ETV Bharat / state

ଖୋର୍ଦ୍ଧା ଶିଳ୍ପାଞ୍ଚରେ ଅଚଳ ଶିଳ୍ପକୁ ସଚଳ କରନ୍ତୁ ସରକାର: ପୂର୍ବତନ ବିଧାୟକ

Khorda Industrial Estate: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ନଷ୍ଟ ହୋଇ ପଡିଛି ବହୁ ଶିଳ୍ପଅନୁଷ୍ଠାନ । ଅଚଳ ଶିଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ । ଅଧିକ ପଢନ୍ତୁ

ଖୋର୍ଦ୍ଧା ଶିଳ୍ପାଞ୍ଚରେ ଅଚଳ ଶିଳ୍ପକୁ ସଚଳ କରନ୍ତୁ ସରକାର: ପୂର୍ବତନ ବିଧାୟକ
ଖୋର୍ଦ୍ଧା ଶିଳ୍ପାଞ୍ଚରେ ଅଚଳ ଶିଳ୍ପକୁ ସଚଳ କରନ୍ତୁ ସରକାର: ପୂର୍ବତନ ବିଧାୟକ
author img

By ETV Bharat Odisha Team

Published : Jan 8, 2024, 9:05 PM IST

ଖୋର୍ଦ୍ଧା ଶିଳ୍ପାଞ୍ଚରେ ଅଚଳ ଶିଳ୍ପକୁ ସଚଳ କରନ୍ତୁ ସରକାର: ପୂର୍ବତନ ବିଧାୟକ

ଖୋର୍ଦ୍ଧା: ଯେଉଁ ମହତ ଉଦ୍ଦେଶ୍ୟରେ ଖୋର୍ଦ୍ଧାରେ ପ୍ରତିଷ୍ଠା ହୋଇଥିଲା ଶିଳ୍ପାଞ୍ଚଳ ତାହା ସେହି ଲକ୍ଷ୍ୟ ପୂରଣ କରୁନଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧାର ବେକାରୀ ସମସ୍ୟା ସହ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବ୍ଲଭ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଏବେ ଅନେକ ଶିଳ୍ପ ସଂସ୍ଥା ଅଚଳ ଅବସ୍ଥାରେ ରହିଛି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ପରିବେଶବିତ ଦିଲ୍ଲୀପ ଶ୍ରୀଚନ୍ଦନ ।

ତେବେ ଖୋର୍ଦ୍ଧା ସହରେ ଶିଳ୍ପର ବିକାଶରେ ରାଜ୍ୟର ବିକାଶ ହେବ ଏବଂ ଗରିବ ଲୋକ ରୋଜଗାର ପାଇବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିଲା ଶିଳ୍ପାଞ୍ଚଳ । କିନ୍ତୁ ଏଠାରେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ । ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା 307 ଶିଳ୍ପରୁ ପ୍ରାୟ 111 ଶିଳ୍ପ ଅଚଳ ହୋଇ ପଡିଛି । ଯାହା ଫଳରେ ଶହ ଶହ ସଂଖ୍ୟାରେ ଲୋକ କର୍ମସଂସ୍ଥାନ ହେଉଛନ୍ତି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଶିଳ୍ପ ବିଭିନ୍ନ କାରଣ ଦେଖାଇ ବନ୍ଦ ହେଉଥିବା ବେଳେ ନୂଆ ଶିଳ୍ପ କାହା ସ୍ୱାର୍ଥରେ ଖୋଲୁଛନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ ।

ସେହିପରି ଇଡକୋ ସ୍ୱଳ୍ପ ମୂଲ୍ୟରେ ଶିଳ୍ପ ସଂସ୍ଥା ପାଇଁ ଜାଗା ଯୋଗାଇ ଦେଉଛି । ହେଲେ ସେମାନେ ନିର୍ଦ୍ଧାରିତ ସମୟରେ ଶିଳ୍ପ ପ୍ରତିଷ୍ଠା କରୁ ନାହାନ୍ତି । ଆଉ ଯଦି କରୁଛନ୍ତି ତେବେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉନାହାନ୍ତି । ଇଡକୋ ଗାଁ ଗାଁରୁ ଖେଳ ପଡିଆ, ଶ୍ମଶାନ ଜମି ନେଇ ନୂଆ ଶିଳ୍ପ ସଂସ୍ଥାକୁ ଯୋଗାଉଛି କିନ୍ତୁ ଅଚଳ ହୋଇ ପଡ଼ିଥିବା ଶିଳ୍ପକୁ ଚଳାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ......ଅଲ ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ସେହିପରି ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ସଚିବ ବିଦେଶ ବୁଲି ପୁଞ୍ଜିପତିମାନଙ୍କୁ ଓଡ଼ିଶାରେ ବିନିଯୋଗ ପାଇଁ ନିମନ୍ତ୍ରଣ କରୁଛନ୍ତି । କିନ୍ତୁ ଓଡ଼ିଶାର ପୁରାତନ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଅଚଳ ହୋଇ ପଡ଼ିଥିବା ଶିଳ୍ପ ସଂସ୍ଥାକୁ ସଚଳ କରିବା ପାଇଁ କାହିଁକି ସରକାର କିମ୍ବା ଇଡକୋ କୌଣସି ପଦକ୍ଷେପ ନେଉନାହାନ୍ତି ତାହା ବଡ଼ ପ୍ରଶ୍ନ ପାଲଟିଥିବା କହିଛନ୍ତି । ସେପଟେ ଏହି ଅଭିଯୋଗ ସମ୍ପର୍କରେ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ କୌଣସି ଅଧିକାରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.