ଖୋର୍ଦ୍ଧା: କୋରୋନା ପାଇଁ ଦେଶରେ ଜାରି ରହିଛି ତାଲାବନ୍ଦ । ତାଲାବନ୍ଦ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମାଲେମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକଡ଼ାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆ ମାନେ ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଏକଡ଼ାଳିଆ ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇଥିଲା ପୋଲିସ । ପରେ, ସେଠାରେ ଚଢାଉ କରିଥିଲା ପୋଲିସ । ଏକ ହଜାର ଲିଟରରୁ ଅଧିକ ପୋଚକୁ ନଷ୍ଟ କରିବା ସହ 50ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି । ସେପଟେ ପୋଲିସର ଚଢ଼ାଉ ସମ୍ପର୍କରେ ଆଗୁଆ ଖବର ପାଇ ମଦ ମାଫିଆ ମାନେ ଫେରାର ହୋଇଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ