ETV Bharat / state

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ନରୱେ ରାଷ୍ଟ୍ରଦୂତ: ଶିଳ୍ପାନୁକୂଳ ବାତାବରଣ ନେଇ ଦୃଷ୍ଟି ଆକର୍ଷଣ କଲା ରାଜ୍ୟ - ନରଓ୍ୱେର ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ

ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଭେଟିଲେ ନରଓ୍ୱେ ରାଷ୍ଟ୍ରଦୂତ । ଅତିଥିମାନଙ୍କୁ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ନରଓ୍ୱେ ରାଷ୍ଟ୍ରଦୂତ: ଶିଳ୍ପାନୁକୂଳ ବାତାବରଣ ନେଇ ଦୃଷ୍ଟି ଆକର୍ଷଣ କଲା ରାଜ୍ୟ

author img

By

Published : Nov 30, 2022, 7:06 AM IST

ଭୁବନେଶ୍ବର: ମେକ୍ ଇନ୍ ଓଡିଶା କନକ୍ଳେଭ ୨୦୨୨ରେ ଯୋଗଦେବାକୁ ଆସିଛନ୍ତି ରୟାଲ ନରଓ୍ୱେର ରାଷ୍ଟ୍ରଦୂତ ହାଂସ ଜାକୋବ ଫ୍ରିଡେନଲ୍ୟୁଣ୍ଡ(Norwegian Ambassador Hans Jacob Frydenlund), ବାଣିଜ୍ୟଦୂତ ନାୟତରା ପାଲ ଚୌଧୁରୀ, ଦ୍ଵିତୀୟ ସଚିବ ଜୋହନ ଥୋମାସ ଜେରକମ । ମଙ୍ଗଳବାର ସେମାନେ ଲୋକସେବା ଭବନରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ମନ୍ତ୍ରୀ ଅତିଥିମାନଙ୍କୁ ରାଜ୍ୟରେ ଥିବା ଶିଳ୍ପାନୁକୂଳ ବାତାବରଣ ସଂପର୍କରେ ଅବଗତ କରାଇଛନ୍ତି ।

ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ନରଓ୍ୱେ ରାଷ୍ଟ୍ରଦୂତ: ଶିଳ୍ପାନୁକୂଳ ବାତାବରଣ ନେଇ ଦୃଷ୍ଟି ଆକର୍ଷଣ କଲା ରାଜ୍ୟ
ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ନରଓ୍ୱେ ରାଷ୍ଟ୍ରଦୂତ: ଶିଳ୍ପାନୁକୂଳ ବାତାବରଣ ନେଇ ଦୃଷ୍ଟି ଆକର୍ଷଣ କଲା ରାଜ୍ୟ

ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ''ଓଡିଶାର ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଖଣିଜ ସଂପଦ, ଜଳ ସଂପଦ, ଶକ୍ତି ଉତ୍ପାଦନ କ୍ଷେତ୍ର, ପର୍ଯ୍ୟଟନ ବିଭବ ଆଦି ସାଙ୍ଗକୁ ପ୍ରାଚୀନ ସାଂସ୍କୃତିକ ଐତିହ୍ୟ ରହିଛି । କୃଷି କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ରସାୟନ କ୍ଷେତ୍ରରେ ମଧ୍ୟ ସୁବିଧା ରହିଛି । ଏହି ଦୃଷ୍ଟିରୁ ଓଡିଶାରେ ବିଭିନ୍ନ ଶିଳ୍ପ ଗଢିଉଠିଛି । ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଆମର ଲକ୍ଷ୍ୟ ରହିଛି ।''

ଏହାମଧ୍ୟ ପଢନ୍ତୁ: ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍‌ ଇଣ୍ଡିଆନ୍‌ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ନରୱେ ମେକ୍ ଇନ୍ ଓଡିଶା-୨୦୨୨ ଆୟୋଜନର ଅନ୍ୟତମ ଅଂଶୀଦାର ଅଟେ । ଆଗାମୀ ଦିନରେ ଓଡିଶାରେ ଥିବା ଶିଳ୍ପାନୁକୂଳ ବାତାବରଣକୁ ନରୱେ ତରଫରୁ ସ୍ୱତନ୍ତ୍ର ଭାବେ ପ୍ରତିନିଧି ଆସି ଭଲ ଭାବେ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଅତିଥିଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ନରୱେ ପକ୍ଷରୁ ବିଶେଷ କରି ବିଭିନ୍ନ କ୍ଷେତ୍ର ସହିତ ଓଡିଶାରେ ରହିଥିବା ଅକ୍ଷୟ ଶକ୍ତିର ବିକାଶ, ମହିଳା ଓ ଶିଶୁ ବିକାଶ, ଧାତବ ଓ ଖଣିଜ ସଂପଦ ପ୍ରଭୃତି କ୍ଷେତ୍ରରେ ରହିଥିବା ସୁଯୋଗ ସଂପର୍କରେ ଆଲୋଚନା କରାଯାଇଛି । ଏହି ସାକ୍ଷାତ ସମୟରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ । ଓଡିଶା ପକ୍ଷରୁ ମନ୍ତ୍ରୀ ନରୱେ ରାଷ୍ଟ୍ରଦୂତଙ୍କୁ ରୂପା ତାରକସୀ କାରୁକାର୍ଯ୍ୟର ଏକ କୋଣାର୍କ ଚକ୍ର ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.