ETV Bharat / state

ବଦଳିବ ରାଜ୍ୟର ୧୦ କଲେଜର ଭିତ୍ତିଭୂମି: ଖର୍ଚ୍ଚ ହେବ ୧.୪ କୋଟି - ମୋ କଲେଜ ଅଭିଯାନ

ବଦଳିବ ରାଜ୍ୟର ୧୦ କଲେଜର ଭିତ୍ତିଭୂମି । ମୋ କଲେଜ ଅଭିଯାନରେ ଖର୍ଚ୍ଚ ହେବ ୧.୪ କୋଟି । କ୍ୟାମ୍ପସରେ ମିଳିବ ଅତ୍ୟାଧୁନିକ ଭିତ୍ତିଭୂମି ସହ ଶୈକ୍ଷିକ ପରିବେଶ । ଅଧିକ ପଢନ୍ତୁ

ବଦଳିବ ରାଜ୍ୟର ୧୦ କଲେଜର ଭିତ୍ତିଭୂମି: ଖର୍ଚ୍ଚ ହେବ ୧.୪ କୋଟି

author img

By ETV Bharat Odisha Team

Published : Nov 30, 2023, 7:48 PM IST

ଭୁବନେଶ୍ବର: ୧୦ କଲେଜର ଭିତ୍ତିଭୂମି ହେବ ବିକାଶ, ଖର୍ଚ୍ଚ ହେବ ୧.୪ କୋଟି । କଲେଜର ବିକାଶ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି । ତେବେ ଏହି ଅର୍ଥରେ ମୁକ୍ତ ସାଂସ୍କୃତିକ ମଞ୍ଚ, କଲେଜ ଫାଟକ, ପ୍ରାଚୀର, ବାଳିକା ସାଧାରଣ ଗୃହ, ଶ୍ରେଣୀ କକ୍ଷ, ବୈଦ୍ୟୁତିକ ଉପକରଣ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ନୂତନ ପୁସ୍ତକ କ୍ରୟ, ପରୀକ୍ଷାଗାର ନିର୍ମାଣ, ଭିତ୍ତିଭୂମି ବିକାଶ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ତେବେ ରାଜ୍ୟର ସମୁଦାୟ ୧୦ ଗୋଟି କଲେଜର ବିଭିନ୍ନ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି । ଏନେଇ ସର୍ବମୋଟ ୧ କୋଟି ୪ ଲକ୍ଷ ୩୧ ହଜାର ୯୦୪ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ‘ମୋ କଲେଜ’ ପାଣ୍ଠିରୁ ୬୮ ଲକ୍ଷ ୩୭ ହଜାର ୯୪୮ ଟଙ୍କା ଅନୁମୋଦନ କରିଛନ୍ତି ।

ସେଥିମଧ୍ୟରୁ ରହିଛି ବାଲେଶ୍ୱରର ଶ୍ୟାମ ସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ୭ ଗୋଟି ପ୍ରକଳ୍ପ । ଯାହା ସମୁଦାୟ ୧୩ ଲକ୍ଷ ୬୫ ହଜାର ୯୪୨ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ‘ମୋ କଲେଜ’ ପକ୍ଷରୁ ୯ ଲକ୍ଷ ୧୦ ହଜାର ୬୨୮ ଟଙ୍କାର ଅନୁଦାନ ମିଳିଛି । ଭଦ୍ରକର ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ପାଇଁ ୯ ଲକ୍ଷ ମୋ କଲେଜ’ ପକ୍ଷରୁ ୫ ଲକ୍ଷ ୮ ଶହ ଟଙ୍କା, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ ପାଇଁ ୬ ଲକ୍ଷ ଟଙ୍କା ରହିଥିବା ବେଳେ ମୋ କଲେଜ ପକ୍ଷରୁ ୪ ଲକ୍ଷ ଟଙ୍କା, ମୟୂରଭଞ୍ଜର ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ ପାଇଁ ୩ ଲକ୍ଷ ଟଙ୍କା ରହିଥିବା ବେଳେ ମୋ କଲେଜ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ନୟାଗଡ଼ର ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ପାଇଁ ୩ ଲକ୍ଷ ୩୬ ହଜାର ଟଙ୍କା ଅନୁମୋଦନ ହୋଇଥିବା ବେଳେ ମୋ କଲେଜ ପକ୍ଷରୁ ୨ ଲକ୍ଷ ୨୪ ହଜାର ଟଙ୍କା ଅନୁମୋଦନ ହୋଇଛି ଏବଂ ପୁରୀର ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୨୧ ଲକ୍ଷ ୬୫ ହଜାର ୮୫୨ ଟଙ୍କା ଲେଖାଏଁ ଅନୁମୋଦନ ହୋଇଥିବା ବେଳେ ମୋ କଲେଜ ପକ୍ଷରୁ ୧୪ ଲକ୍ଷ ୪୩ ହଜାର ୯୦୨ ଟଙ୍କା ଲେଖାଏଁ ଅନୁଦାନ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ରାସନ ରାଜନୀତି: ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକ ପରେ ରାଜ୍ୟ ବିଜେପି ଉତଫୁଲ୍ଲିତ, ବଢିବ ଭୋଟ୍ ବ୍ୟାଙ୍କ୍ !

ସେହିପରି ସୋନପୁରର ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ୩ ଲକ୍ଷ ୬୩ ହଜାର ଟଙ୍କା ଅନୁମୋଦନ ହୋଇଥିବା ବେଳେ ମୋ କଲେଜ ପକ୍ଷରୁ ୨ ଲକ୍ଷ ୪୨ ହଜାର ଟଙ୍କା । ସମ୍ବଲପୁରର କୁଚିଣ୍ଡା ମହାବିଦ୍ୟାଳୟ ୬ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ୨୨ ଲକ୍ଷ ୪୨ ହଜାର ୭୨୪ ଟଙ୍କା ଅନୁମୋଦନ କରାଯାଇଛି । ସେହିପରି ଭାବରେ ଜଗତସିଂହପୁରର ଏସ.ଭି.ଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୩୩ ଲକ୍ଷ ୭୨ ହଜାର ୪୬୦ ଟଙ୍କା ଅନୁମୋଦନ ହୋଇଥିବା ବେଳେ ମୋ କଲେଜ ପକ୍ଷରୁ ୪ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି ଏବଂ କେନ୍ଦ୍ରାପଡ଼ାର ବି.ଆର.ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୪ ଲକ୍ଷ ୨୮ ହଜାର ୬୫୦ ଲେଖାଏଁ ରହିଥିବା ବେଳେ ‘ମୋ କଲେଜ’ ପକ୍ଷରୁ ୨ ଲକ୍ଷ ୭୩ ହଜାର ୮୯୪ ଲେଖାଏଁ ଟଙ୍କା ଅନୁମୋଦିତ ହୋଇଛି ।ତେବେ ଏହି ଅର୍ଥରେ ମୁକ୍ତ ସାଂସ୍କୃତିକ ମଞ୍ଚ, କଲେଜ ଫାଟକ, ପ୍ରାଚୀର, ବାଳିକା ସାଧାରଣ ଗୃହ, ଶ୍ରେଣୀ କକ୍ଷ, ବୈଦ୍ୟୁତିକ ଉପକରଣ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ନୂତନ ପୁସ୍ତକ କ୍ରୟ, ପରୀକ୍ଷାଗାର ନିର୍ମାଣ, ଭିତ୍ତିଭୂମି ବିକାଶ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.