ETV Bharat / bharat

IRCTC ଟିକେଟ ବୁକିଂ ନୂଆ ନିୟମ, ସହଜରେ ମିଳିବ କନଫର୍ମ ଟିକେଟ, ଜାଣନ୍ତୁ ୫ ଉପାୟ - IRCTC ADVANCE TRAIN TICKET BOOKING

ଭାରତୀୟ ରେଳବାଇ IRCTC ଟ୍ରେନ ରିକେଟ ବୁକିଂରେ ପରିବର୍କୁତ୍ତନ । ଟ୍ରେନ ଯାତ୍ରାର ୬୦ ଦିନ ମଧ୍ୟରେ ସହଜରେ ମିଳିଯିବ କନଫର୍ମ ଟିକେଟ । ସଠିକ ସମୟ ଏବଂ ଉପାୟରେ କରନ୍ତୁ ଟିକେଟ ।

advance train ticket booking
advance train ticket booking (ETV BHARAT ODISHA)
author img

By ETV Bharat Odisha Team

Published : Nov 1, 2024, 10:02 AM IST

Updated : Nov 2, 2024, 11:06 AM IST

ହାଇଦ୍ରାବାଦ: ନଭେମ୍ବର ପହିଲାରୁ ବା ନଭେମ୍ବର ୧ ତାରିଖରୁ ଟ୍ରେନ ଟିକେଟ ବୁକିଂ ନିୟମରେ ପରିବର୍ତ୍ତନ ହୋଇଛି । ଆଡଭାନ୍ସ ରିଜର୍ଭେସନ ଟିକେଟ ବୁକିଂ ପାଇଁ ରେଳବାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଯଦି ଦୂର ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ୨ ମାସ ବା ୬୦ ଦିନ ମଧ୍ୟରେ ଟିକେଟ ବୁକିଂ କରିବାକୁ ହେବ । ପୂର୍ବରୁ ଏହି ସମୟ ସୀମା ୪ ମାସ ବା ୧୨୦ ଦିନ ଥିଲା । ଟିକେଟ ବୁକିଂ ସମୟସୀମାରେ ପରିବର୍ତ୍ତନ ପରେ ଟ୍ରେନ ଯାତ୍ରୀ ଖୁସି ହୋଇଛନ୍ତି । ଏବେ ସହଜରେ କନଫର୍ମ ଟିକେଟ ମିଳିପାରିବ । ତେବେ ଏଥିପାଇଁ ଆପଣଙ୍କୁ ଏସବୁ ଉପାୟ କରିବାକୁ ପଡ଼ିବ । ପଢନ୍ତୁ ପୂରା ଖବର ।

କେଉଁଥିରେ କରିବେ ଆଗୁଆ ଟିକେଟ ବୁକିଂ:

ଯଦି ଆପଣ ଭବିଷ୍ୟତରେ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଟିକେଟ ବୁକିଂ ବିଷୟରେ ସତର୍କ ରହିବାକୁ ପଡିବ । ନଚେତ ଏକ କନଫର୍ମ ଟିକେଟ ପାଇବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ । ଆଡଭାନ୍ସ ଟିକେଟ ବୁକିଂର ସମୟ ମାତ୍ର ୬୦ ଦିନ ହୋଇଥିବାରୁ ଯାତ୍ରୀମାନଙ୍କୁ ଟିକେଟ କନଫର୍ମ ପାଇଁ ଶୀଘ୍ର ଟିକେଟ ବୁକ କରିବାକୁ ପଡିବ । IRCTC ଆପ୍ କିମ୍ବା ୱେବସାଇଟରେ ଟିକେଟ୍ ବୁକ୍ କରିପାରିବେ ଟ୍ରେନ ଯାତ୍ରୀ । ଅଥବା ରେଳ ଷ୍ଟେସନ ରିଜର୍ଭେସନ କାଉଣ୍ଟରକୁ ଯାଇ ମଧ୍ୟ ଟ୍ରେନ ଟିକେଟ ବୁକିଂ କରିପାରିବେ । ତେବେ ପୂର୍ବରୁ ବୁକିଂ ହୋଇଥିବା ଟ୍ରେନ ଟିକେଟ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

IRCTC ADVANCE TRAIN TICKET BOOKING
IRCTC ADVANCE TRAIN TICKET BOOKING (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବଦଳିଲା ଟ୍ରେନ ଟିକେଟ ବୁକିଂ ନିୟମ, ୧୨୦ରୁ ୬୦ ଦିନକୁ କମିଲା ଆଡଭାନ୍ସ ରିଜର୍ଭେସନ

ଏହା ମଧ୍ୟ ପଢନ୍ତୁ-ଟ୍ରେନ ଟିକେଟ ବୁକିଂ ସମୟ ହ୍ରାସ ପରେ ଓଡ଼ିଶା ଯାତ୍ରୀ ଖୁସ୍, 'ମିଳିବ କନଫର୍ମ ଟିକେଟ'

ଏହା ମଧ୍ୟ ପଢନ୍ତୁ-ନିୟମିତ ଯାତ୍ରୀଙ୍କୁ ନେଇ ରେଳବାଇର ପ୍ରଥମ ସର୍ଭେ, 50 ଲକ୍ଷ ଯାତ୍ରୀଙ୍କୁ ଗଲା ମେସେଜ୍‌

ନୂଆ ଟ୍ରେନ ଟିକେଟ ବୁକିଂ ନିୟମ:

ଆଡାଭାନ୍ସ ରିଜର୍ଭେସନ ପିରିୟଡ ଟିକେଟ ବୁକିଂ ନିୟମ ଆଜିଠାରୁ ପରିବର୍ତ୍ତନ

  • 60 ଦିନ ପୂର୍ବରୁ କରନ୍ତୁ ଟିକେଟ ବୁକିଂ
  • IRCTC ଆପ୍, ୱେବସାଇଟ ନଚେତ ରେଳ ଷ୍ଟେସନ ରିଜର୍ଭେସନ କାଉଣ୍ଟରରେ ଟିକେଟ ବୁକିଂ କରିପାରିବେ
  • ପୂର୍ବରୁ 120 ଦିନ ଆଡାଭାନ୍ସ ରିଜର୍ଭେସନ ପିରିୟଡରେ ଅକ୍ଟୋବର 31 ପର୍ଯ୍ୟନ୍ତ ବୁକ ହୋଇଥିବା ଟିକେଟ ବୈଧ ରହିବ
  • ଆଡଭାନ୍ସ ଟିକେଟ ବୁକିଂରେ ନୂଆ ନିୟମ ହୋଇଥିଲେ ମଧ୍ୟ ତାଜ ଏକ୍ସପ୍ରେସ, ଗୋମତି ଏକ୍ସପ୍ରେସ ଭଳି ପରି ନିର୍ଦ୍ଦିଷ୍ଟ ଦିନରେ ଚାଲୁଥିବା ଏକ୍ସପ୍ରେସ ଟ୍ରେନ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ କାହିଁକିନା ଏହି ଟ୍ରେନ ଗୁଡିକରେ ଆଡଭାନ୍ସ ରିଜର୍ଭେସନ ସମୟ ସୀମା କମ୍ ଅଟେ
  • ବିଦେଶୀ ପର୍ଯ୍ୟଟକଙ୍କ ପାଇଁ 365 ଦିନ ସୀମା କ୍ଷେତ୍ରରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ

୬୦ ଦିନ ଅଗ୍ରୀମ ସଂରକ୍ଷଣ ସମୟର ଲାଭ:-

ଟ୍ରେନ ଯାତ୍ରା ଯୋଜନା ପାଇଁ ୧୨୦ ଦିନ ବହୁତ ଲମ୍ବା ଥିଲା । ଫଳ ସ୍ୱରୂପ ଯାତ୍ରୀମାନେ ଯାତ୍ରା ପାଇଁ ନଆସିବାରୁ ବାତିଲ ଏବଂ ସିଟ୍ / ବର୍ଥର ଅପଚୟ ହେଉଥିଲା । ବର୍ତ୍ତମାନ ସମୟରେ ପ୍ରାୟ ୨୧ ପ୍ରତିଶତ ବାତିଲ ହୁଏ ଏବଂ ୪ ରୁ ୫ ପ୍ରତିଶତ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ଏବେ କିନ୍ତୁ ସମୟସୀମା ପରିବର୍ତ୍ତନ ହେବାରୁ ଏହି ସମସ୍ୟା ଦୂର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 2, 2024, 11:06 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.