ଫୁଲବାଣୀ (କନ୍ଧମାଳ): ଆମ୍ବ ଟାକୁଆ ଖାଇ ଚାଲିଗଲା ଦୁଇଜଣଙ୍କ ଜୀବନ । ଅନ୍ୟ 6 ଜଣ ଗୁରୁତର ଅସୁସ୍ଥ । ସେମାନଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏପରି ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଉପଖଣ୍ଡର ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗାଁରେ । ମୃତକ ଦୁଇଜଣ ସ୍ଥାନୀୟ ମହିଳା ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ।
- ଆମ୍ବ ଟାକୁଆ ଯାଉ ଖାଇବା ପରେ ହୋଇପଡିଥିଲେ ଅସୁସ୍ଥ !
ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଏହି ମୃତ ଓ ଅସୁସ୍ଥମାନେ ଆମ୍ବ ଟାକୁଆରୁ ଯାଉ ପ୍ରସ୍ତୁତ କରି ଖାଇଥିଲେ । ଏହାର କିଛି ସମୟ ପରେ ହଠାତ ସମସ୍ତେ ଅସୁସ୍ଥ ହୋଇପଡିଥିଲେ । ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗମ୍ଭୀର ଥିବାରୁ ୬ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ଅନ୍ୟଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଅସୁସ୍ଥମାନଙ୍କ ଅବସ୍ଥା ଏବେ ଗୁରୁତର ଅଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଏହି ଖବର ମଧ୍ୟ ପଢ଼ନ୍ତୁ- କାଶୀପୁରରେ ଡିପଥେରିଆ ଆତଙ୍କ, ଗଡ଼ିଲାଣି 5 ଶିଶୁଙ୍କ ମୁଣ୍ଡ - Diphtheria outbreak