୁଇ ତିନି ଥର ଯାଇଛନ୍ତି । ଏଥିରୁ ଅନୁମାନ କରାଯାଇପାରିବ ଯେ ମନ୍ଦିର ପ୍ରଶାସନ କେଉଁ ଅବସ୍ଥାରେ ପହଞ୍ଚିଛି । ପ୍ରଶାସକ ଯଦି ନଯିବେ ମନ୍ଦିର ନୀତି ବ୍ୟବସ୍ଥା ଚାଲିବ କେମିତି ? ସେଠି ଫାଇଲ ହଜିବ, ଆହୁରି ଅନେକ ଅଘଟଣ ଘଟିବ ।

ଏହାବି ପଢନ୍ତୁ- Battle For Karnataka: ତିନି ଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ ଅମିତ ଶାହ

ସୂଚନାଯୋଗ୍ଯଯେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ବିଭାଗର ଉପ ସଚିବ ବିଭାଗର ସମସ୍ତ ଶାଖାକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହାହସହ ଫାଇଲ ମିଳିଲା କି ନାହିଁ ଜଣାଇବାକୁ କହିଛନ୍ତି । ଆଇନ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ସେହି ଦୁଇଟି ଫାଇଲରେ ସେ ସମ୍ପର୍କିତ ତଥ୍ୟ ରହିଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.