ETV Bharat / state

ଆଇଟି ରେଡକୁ ବିଜେଡିର ସ୍ବାଗତ; ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି - ଆଇଟି ରେଡକୁ ବିଜେଡିର ସ୍ବାଗତ

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ନେତାମାନେ କହୁଛନ୍ତି ମିଳିଥିବା ଟଙ୍କା କଂଗ୍ରେସର । ଅନ୍ୟ ପକ୍ଷରେ କଂଗ୍ରେସ ନେତାମାନେ କହୁଛନ୍ତି ଜବତ ହେଉଥିବା ଟଙ୍କା ବିଜେପି ନେତାଙ୍କର । ଉଭୟ ପରସ୍ପରକୁ ଦୋଷ ଦେଉଛନ୍ତି । ଆମକୁ ଲାଗୁଛି ବୋଧହୁଏ ଉଭୟ ବିଜେପି ଓ କଂଗ୍ରେସ ଦଳର ନେତା ନିଜ ନିଜର ଟଙ୍କାକୁ ବ୍ୟବସାୟୀଙ୍କ ଜରିଆରେ ଠୁଳ କରି ରଖୁଥିଲେ । ଅଧିକ ପଢନ୍ତୁ

ଆଇଟି ରେଡକୁ ବିଜେଡିର ସ୍ବାଗତ; ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି

author img

By ETV Bharat Odisha Team

Published : Dec 8, 2023, 10:53 PM IST

ଆଇଟି ରେଡକୁ ବିଜେଡିର ସ୍ବାଗତ; ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି

ଭୁବନେଶ୍ବର: ମଦ ବ୍ୟବସାୟୀଙ୍କ ଘରେ IT ରେଡକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ରଖିଛି ବିଜେଡି । ପଶ୍ଚିମ ଓଡ଼ିଶାର ବିଜେପି ନେତାଙ୍କ ସହ ମଦ ବ୍ୟବସାୟୀଙ୍କ ସମ୍ପର୍କ ଥିବା ପାଲଟା ଅଭିଯୋଗ ଆଣିଛି ବିଜେଡି । ସନ୍ଦେହ ଘେରରେ ପଶ୍ଚିମ ଓଡିଶାର ବିଜେପି ନେତା । ବିଜେପି ଓ କଂଗ୍ରେସ ନେତା ବ୍ୟବସାୟୀଙ୍କ ନିକଟରେ ଟଙ୍କା ଠୁଳ କରୁଥିଲେ ବୋଲି ଅଭିଯୋଗ କରିଛି ବିଜେଡି । ଆୟକର ଚଢଉକୁ ନେଇ ବିଜେପିର ବକ୍ତବ୍ୟ ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।

ବିଜେଡି ମୁଖପାତ୍ର ଇପ୍ସିତା ସାହୁ କହିଛନ୍ତି ଯେ, ଝାଡଖଣ୍ଡର ବିଜେପି ନେତାମାନେ କହୁଛନ୍ତି ମିଳିଥିବା ଟଙ୍କା କଂଗ୍ରେସର । ଅନ୍ୟ ପକ୍ଷରେ କଂଗ୍ରେସ ନେତାମାନେ କହୁଛନ୍ତି ଜବତ ହେଉଥିବା ଟଙ୍କା ବିଜେପି ନେତାଙ୍କର । ଉଭୟ ପରସ୍ପରକୁ ଦୋଷ ଦେଉଛନ୍ତି । ଆମକୁ ଲାଗୁଛି ବୋଧହୁଏ ଉଭୟ ବିଜେପି ଓ କଂଗ୍ରେସ ଦଳର ନେତା ନିଜ ନିଜର ଟଙ୍କାକୁ ବ୍ୟବସାୟୀଙ୍କ ଜରିଆରେ ଠୁଳ କରି ରଖୁଥିଲେ । ଆୟକର ବିଭାଗର ଚଢାଉ ନେଇ ରାଜ୍ୟ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ରାଷ୍ଟ୍ରୀୟ ବିଜେପି ନେତା ଓ ଝାଡଖଣ୍ଡ ବିଜେପି ନେତା କଣ କହୁଛନ୍ତି, ସେ ବାବଦରେ ଅବଗତ ହୋଇଥିଲେ ଭଲ ହୋଇଥାନ୍ତା ।

ଅଧିକ ପଢନ୍ତୁୃ- ଆଇଟି ରେଡ: ସାହୁ ବ୍ରଦର୍ସ ଆଣ୍ଡ କୋ ସହିତ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପର୍କ କଣ: ବିଜେପି

ବିଜୁ ଜନତା ଦଳ ସର୍ବଦା ଆଇନକୁ ସମ୍ମାନ ଦେଇଥାଏ । ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଚଢାଉକୁ ଆମେ ସ୍ବାଗତ କରୁଛୁ । ମିଳିଥିବା ଟଙ୍କା ଏବଂ ବ୍ୟବସାୟୀଙ୍କ ସହ ବୋଧହୁଏ ପଶ୍ଚିମ ଓଡିଶାର କିଛି ବିଜେପି ନେତାଙ୍କ ସମ୍ପର୍କ ରହିଛି । ତେଣୁ ତଥ୍ୟ ସାମ୍ନାକୁ ଆସିବା ଆଗରୁ ଛାନିଆ ହୋଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅପେକ୍ଷା କରନ୍ତୁ, କାହାର କାହା ସହ କି ପ୍ରକାର ସମ୍ପର୍କ ରହିଛି ସବୁକିଛି ତଦନ୍ତରୁ ସାମ୍ନାକୁ ଆସିଯିବ ।

ସୂଚନାଯୋଗ୍ୟଯେ ଆଜି ମଦ ବ୍ୟବସାୟୀଙ୍କ ପାଖରୁ ଶହଶହ କୋଟିରୁ ଅଧିକ ଟଙ୍କା ଜବତ ହେବା ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲା ରାଜ୍ୟ ବିଜେପି । ନିର୍ବାଚନ ପରିଚାଳନା ପାଇଁ ସାହୁ ବ୍ରଦର୍ସ ଏବଂ କମ୍ପାନୀଙ୍କ ପାଖରେ ବିଜେଡ଼ି ଟଙ୍କା ରଖିଥିଲା କି ? ବାର୍ଷିକ 120 କୋଟି ଟଙ୍କାର ବ୍ୟବସାୟ କରୁଥିବା ଜଣେ ମଦ ବେପାରୀ କେମିତି 500 କୋଟିରୁ ଅଧିକ ଟଙ୍କା ପାଖରେ ରଖି ପାରିଲା ବୋଲି ସିଧା ସଳଖ ଅଭିଯୋଗ ଆଣିଥିଲା ବିଜେପି । ଏହା ସହ ପୁରା ଘଟଣାରେ ବିଜେଡି ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.