ETV Bharat / state

ଦୀପାବଳି ରାତିରେ ଭୁବନେଶ୍ବରରେ ଜଳିଗଲା ଏକାଧିକ ଦୋକାନ, ମାର୍କେଟ ବିଲଡିଂରେ ଲାଗିଲା ନିଆଁ - FIRE IN MARKETING BUILDING

ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ । ଦୀପାବଳି ରାତିରେ ଜଳି ଛାରଖାର ହୋଇଗଲା ଏକାଧିକ ଦୋକାନ । ୬ ଘଣ୍ଟା ପରେ ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ
ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 10:42 AM IST

Updated : Nov 1, 2024, 12:59 PM IST

ଭୁବନେଶ୍ବର: ଦୀପାବଳିରେ ରାଜଧାନୀରେ ବଡ ଅଘଟଣ । ଗତକାଲି (ଗୁରୁବାର) ରାତିରେ ଏକ-ନମ୍ବର ହାଟ ଭୂତଳ ମାର୍କେଟରେ ବଡଧରଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଏକାଧିକ ଦୋକାନ ଜଳିଯାଇଛି । ସୌଭ୍ୟଗ୍ୟବଶତଃ କେହି ମୃତାହତ ହୋଇଥିବାର ଖବର ନାହିଁ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।

  • ବିଳମ୍ବିତ ରାତିରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ:-

ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂରୁ ୧-ନମ୍ବର ହାଟକୁ ସଂଯୋଗ କରୁଥିବା ଭୂତଳ ବଜାରରେ ନିଆଁ ଲାଗିଯାଇଥିଲା । କୌଣସି କାରଣରୁ ନିଆଁ ଲାଗିବା ପରେ ବ୍ୟାପୀ ଯାଇଥିଲା । ଫଳରେ ଏକାଧିକ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ ଥିବା ଲକ୍ଷାଧିକ ଟଙ୍କାର ଶାଢ଼ୀ ଓ ଅନ୍ୟ ସାମଗ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଛି । ରାତି ପ୍ରାୟ ସାଢେ 11ଟା ବେଳେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଥିଲା । ଅଗ୍ନିଶମ ବାହିନୀର ଏକାଧିକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଆରମ୍ଭ କରିଥିଲେ । ନିଆଁକୁ ଆୟତ୍ତ କରିବାରେ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା । ଭୂତଳ ବଜାର ହୋଇଥିବା କାରଣରୁ ନିଆଁ ଲିଭା କାର୍ଯ୍ୟ ମଧ୍ୟ ବିଳମ୍ବ ଓ କଷ୍ଟସାଧ୍ୟ ହୋଇଥିଲା ।

ଦୀପାବଳି ରାତିରେ ଭୁବନେଶ୍ବରରେ ଜଳିଗଲା ଏକାଧିକ ଦୋକାନ, ମାର୍କେଟ ବିଲଡିଂରେ ଲାଗିଲା ନିଆଁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ପୁରୀରେ ବାଣ ବିସ୍ଫୋରଣ ଘଟଣା: ଜଣେ ମୃତ, 2 ଜଣ ଚିକିତ୍ସାଧୀନ

ଏହା ମଧ୍ୟ ପଢନ୍ତୁ....ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩ ପରିବାରର ୧୦ ବଖରା ଘର

ଏହା ମଧ୍ୟ ପଢନ୍ତୁ :- ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ ! ୬ ଗୁରୁତରଙ୍କୁ ବ୍ରହ୍ମପୁର ହସପିଟାଲ ସ୍ଥାନାନ୍ତର

  • କାରଣ ଅସ୍ପଷ୍ଟ, ତଦନ୍ତ ଆରମ୍ଭ :-

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ସଟ-ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ଭାବେ ଅନୁମାନ କରୁଛି ଅଗ୍ନିଶମ । ଗତକାଲି ଦୀପାବଳି ଥିବାରୁ ବାଣ ଫୁଟାଜନିତ କାରଣକୁ ମଧ୍ୟ ସନ୍ଦେହ କରାଯାଉଛି । ମାତ୍ର ଏପର୍ଯ୍ୟନ୍ତ କୌଣସି ଦିଗକୁ ନେଇ ସ୍ପଷ୍ଟ ହୋଇନି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମାର୍କେଟ ବିଲ୍ଡିଂ ପରି ରାଜଧାନୀର ଅତି ବ୍ୟସ୍ତବହୁଳ ସ୍ଥାନରେ ଅଗ୍ନିକାଣ୍ଡରେ କେହି ମୃତାହତ ନହେବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ଗତକାଲି ଦୀପାବଳି ଅବସରରେ ପୁରୀରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ
ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ (ETV Bharat Odisha)
ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ
ଦୀପାବଳିରେ ରାଜଧାନୀ ବଡ ଅଘଟଣ, ମାର୍କେଟ ବିଲ୍ଡିଂରେ ଲାଗିଲା ନିଆଁ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 1, 2024, 12:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.