ETV Bharat / state

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅମାନବିକତା, ଗୋଡ଼ରେ ବେଡ଼ି ପଡ଼ିଥିବା ନାବାଳିକା ଉଦ୍ଧାର - child line counselling

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଜଣେ ନାବାଳିକା ଉଦ୍ଧାର ହୋଇଛି । ପ୍ରାଣୀ ଉଦ୍ୟାନରେ ଜଣେ ନାବାଳିକାଙ୍କ ବେଡି ପଡ଼ି ବୁଲୁଥିବା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଧିକ ପଢନ୍ତୁ

ଗୋଡ଼ରେ ବେଡି ପଡ଼ିଥିବା ନାବାଳିକା ଉଦ୍ଧାର
ଗୋଡ଼ରେ ବେଡି ପଡ଼ିଥିବା ନାବାଳିକା ଉଦ୍ଧାର
author img

By

Published : Jul 21, 2023, 10:24 PM IST

ଗୋଡ଼ରେ ବେଡି ପଡ଼ିଥିବା ନାବାଳିକା ଉଦ୍ଧାର

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗୋଡ଼ ବେଡିରେ ବନ୍ଧା ଅବସ୍ଥାରେ ଜଣେ ନାବାଳିକା ଉଦ୍ଧାର ହୋଇଛି। ଏଭଳି ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି ନନ୍ଦନକାନନ ଥାନା ଅଞ୍ଚଳରୁ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଣେ ନାବାଳିକା ଏପରି ବେଡି ପଡ଼ି ବୁଲୁଥିବା ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକାଟିର ଗୋଡ଼ରେ ଲୁହାର ବେଡ଼ି ପଡ଼ିଥିବାବେଳେ ହାତଗୋଡ଼ ବନ୍ଧା ଅବସ୍ଥାରେ ସେ ପ୍ରାଣୀ ଉଦ୍ୟାନରେ ବୁଲୁଥିବାର ଦୃଶ୍ୟ ଦେଖିବା ପରେ ପର୍ଯ୍ୟଟକଙ୍କୁ ଝଟକା ଲାଗିଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛି । ଏନେଇ ଝିଅଟିକୁ ଉଦ୍ଧାର ପରେ ବେଡ଼ି ଖୋଲି ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି ପୋଲିସ । ଏହାସହ ଝିଅଟିର ଘର କେଉଁଠି ? କାହିଁକି ଏପରି କିଏ କରିଛି ? ଘର ଲୋକଙ୍କ ଜାଣତରେ ନା ଅଜାଣତରେ ଏପରି ହୋଇଛି ? ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ନାବାଳିକାଟି ତାର ଡାହାଣ ଗୋଡରେ ଏକ ଲୁହା ଜଞ୍ଜିର ପଡ଼ିଥିବାବେଳେ ଅଣ୍ଟାରେ ବି ଏକ ଜଞ୍ଜିରଟି ପଡ଼ିଛି । ତେବେ ଏହିପରି ଭାବେ ସେ ଭିତରେ ଭିକ୍ଷା ବୃତ୍ତି କରିବା ବେଳେ ଖବର ପାଇଥିଲା ଚାଇଲ୍ଡ ଲାଇନ । ତେବେ ପଚରାଉଚରା ପରେ ଜଣାପଡିଛି ଯେ, ଝିଅଟି ଟିକେଟ୍ କାଟି ଭିତରକୁ ଯାଇଛି । ଆଗରୁ କେବେ ତାକୁ ଦେଖିବାକୁ ମିଳିନଥିଲା । ଆଜି ହଠାତ ଏପରି ଦେଖିବାକୁ ମିଳିଥିଲା । ତେବେ ଏଣ୍ଟ୍ରିରେ ଥିବାବେଳେ ହୁଏତ ଝିଅଟିର ଡ୍ରେସ୍‌ ଆଢ଼ୁଆଳରେ ଜଞ୍ଜିର କାହାରିକୁ ନଜର ଆସିନାହିଁ । ହେଲେ ଭିତରେ ଏପରି ଜଞ୍ଜିର‌ ପଡ଼ି ଝିଅଟିଏ ଭିକ୍ଷାବୃତ୍ତି କରିବା ଦେଖି ଅନେକ ଲୋକ ପଇସା ମଧ୍ୟ ଦେଉଥିଲେ ।

ଏହା ବି ପଢନ୍ତୁ...ରାଜସ୍ଥାନରୁ 2 ନାବାଳିକା ଉଦ୍ଧାର, 3 ଲକ୍ଷରେ ବିକ୍ରି କରିଥିବା ଦଲାଲ ଗିରଫ

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅଜାଣତରେ ଭିତରେ ଟିକେଟ୍ କାଟି ପଶିଥିବା ପୋଲିସ ସୂଚନା ଦେଇଛି । ଏନେଇ ଝିଅଟି ଜାଣିଶୁଣି ଏପରି ବେଡ଼ି ପକାଇ ଲୋକଙ୍କ ନୀରିହତାର ସୁଯୋଗ ନେଇ ଭିକ୍ଷା ବୃତ୍ତି କରୁଥିଲା ନା ସେଠାରେ କେହି ତାକୁ ଚାପ ପ୍ରୟୋଗ କରି ଏପରି ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରିଥିଲା ସେନେଇ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି । ଝିଅଟିର ନାଁ ଜାଣିବା ପରେ ତା'ର ପରିବାର ବିଷୟରେ ପଚାରିବାରୁ କେତେବେଳେ ପଟିଆ ଷ୍ଟେସନ ତ କେତେବେଳେ ଶିଖରଚଣ୍ଡୀର ଠିକଣା ଦେଉଛି । ତେଣୁ ସେହି ଠିକଣାରେ ତଦନ୍ତ ବେଳେ ଝିଅଟିର କୌଣସି ପରିବାରଲୋକଙ୍କୁ ଏଯାବତ୍ ଠାବ କରାଯାଇପାରିନି। ଏନେଇ ପୋଲିସ ଝିଅଟିକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି । ସେଠାରେ କାଉନସେଲିଂ ହେବା ପରେ ଅଧିକ ତଥ୍ୟ ଜଣାପଡ଼ିବ। ଏନେଇ ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି, "ଏହା ଏକ ନିନ୍ଦନୀୟ ଘଟଣା । ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟ ଆଧାରରେ ଏହାର କାର୍ଯ୍ୟାନୁଷ୍ଠାନ ହେବ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.