ETV Bharat / state

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ - Shubh Muhrat of Raksha Bandhan

ଭାରତୀୟ ପରମ୍ପରାରେ ଆଜି ହେଉଛି ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ଏନେଇ ପୁରଠୁ ପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି । ଏହି ଦିନ ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଅଧିକ ପଢନ୍ତୁ

Raksha Bandhan 2023
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା
author img

By ETV Bharat Odisha Team

Published : Aug 30, 2023, 7:29 AM IST

ଭୁବନେଶ୍ବର: ଆଜି ରାକ୍ଷୀ ପୂର୍ଣ୍ଣିମା । ସ୍ନେହ ଆଉ ବନ୍ଧନର ଏହି ପର୍ବକୁ ନେଇ ଚଳଚଞ୍ଚଳ ପୁର ପଲ୍ଲୀ । ରାକ୍ଷୀ ଭାଇ ଭଉଣୀ ସମ୍ପର୍କର ସାକ୍ଷୀ । ଏହା ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ଭାଇ ଭଉଣୀ ମଧ୍ୟରେ ସ୍ନେହ, ଭଲ ପାଇବାର ବନ୍ଧନକୁ ଆହୁରି ମଜବୁତ କରିଥାଏ ରାକ୍ଷୀ । ଭାରତୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦୁହିଁଙ୍କ ସମ୍ପର୍କକୁ ସୁଦୃଢ କରିବା ସହ ନିଜ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଲୋଡିଥାଏ । ମାସକ ଆଗରୁ ବଜାର ମେଲି ଥିବା ରାକ୍ଷୀ ପସରାରୁ ବାଛି ବାଛି ଭାଇ ପାଇଁ ରାକ୍ଷୀ କିଣି ସାଇତି ରଖେ ଭଉଣୀ । ଆଉ ଚାତକ ପରି ଦିନଟିକୁ ଚାହିଁ ରହିଥାଏ । ଉଭୟ ଭାଇ-ଭଉଣୀଙ୍କ ପାଇଁ ଆଜିର ଦିନଟି ସ୍ବତନ୍ତ୍ର ।

ପୂଜା ଥାଳିରେ ଫୁଲ, ଚନ୍ଦନ, ଅରୁଆ ଚାଉଳ ସହ ଦୁବ ଆଉ ଦୀପ ସଜେଇ ଭାଇକୁ ବନ୍ଧାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଥାନ୍ତି ଭଉଣୀ । ଖାଲି ସେତିକି ନୁହେଁ ଗହ୍ମା ପୂର୍ଣ୍ଣିମା ପାଇଁ ଘରେ ଘରେ ପିଠା ପଣାର ଆସର ଜମିଛି । ରାକ୍ଷୀ ବାନ୍ଧିବା ସହ ଭାଇର ଶୁଭ ମନାସିଥାନ୍ତି ଭଉଣୀ । ଆଉ ବଦଳରେ ଉଭଣୀକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ ଭାଇ ।

କେତେବେଳେ ବାନ୍ଧିବା ରାକ୍ଷୀ: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଟିକେ ଦ୍ବନ୍ଦ ଉପୁଜିଛି । ଆଜି 10ଟା 59ରୁ ପୂର୍ଣ୍ଣିମା ଆରମ୍ଭ ହେଉଛି । ସମସ୍ତ ଭଉଣୀମାନେ 11ଟା ପରଠୁ ରକ୍ଷା ବନ୍ଧନ ଉତ୍ସବ ପାଳନ କରି ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ପୂର୍ଣ୍ଣିମା ଆସନ୍ତାକାଲି ଅର୍ଥାତ ଅଗଷ୍ଟ 31 ତାରିଖ ଯାଏ ପୂର୍ଣ୍ଣିମା ରହିଛି । 31 ତାରିଖ ସକାଳ 8ଟା ଯାଏ ପୂର୍ଣ୍ଣିମା ରହୁଛି । ଜ୍ୟୋତିର୍ବିଦଙ୍କ ଅନୁସାରେ ଆଜି 11ଟା 22 ଯାଏ ଭଦ୍ରାଯୋଗ ରହିଛି । ଏହି ସମୟରେ କିଛି ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ତେଣୁ 11ଟା ପରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ ।

ଏହା ବି ପଢନ୍ତୁ...କେବେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା ? କ୍ୟାଲେଣ୍ଡରର ଭିନ୍ନ ଭିନ୍ନ ତଥ୍ୟକୁ ନେଇ ଦ୍ଵନ୍ଦ୍ବ ଦୂର କଲେ ପଞ୍ଜିକାର

ମିଠା ଦୋକାନରେ ଭିଡ: ରକ୍ଷା ବନ୍ଧନରେ ରାକ୍ଷୀ ସାଙ୍ଗରୁ ମିଠା ନଥିବ ତାହା କିପରି ହେବ । ଭାଇ ହାତରେ ରାକ୍ଷୀ ଭିଡିବା ସହ ସମ୍ପର୍କକୁ ମିଠା କରିବାକୁ ଭାଇର ମନ ପସନ୍ଦର ମିଠା ବି ଆଣିଥାଏ ଉଭଣୀ । ରାକ୍ଷୀ ପୂର୍ଣ୍ଣିମା ପାଇଁ ମିଠା ଦୋକାନରେ ନାହିଁ ନଥିବା ଭିଡ । ମିଠା ଦୋକାନରେ ଭଳିକି ଭଳି ମିଠା । ରସଗୋଲା, ଗୋଲାପ ଜାମୁନ, ଲଡୁ ଭଳି ମିଠା କିଣିବାକୁ ଭଉଣୀଙ୍କ ଭିଡ ଲାଗିଛି । ମନ ପସନ୍ଦ ରାକ୍ଷୀ ସହ ପସନ୍ଦିଆ ମିଠା ବି କିଣିଛନ୍ତି ଭଉଣୀ । ସକାଳୁ ଭଲ ମିଠା ମିଳିବ କି ନାହିଁ ବରାଦ ଦେଇ କେହି ଆଗୁଆ ବି କିଣି ନଅନ୍ତି । ଗୋଟିଏ ମିଠା 10 ଟଙ୍କାରୁ 25 ଟଙ୍କା ଯାଏ ରହିଛି । ପୂଜା ଥାଳିରେ ମିଠାଟା ନିଶ୍ଚିନ୍ତ ରହିଥାଏ । ରାକ୍ଷୀ ସହ ସମ୍ପର୍କକୁ ଆଉ ଟିକେ ମିଠା କରିଦିଏ ସୁଆଦିଆ ମିଠା ।

ଏହି ପରି ଭାବେ ପ୍ରତିବର୍ଷ ରକ୍ଷାବନ୍ଧନ ପାଳିଥାନ୍ତି ଭଉଣୀ । ବାପାଙ୍କ ପରେ ଝିଅଟିକୁ ଯିଏ ବୁଝେ ସେ ହେଲା ଭାଇ । ଉଭଣୀର ସୁରକ୍ଷା କବଚ ସେ । ଯଦି ସେ ସାଥୀରେ ଥାଏ ଭୟ ଆପେ ଆପେ ଉଭାନ ହୋଇଯାଏ । ଏହି ସୁନ୍ଦର ସମ୍ପର୍କକୁ ଆହୁରି ମଜବୁତ କରେ ରାକ୍ଷୀ । ସମ୍ପର୍କକୁ ସୃଦୁଢ କରେ ରେଶମୀର ଏହି ପତଳା ଡୋରି । ସତରେ ଭାଇ ଭଉଣୀର ଏ ସମ୍ପର୍କ ଅତୁଟ ପବିତ୍ର ଏ ବନ୍ଧନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.