ETV Bharat / state

17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ; ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ - ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଯିବେ ମୁଖ୍ୟମନ୍ତ୍ରୀ

Srimandira Parikrama Project: ଜାନୁଆରୀ 17 ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ

author img

By ETV Bharat Odisha Team

Published : Dec 26, 2023, 7:51 PM IST

ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଲେ ସେବାୟତ

ଭୁବନେଶ୍ବର: ଆସନ୍ତା ଜାନୁଆରୀ 17 ତାରିଖରେ ଲୋକାର୍ପଣ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ପୁରୀରୁ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ । ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଇଛନ୍ତି । ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପରେ ନବୀନ ନିବାସରେ ପହଞ୍ଚିଥିଲେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ।

ଲିଙ୍ଗରାଜଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନିମନ୍ତ୍ରଣ: ଜାନୁଆରୀ 17 ତାରିଖରେ ଓଡ଼ିଶା ସହ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଇତିହାସରେ ଯୋଡ଼ିହେବ ସ୍ବର୍ଣ୍ଣିମ ଫର୍ଦ୍ଦ । ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଧାର୍ମିକ କାର୍ଯ୍ୟରେ ସାରା ଦେଶକୁ ସାମିଲ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦେଶର ପ୍ରମୁଖ ଦେବାଦେବୀ ପୀଠ, ଚାରିଧାମର ପୀଠାଧୀଶ୍ବର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରିଛନ୍ତି । ଆଜି ସକାଳୁ ନିମନ୍ତ୍ରଣ ବାର୍ତ୍ତା ଓ ପତ୍ର ନେଇ ଏକ ଟିମ୍ ପ୍ରଥମେ ଏକାମ୍ର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ଭୁବନେଶ୍ବରରେ ପହଞ୍ଚିଥିଲେ । ଆଜି ପ୍ରଥମ ନିମନ୍ତ୍ରଣ ପତ୍ର ପ୍ରଭୁ ଲିଙ୍ଗରାଜଙ୍କୁ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ପରିକ୍ରମା ପ୍ରକଳ୍ପ: ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ

ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ସେବାୟତ ପ୍ରତିନିଧି ଟିମ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚାଉଳ ଗୋଟିଏ ଗୁଆ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ବି ମୁଠାଏ ଚାଉଳ ଓ ଗୁଆ ଦେଇଛନ୍ତି । ସମସ୍ତେ ଚାଉଳ ଓ ଗୁଆ ଦିଅନ୍ତୁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟ ଦଇତାପତି ଆହ୍ବାନ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିରର ମୁଖ୍ୟ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲୁ । ଆଗାମୀ 17 ତାରିଖ ପରିକ୍ରମା ପ୍ରକଳ୍ପରେ ସେ ଉପସ୍ଥିତ ରହିବେ । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୁଠାଏ ଚାଉଳ ଓ ଗୋଟିଏ ଗୁଆ ଦେଇଛନ୍ତି । ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଅନୁରୋଧ, ଗୋଟେ ଗୁଆ ପଠାନ୍ତୁ । ପରିକ୍ରମା ପ୍ରକଳ୍ପରେ ସାମିଲ ହୁଅନ୍ତୁ । ଜଗନ୍ନାଥଙ୍କ ଇତିହାସରେ ନବୀନ ପଟ୍ଟନାୟକଙ୍କ ନାଁ ଶହେ ବର୍ଷ ପରେ ବି ମନେ ରଖିବେ ଲୋକେ । ନବୀନଙ୍କ ଦୀର୍ଘ ଜୀବନ କାମନା କରି ଆମେ ଆଶୀର୍ବାଦ କରିଛୁ ।"

ପରିକ୍ରମା ପ୍ରକଳ୍ପ ହାତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିହାସ ରଚିଛନ୍ତି ବୋଲି ସେବାୟତମାନେ କହିଛନ୍ତି । ସେ କହିଛନ୍ତି, "ନବୀନଙ୍କ ନାଁ ଇତିହାସରେ ଲିପିବଦ୍ଧ ହୋଇ ରହିବ । ସମସ୍ତ ଜଗନ୍ନାଥପ୍ରେମୀ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ । ଜଗନ୍ନାଥଙ୍କ ବିନା ନିର୍ଦ୍ଦେଶରେ ଏ ପ୍ରକଳ୍ପ ସମ୍ଭବ ନୁହେଁ । ସମସ୍ତଙ୍କ ସହଯୋଗରେ ପ୍ରକଳ୍ପ କାର୍ଯ୍ୟ ସଫଳ ହୋଇଛି । ପ୍ରକଳ୍ପରେ ଜଗନ୍ନାଥଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସହଯୋଗ ରହିଛି ।" ରାଜ୍ୟ ମଧ୍ୟରେ ପ୍ରମୁଖ ଧାର୍ମିକ ପୀଠ ଓ ଜଗନ୍ନାଥ ମନ୍ଦିରଗୁଡ଼ିକୁ ନିମନ୍ତ୍ରଣ ପାଇଁ 13ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଜଣେ ନୋଡାଲ୍ ଅଫିସର ଓ 3 ଜଣ ଲେଖାଏଁ ସେବାୟତ ରହିଛନ୍ତି । ରାଜ୍ୟର 30ଟି ଜିଲ୍ଲାର ବିଭିନ୍ନ ପ୍ରମୁଖ ଧାର୍ମିକ ପୀଠ, ପ୍ରମୁଖ ଜଗନ୍ନାଥ ମନ୍ଦିର, ପ୍ରଭୁ ଜଗନ୍ନାଥଙ୍କ ଲୀଳାଶ୍ରୀକ୍ଷେତ୍ର, ନବକଳେବର ଦାରୁକ୍ଷେତ୍ରରେ ଏହି ପ୍ରତିନିଧିଦଳ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ଅନୁରୂପ ଭାବରେ ରାଜ୍ୟ ବାହାରେ ଅର୍ଥାତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରମୁଖ ଧାର୍ମିକ ପୀଠ ଓ ଧର୍ମଗୁରୁଙ୍କୁ ନିମନ୍ତ୍ରଣ ପାଇଁ 17ଟି ଟିମରେ 85 ଜଣ ସଦସ୍ୟ ରହିଛନ୍ତି । ଏହି ପ୍ରତିନିଧି ଦଳ ନେପାଳର କାଠମାଣ୍ଡୁ, ରାଜଧାନୀ ନୂଆଦିଲ୍ଲୀ, ମୁମ୍ବାଇ, ନାସିକ, ଜାମ୍ମୁ କାଶ୍ମୀର, ବିଶାଖାପାଟଣା, ଥିରୁଅନନ୍ତପୁରମ, ବିଜୟୱାଡ଼ା, ଚେନ୍ନାଇ, ମଦୁରାଇ, ଡେରାଡ଼ୁନ, ଅହମ୍ମଦାବାଦ, ବନାରସ, ଇନ୍ଦୋର, କୋଲକାତା, ବେଙ୍ଗାଲୁରୁ ଆଦି ସହରକୁ ଯାତ୍ରା କରିବେ । ସେଠାରୁ ସମ୍ପୃକ୍ତ ଅଞ୍ଚଳର ଧାର୍ମିକ ପୀଠଗୁଡ଼ିକୁ ଯାତ୍ରା କରି ନିମନ୍ତ୍ରଣପତ୍ର ଦେବେ । ନିମନ୍ତ୍ରଣପତ୍ର ସହିତ ମନ୍ଦିର ପ୍ରଶାସନର ଚିଠି, ଭୋଗ ପେଡ଼ି ମଧ୍ୟ ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.