ETV Bharat / state

IPS ସ୍ତରରେ ଅଦଳବଦଳ: ବଦଳିଲେ କଟକ ଓ ନୟାଗଡ଼ ଏସପି, ସଫିନ ଅହମ୍ମଦ କ୍ରାଇମବ୍ରାଞ୍ଚ IG

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ସାର୍ଥକ ଷଡ଼ଙ୍ଗୀକୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଦାୟିତ୍ବ ମିଳିଥିବା ବେଳେ ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଦାୟିତ୍ବ ଦିଆଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Jul 7, 2023, 10:48 PM IST

ips reshuffle in odisha
IPS ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ବ ଦେଇଛନ୍ତି ସରକାର । ସଫିନ ଅହମ୍ମଦ. କେଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ୨୦୦୮ ବ୍ୟାଚ ଆଇପିଏସ ସତ୍ୟଜିତ ନାୟକ ଏଚଆରପିସି ଡିଆଇଜି ଭାବେ ନିଯୁକ୍ତି ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

କ୍ରାଇମବ୍ରାଞ୍ଚ ସିବିସିଆଇଡି ଦାୟିତ୍ବରେ ଥିବା ଅମିତେନ୍ଦ୍ର ସିହ୍ନା କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ତାଙ୍କ ସ୍ଥାନରେ ୨୦୦୩ ବ୍ୟାଚର ସଫିନ ଅହମ୍ମଦଙ୍କୁ ବଦଳି କରାଯାଇଛି । ୨୦୧୧ ବ୍ୟାଚ ଯୁଗଳ କିଶୋର କୁମାର ବନୋଥାକୁ ଏଆଇଜିପି ହେଡକ୍ବାର୍ଟର ବଦଳି ହୋଇଛି । ସେହିପରି ୨୦୧୫ବ୍ୟାଚ ଆଇପିସି ରାହୁଲ ଜେନଙ୍କୁ ନୟାଗଡ ଏସପି ଭାବେ ବଦଳି ହୋଇଛି । ମିହିର କୁମାର ପଣ୍ଡାଙ୍କୁ ଏସପି କଟକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । 85 ଜଣ ପୋଲିସ ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି 909ଜଣ ଏଏସଆଇଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି । ଯେହେତୁ ଆଗକୁ ନିର୍ବାଚନ ଅଛି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଯେଉଁ ଅଧିକାରୀ 3ବର୍ଷରୁ ଅଧିକ ସେହି ଜିଲ୍ଲାରେ ଥିଲେ ସେମାନଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ୬ ମାସ ମଧ୍ୟରେ ଅଗ୍ନିଶମ ବିଭାଗରେ ୧୧ ଶହ କର୍ମଚାରୀ ନିଯୁକ୍ତି ପାଇବେ: ସୁଧାଂଶୁ ଷଡଙ୍ଗୀ

ଏହା ପୂର୍ବରୁ ଗତ ମେ' ମାସରେ ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ସ୍ତରରେ ରାଜ୍ୟ ସରକାରର ଅଦଳବଦଳ କରିଥିଲେ । 18 ଜଣ ଆଇପିଏସଙ୍କୁ ରାଜ୍ୟ ସରକାର ଅଦଳବଦଳ କରିଥିଲେ । ଅବକାରୀ ଓ ପରିବହନ କମିଶନରଙ୍କୁ ସରକାର ବଦଳାଇଥିଲେ । ଅମିତାଭ ଠାକୁରଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଭାବେ ଦାୟିତ୍ବ ମିଳିଥିଲା । 1989 ବ୍ୟାଚ୍‌ର ଏ.ଏମ୍‌ ପ୍ରସାଦଙ୍କୁ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ସେଲ୍‌ (HRPC)ର ସ୍ବତନ୍ତ୍ର ଡିଜି ଭାବେ ଦାୟିତ୍ବ ଦିଆଯାଇଥିଲା । 1990 ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ, ହୋମଗାର୍ଡ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିଲା । ଯାହା ବର୍ତ୍ତମାନ ସାର୍ଥକ ଷଡ଼ଙ୍ଗୀଙ୍କୁ ମିଳିଛି । ଅତିରିକ୍ତ ଡିଜିପି ହେଡକ୍ବାର୍ଟର ଭାବେ ରାଧାକୃଷ୍ଣ ଶର୍ମା ବଦଳି ହୋଇଥିଲେ । 1995 ବ୍ୟାଚର ଏହି ଅଫିସର ଏହା ପୂର୍ବରୁ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.