ଖୋର୍ଦ୍ଧା: ସବୁବେଳେ ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚାରେ ରହିଆସୁଥିବା ଜଟଣୀ ଅଞ୍ଚଳର ସୂକ୍ଷ୍ମ ଶିଳ୍ପୀ ଈଶ୍ବର ରାଓ ଏବେ ପୁଣି ଚର୍ଚ୍ଚାରେ । ମହାମାରୀ ପାଇଁ ପୁରୀକୁ ଛାଡିଦେଲେ ସବୁଠି ମହାପ୍ରଭୁଙ୍କ ରଥ ନିର୍ମାଣ ବନ୍ଦ ରହିଛି । ଏତିକି ବେଳେ ଈଶ୍ବର ରାଓ ଦିଆସିଲି କାଠି ସାହାଯ୍ୟରେ ସାଢ଼େ ଚାରି ଇଞ୍ଚର ରଥ ନିର୍ମାଣ କରି ସେଥିରେ ଏକ ଇଞ୍ଚ ଲିମ୍ବ କାଠରେ ପ୍ରସ୍ତୁତ ତିନି ମୂର୍ତ୍ତୀଙ୍କୁ ସ୍ଥାପନା କରିଛନ୍ତି ।
ଶିଳ୍ପୀ ଈଶ୍ବର 435ଟି ଦିଆସିଲି କାଠି ସାହାଯ୍ୟରେ ସାଢ଼େ ଚାରି ଇଞ୍ଚ ଉଚ୍ଚର ରଥ ନିର୍ମାଣ କରି ସେଥିରେ ଏକ ଇଞ୍ଚ ଉଚ୍ଚର ମହାପ୍ରଭୁଙ୍କୁ ବିରାଜମାନ କରାଇଛନ୍ତି । ଏହି ସୂକ୍ଷ୍ମ କାମ ପାଇଁ ତାଙ୍କୁ 9 ଦିନ ସମୟ ଲାଗିଥିବା ଶିଳ୍ପୀ କହିଛନ୍ତି । ସେହିଭଳି କରୋନା ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ ମହାପ୍ରଭୁ ସମସ୍ତଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ଦେବାକୁ ପ୍ରାର୍ଥନା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ