ଖୋର୍ଦ୍ଧା: ଆହତ ଅବସ୍ଥାରେ ହରିଣ ଉଦ୍ଧାର । ଖୋର୍ଦ୍ଧା ଜଟଣୀ ବାଛରା ନିକଟରେ ଆହତ ଅବସ୍ଥାରେ ବୁଲୁଥିବା ହରିଣ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ ।
ହରିଣର ଡାହାଣ ଗୋଡରେ ଆଘାତ ଲାଗିଥିବାବେଳେ ତାର ପ୍ରାଥମିକ ଚିକିତ୍ସା କରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଖୋର୍ଦ୍ଧା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି । ତେବେ ଖାଦ୍ୟ ଅନ୍ବେଷଣରେ ହରିଣଟି ଜନବସତି ଆଡକୁ ପଶିଆସିଥିବା ଅନୁମାନ କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ